Breaking News

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କାହିଁକି ଗୁରୁତ୍ୱପୂର୍ଣ୍ଣ ଇଲେକ୍ଟୋରାଲ ଭୋଟ ?

ଇଲେକ୍ସନ ଜିତିବାରେ ଇଲେକ୍ଟୋରାଲ ଭୋଟ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ପାଖାପାଖି ୫୩୮ ଇଲେକ୍ଟୋରାଲ ଭୋଟରୁ ଯେଉଁ ଦଳ ୨୭୦ ଭୋଟ ପାଇବ ସେହି ଦଳକୁ ବହୁମତ ମିଳିବ ।

0

ବହୁମତରେ ଜିତିଲେ ଡୋନାଲ୍ଡ ଟ୍ରମ୍ପ । ଦ୍ୱିତୀୟ ଥର ପାଇଁ ପୁଣି ରାଷ୍ଟ୍ରପତି ହେବେ ଟ୍ରମ୍ପ । କମଲା ହାରିସଙ୍କୁ ଇଲେକ୍ଟୋରାଲ ଭୋଟ ୨୨୪ ମିଳିଥିବାବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୬୭ ଇଲେକ୍ଟୋରାଲ ଭୋଟ ମିଳିଛି । ତେବେ ଇଲେକ୍ସନ ଜିତିବାରେ  ଇଲେକ୍ଟୋରାଲ ଭୋଟ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ପାଖାପାଖି ୫୩୮ ଇଲେକ୍ଟୋରାଲ ଭୋଟରୁ  ଯେଉଁ  ଦଳ ୨୭୦ ଭୋଟ ପାଇବ ସେହି ଦଳକୁ ବହୁମତ ମିଳିବ । ତେବେ ଆସନ୍ତୁ ଜାଣିବା ଯେ ଇଲେକ୍ଟୋରାଲ ଭୋଟ କଣ ? ପବ୍ଲିକ୍ ଭୋଟ୍ ସହ ଏହାର ସମ୍ପର୍କ  ଅଛି ନା ନାହିଁ?

ଆମେରିକାର ଏହି  ସର୍ବୋଚ୍ଚ ପଦ ପାଇଁ ଜନତା ସିଧାସଳଖ ରାଷ୍ଟ୍ରପତି ବାଛନ୍ତି ନାହିଁ  ଅର୍ଥାତ୍ ରାଷ୍ଟ୍ରପତି  ନିର୍ବାଚନରେ ଏଠାକାର ଜନତା ସିଧାସଳଖ ଅଂଶଗ୍ରହଣ କରିପାରନ୍ତି ନାହିଁ । ଏଥିପାଇଁ ଇଲେକ୍ଟୋରାଲ ଭୋଟ କାମ କରିଥ।।ଏ । ଜନତାଙ୍କ ଭୋଟ ଇଲେକ୍ଟୋରାଲ  କଲେଜକୁ ଯାଇଥାଏ । ଆସନ୍ତୁ  ଜାଣିବା ଏହି ଇଲେକ୍ଟୋରାଲ କଲେଜ କଣ.. ?

ଇଲେକ୍ଟୋରାଲ କଲେଜ: ଆମେରିକା ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ଇଲେକ୍ଟୋରାଲ କଲେଜ ମୁଖ୍ୟ  ଭୂମିକା ଗ୍ରହଣ କରିଥାଏ । ଆମେରିକାରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଲୋକେ ଭୋଟ ପରୋକ୍ଷ ଭାବେ ଦେଇଥାଆନ୍ତି । ଜନତାଙ୍କ ଭୋଟ ଇଲେକ୍ଟୋରାଲ କଲେଜକୁ ଯାଇଥାଏ । ଏହା ଏକ ଏପରି ଗ୍ରୁପ, ଯାହା ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ଙ୍କ  ନିର୍ବାଚନ କରିଥାଏ । ଭାରତର ଉଦାହରଣ ଦେଇ ବୁଝିଲେ, ଯେପରି ଲୋକେ ନିଜ ବିଧାନସଭା ବା ଲୋକସଭା ସିଟରେ ବିଧାୟକ ବା ସାଂସଦଙ୍କୁ ଚୟନ କରନ୍ତି । ପରେ ଏହି ବିଧାୟକ ବା ସାଂସଦ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କର ନିର୍ବାଚନ କରନ୍ତି । ଠିକ୍ ସେହିପରି  ଇଲେକ୍ଟୋରାଲ କଲେଜର କାମ । ଏଥିରେ ପାଖାପାଖି ୫୩୮ ସଦସ୍ୟ ରହିଥାନ୍ତି ।

-୫୦ଟି ରାଜ୍ୟକୁ ନେଇ ଗଠିତ ଆମେରିକାରେ ମୋଟ୍ ଇଲେକ୍ଟର ସଂଖ୍ୟା ୫୩୮
– ପ୍ରତ୍ୟେକ ରାଜ୍ୟର ଜନସଂଖ୍ୟା ଭିତ୍ତିରେ ସ୍ଥିର ହୋଇଛି ଏହି ଇଲେକ୍ଟର ସଂଖ୍ୟା
– କାଲିଫର୍ଣ୍ଣିଆରେ ସର୍ବାଧିକ ୫୫ ଓ ଟେକ୍ସାସରେ ୩୮ଟି ଇଲେକ୍ଟୋରାଲ ଭୋଟ୍ ଅଛି
– ଏହି ପ୍ରକ୍ରିୟାରେ ଭୋଟର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଦେଖି ନିଜ ଅଂଚଳର ଇଲେକ୍ଟରଙ୍କୁ ବାଛନ୍ତି
– ଇଲେକ୍ଟର ନିଜ ରାଜ୍ୟ ରାଜଧାନୀରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତି
– ଏହି ଭୋଟ ୟୁଏସ କଂଗ୍ରେସରେ ଗଣତି ହୁଏ ଓ ଜାନୁଆରୀରେ ବିଧିବଦ୍ଧ ଫଳ ବାହାରେ

ମୋଟ୍ ଇଲେକ୍ଟର ସଂଖ୍ୟାର ୫୦ ପ୍ରତିଶତରୁ ଅଧିକ ପାଉଥିବା ପ୍ରାର୍ଥୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି । ଅର୍ଥାତ ୨୭୦ ଇଲେକ୍ଟରଙ୍କ ସମର୍ଥନ ପାଇଲେ ଯାଇଁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବେ । ୧୭୮୭ରେ ଆମେରିକାରେ ଆରମ୍ଭ ହୋଇଥିଲା ଏହି ଇଲେକ୍ଟୋରାଲ କଲେଜ ବ୍ୟବସ୍ଥା । ଏହି ବ୍ୟବସ୍ଥାରେ ଜଣେ ଆମେରିକୀୟ ନିଜ ପସନ୍ଦର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନିର୍ବାଚିତ କରିବା ଲାଗି ତାଙ୍କ ଦଳର ଜଣେ ପ୍ରତିନିଧି ବା ଇଲେକ୍ଟରଙ୍କୁ ହିଁ ବାଲଟ ଭୋଟ ଦେଇଥାନ୍ତି । ନିର୍ବାଚନ ପୂର୍ବରୁ ଇଲେକ୍ଟର ମାନଙ୍କୁ ସେମାନଙ୍କ ଦଳ ଦ୍ୱାରା ଚୟନ କରାଯାଇଥାଏ ।

 

ସୌଜନ୍ୟ – କନକ ନ୍ୟୁଜ୍

Leave A Reply

Your email address will not be published.