Breaking News

କାର୍ଯ୍ୟକାରୀ ହେଉନି ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି

ପ୍ରତିମାସର ଦ୍ବିତୀୟ ଶୁକ୍ରବାର ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ବସିବା କଥା। ହେଲେ ବସୁନାହିଁ। ବର୍ଷକୁ ୧୨ଥର ବୈଠକ ହେବା ବଦଳରେ ମାତ୍ର ୨ରୁ ୩ ଥର ବସୁଛି। ଆହୁରି ସାଂଘାତିକ କଥା ହେଉଛି, ଏହି ହାତଗଣତି ବୈଠକରେ ହେଉଥିବା ନିଷ୍ପତ୍ତି ମଧ୍ୟ କାର୍ଯ୍ୟକାରୀ ହେଉନାହିଁ।

0

ଭୁବନେଶ୍ୱର: ପ୍ରତିମାସର ଦ୍ବିତୀୟ ଶୁକ୍ରବାର ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ବସିବା କଥା। ହେଲେ ବସୁନାହିଁ। ବର୍ଷକୁ ୧୨ଥର ବୈଠକ ହେବା ବଦଳରେ ମାତ୍ର ୨ରୁ ୩ ଥର ବସୁଛି। ଆହୁରି ସାଂଘାତିକ କଥା ହେଉଛି, ଏହି ହାତଗଣତି ବୈଠକରେ ହେଉଥିବା ନିଷ୍ପତ୍ତି ମଧ୍ୟ କାର୍ଯ୍ୟକାରୀ ହେଉନାହିଁ। ଫଳରେ ଲିଙ୍ଗରାଜ ମନ୍ଦିର ପରିଚାଳନା ଓ ନୀତିକାନ୍ତି ଉପରେ ସିଧାସଳଖ ପ୍ରଭାବ ପଡ଼ୁଛି। ଗତ ଟ୍ରଷ୍ଟ ବୋର୍ଡ ବୈଠକରେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ପାନ ଓ ଗୁଟ୍‌ଖା ସେବନକାରୀଙ୍କୁ ପ୍ରବେଶ ନିଷେଧ ସହିତ ପଲିଥିନ୍ ଓ ପ୍ଲାଷ୍ଟିକକୁ ବାରଣ କରାଯାଇଥିଲା। ୨୦୨୪ ଆରମ୍ଭରୁ ଏହି ନୂଆ ନିୟମ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଥିଲା।  ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ରନାରାୟଣ ମନ୍ଦିର ସେବାୟତ ମୁଖ୍ୟଙ୍କୁ ଚିଠି ଦେଇଥିଲେ। ବାସ୍‌, ଏତିକିରେ କଥା ସରିଗଲା। ପ୍ରକୃତରେ ଏହି ନିୟମ ପାଳନ ହେଉଛି କି ନାହିଁ, ଏହାର ତଦାରଖ କରିବାକୁ କେହିନାହିଁ। ଆରମ୍ଭରୁ ମନ୍ଦିର ସମ୍ମୁଖରେ ଥିବା ପୋଲିସ କର୍ମଚାରୀ ପ୍ରାୟ ସପ୍ତାହେ ମନ୍ଦିର ଭିତରକୁ ପ୍ଲାଷ୍ଟିକ ନନେବାକୁ ବାରଣ କରିଥିଲେ। ଏହାପରେ ସ୍ଥିତି ପୁଣି ପୂର୍ବଭଳି ହୋଇଗଲା। ଏବେ ପ୍ରାୟ ୯୦% ଶ୍ରଦ୍ଧାଳୁ ପଲିଥିନ୍‌ରେ ଭୋଗ ଓ ପ୍ଲାଷ୍ଟିକ୍‌ ଗ୍ଲାସ୍‌ରେ କ୍ଷୀର ନେଉଛନ୍ତି। ମନ୍ଦିର ଭିତରେ ଓ ବାହାରେ ଥିବା ଦୋକାନୀମାନେ ମଧ୍ୟ ପ୍ଲାଷ୍ଟିକ୍‌ ଗ୍ଲାସ୍‌ ଓ ପଲିଥିନ୍‌ ବ୍ୟବହାର କରୁଛନ୍ତି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.