Breaking News

ସଲମାନଖାନଙ୍କୁ ତୃତୀୟଥର ଧମକ । ଗିରଫ ହେଲେ ୩୫ ବର୍ଷୀୟ ଯୁବକ ।

ଧମକ ଦେଇଥିବା ୩୫ ବର୍ଷୀୟ ବିକ୍ରମଙ୍କୁ ଗିରଫ କରିଛି ପୁଲିସ୍ । ବିକ୍ରମ ଧମକ ମ୍ୟାସେଜ ଦେଇଥିଲା ବୋଲି ପୁଲିସ୍ କହିଛି । ଏହି ମ୍ୟାସେଜ ମୁମ୍ବାଇ ପୁଲିସର କଣ୍ଟ୍ରୋଲ ରୁମକୁ ଆସିଥିଲା ।

0

ସଲମାନଙ୍କ ପିଛା ଛାଡୁନି ବିଷ୍ଣୋଇ ଗ୍ୟାଙ୍ଗ । ପୁଣି  ଭାଇଜାନଙ୍କୁ ଧମକ ଦେଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ । ୧୦ ଦିନ ମଧ୍ୟରେ ସଲମାନଙ୍କୁ ଏହା ତୃତୀୟ ଧମକ । ତେବେ ଧମକ ଦେଇଥିବା ଯୁବକଙ୍କୁ ଗିରଫ କରିଛି ପୁଲିସ୍ । ସଲମାନଙ୍କୁ ଧମକ ଦେଇ ୩୫ ବର୍ଷୀୟ ଯୁବକ ଜଣଙ୍କ କହିଥିଲେ ୫ କୋଟି ଟଙ୍କା ଦିଅ କିମ୍ବା ବିଷ୍ଣୋଇ ସମୁଦାୟର ମନ୍ଦିରକୁ ଯାଇ କଳା ହରିଣ ଶିକାର କରିଥିବା ଯୋଗୁଁ ଭୁଲ ମାଗ ।

ଏହି ଧମକ ଦେଇଥିବା ୩୫ ବର୍ଷୀୟ ବିକ୍ରମଙ୍କୁ ଗିରଫ କରିଛି ପୁଲିସ୍ । ବିକ୍ରମ  ଧମକ ମ୍ୟାସେଜ ଦେଇଥିଲା ବୋଲି ପୁଲିସ୍ କହିଛି । ଏହି ମ୍ୟାସେଜ ମୁମ୍ବାଇ ପୁଲିସର କଣ୍ଟ୍ରୋଲ ରୁମକୁ ଆସିଥିଲା । ଆଉ ପଠାଇଥିବା  ବ୍ୟକ୍ତି ଜଣକ ଲରେନ୍ସ ବିଷ୍ଣୋଇର ଭାଇ ବୋଲି କହିଛି ପୋଲିସ ।

ସୂଚନାମୁତାବ,  ବାବା ସିଦ୍ଧିକିଙ୍କ ହତ୍ୟା ପରେ   ସଲମାନଙ୍କୁ ଲଗାତାର ଧମକ ମିଳି ଚାଲିଛି ।  ୧୦ ଦିନ ମଧ୍ୟରେ  ଏହା ତୃତୀୟ ଧମକ ଥିଲା ।   ବର୍ତ୍ତମାନ ସଲମାନଙ୍କ ସୁରକ୍ଷାକୁ ଆହୁରି ବଢାଇ ଦିଆଯାଇଛି ।  ଏବେ ସେରା ସମେତ ୫୦ ରୁ ଅଧିକ ଗାର୍ଡ ତାଙ୍କ ସୁରକ୍ଷାରେ ଅଛନ୍ତି ।

 

ସୌଜନ୍ୟ – କନକ ନ୍ୟୁଜ୍

Leave A Reply

Your email address will not be published.