Breaking News

ମୋ ପାଖରେ ଲବି କାମ ଦେବନି । ଚର୍ଚ୍ଚା ହେଉଥିବା ନାଁ ପ୍ରଭାବ ପକେଇବନି । ପିସିସି ଚୟନ ପ୍ରସଙ୍ଗରେ ଏମିତି କହିଲେ ଚରଣ ଦାସ ମହନ୍ତ…

ମୋ ପାଖରେ ଲବି କାମ ଦେବନି । ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ମୁଁ ଓଡିଶା ଆସିଛି । ତେବେ ସିନିୟର ନେତାଙ୍କଠାରୁ ଆରମ୍ଭ କରି ଜୁନିୟର ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ କଥା ଶୁଣିବି, ଚର୍ଚ୍ଚା ହେଉଥିବା ନା କୌଣସି ପ୍ରଭାବ ପକାଇବନି

0

ମୋ ପାଖରେ ଲବି କାମ ଦେବନି । ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ମୁଁ ଓଡିଶା ଆସିଛି । ତେବେ ସିନିୟର ନେତାଙ୍କଠାରୁ ଆରମ୍ଭ କରି ଜୁନିୟର ନେତାଙ୍କ ପର୍ୟ୍ୟନ୍ତ ସମସ୍ତଙ୍କ କଥା ଶୁଣିବି, ଚର୍ଚ୍ଚା ହେଉଥିବା ନା କୌଣସି ପ୍ରଭାବ ପକାଇବନି । ପିସିସି ସଭାପତି ଚୟନ ପ୍ରସଙ୍ଗରେ ଓଡିଶା ଆସିଥିବା ଛତିଶଗଡ ବିରୋଧୀ ଦଳର ନେତା ଆଜି ଏପରି କିଛି କଥା କହିଛନ୍ତି । ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଚରଣ ଦାସ ମହନ୍ତ । ଯାହାପରେ ରାଜ୍ୟ କଂଗ୍ରେସର ତମାମ ନେତା ତାଙ୍କୁ ସ୍ୱାଗତ କରିଛନ୍ତି । ଯାହାପରେ କଂଗ୍ରେସ ଭବନରେ ବୈଠକ ହେବ । ତେବେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଚରଣ ଦାସ କହିଛନ୍ତି, ତାଙ୍କ ପାଖରେ କୌଣସି ଲବି କାମ ଦେବନି । ତେବେ ଅନ୍ୟ ରାଜ୍ୟର ନିର୍ବାଚନ ପରେ ନଭେମ୍ବର ୨୩ ତାରିଖ ବେଳକୁ ସେ କଂଗ୍ରେସ ହାଇକମାଣ୍ଡଙ୍କ ପାଖରେ ପିସିସି ସଭାପତି ଚୟନ ନେଇ ରିପୋର୍ଟ ରଖିବେ ବୋଲି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ପିସିସି ସଭାପତି ପାଇଁ ଏବେ ପ୍ରକ୍ରିୟା ଜୋରଦାର ହୋଇଛି । କିଏ ହେବ ସଭାପତି ସେ ନେଇ ଚର୍ଚ୍ଚା ଚାଲିଥିବାବେଳେ ଆଜି  ଓଡ଼ିଶା ଆସିଛନ୍ତି ଏଆଇସିସି ନେତା ଚରଣଦାସ ମହନ୍ତ ଓ ମୀନାକ୍ଷୀ ନଟରାଜନ । ଛତିଶଗଡ ବିରୋଧୀ ଦଳ ନେତା ହେଉଛନ୍ତି ଚରଣଦାସ ମହନ୍ତ ଓ ବରିଷ୍ଠ ନେତ୍ରୀ ହେଉଛନ୍ତି ମୀନାକ୍ଷୀ ନଟରାଜନ । ଏମାନେ ରାଜ୍ୟ ନେତାଙ୍କ ସହ ଆଲୋଚନା କରି ଏଆଇସିସିକୁ ରିପୋର୍ଟ ଦେବେ । ସକାଳୁ ରାତି ଯାଏଁ ଏହି ଦୁଇ ନେତା କଂଗ୍ରେସ ଭବନରେ ବୈଠକ କରିବେ । ପ୍ରଥମେ ଷ୍ଟିଅରିଂ କମିଟି ସହ ଆଲୋଚନା କରିବେ। ବିଧାୟକ ଓ ସାଂସଦଙ୍କୁ ଭେଟି ମତାମତ ନେବେ। ଜିଲ୍ଲା ସଭାପତି ଓ ଛାମୁଆ ସଙ୍ଗଠନ ନେତାଙ୍କ ସହ ବି ବୈଠକ ହେବ। ଏହାପରେ କିଛି ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା ବି କରିବେ ଦୁଇ ନେତା।

 

ସୌଜନ୍ୟ – କନକ ନ୍ୟୁଜ୍

Leave A Reply

Your email address will not be published.