Breaking News

ଫୋକସ୍‌ରେ ଗ୍ୟାଜେଟ୍: ଆପଲ୍‌ର ନୂଆ ମ୍ୟାକ୍‌ ମିନି

ଆପଲ୍‌ କମ୍ପାନିର ନୂତନ ତଥା କ୍ଷୁଦ୍ରତମ ‘ମ୍ୟାକ୍‌ ମିନି’ କମ୍ପ୍ୟୁଟର୍‌ ଆସନ୍ତା ୮ ତାରିଖରୁ ଭାରତୀୟ ବଜାରରେ ଉପଲବ୍‌ଧ ହେବ। ଏଥିରେ ‘ଏମ୍‌୪’ ଓ ‘ଏମ୍‌୪ ପ୍ରୋ’ ପରି ଶକ୍ତିଶାଳୀ ଚିପ୍‌ସେଟ୍‌ ଖଞ୍ଜାଯାଇଛି ଯାହା ସଦ୍ୟତମ ଏଆଇ ଫିଚର୍‌ଗୁଡ଼ିକ ସହିତ କାମ କରିବ।

0

ଆପଲ୍‌ କମ୍ପାନିର ନୂତନ ତଥା କ୍ଷୁଦ୍ରତମ ‘ମ୍ୟାକ୍‌ ମିନି’ କମ୍ପ୍ୟୁଟର୍‌ ଆସନ୍ତା ୮ ତାରିଖରୁ ଭାରତୀୟ ବଜାରରେ ଉପଲବ୍‌ଧ ହେବ। ଏଥିରେ ‘ଏମ୍‌୪’ ଓ ‘ଏମ୍‌୪ ପ୍ରୋ’ ପରି ଶକ୍ତିଶାଳୀ ଚିପ୍‌ସେଟ୍‌ ଖଞ୍ଜାଯାଇଛି ଯାହା ସଦ୍ୟତମ ଏଆଇ ଫିଚର୍‌ଗୁଡ଼ିକ ସହିତ କାମ କରିବ। ସିପିୟୁର କ୍ଷୁଦ୍ରତମ ବିକଳ୍ପ ସାଜିଥିବା ମ୍ୟାକ୍‌ ମିନିର ଆକାର ୫x୫ ଇଞ୍ଚ୍‌; ଓଜନ ମାତ୍ର ୬୭୦ ଗ୍ରାମ୍‌। ଏହାର ମେମୋରି କ୍ଷମତା ୧୬ ଜିବି ରାମ୍‌ ଓ ୨୫୬ ଜିବି ଷ୍ଟୋରେଜ୍‌ରୁ ଆରମ୍ଭ। ଭାରତୀୟ ବଜାରରେ ଏହାର ଦାମ୍‌ ୫୯,୯୦୦ ଟଙ୍କା ରଖାଯାଇଛି। ସେହିପରି ୭୩୦ ଗ୍ରାମ୍‌ ଓଜନ ବିଶିଷ୍ଟ ୨୪ ଜିବି ରାମ୍‌ ଓ ୫୧୨ ଜିବି ଷ୍ଟୋରେଜ୍‌ ସଂସ୍କରଣର ଦାମ୍‌ ୧,୪୯,୯୦୦ ଟଙ୍କା ରହିଛି। ଏହା ସହିତ ଏଥିରେ ସର୍ବାଧିକ ୬୪ ଜିବି ମେମୋରି ଓ ୮ ଟିବି ଏସ୍‌ଏସ୍‌ଡି ଷ୍ଟୋରେଜ୍‌ର ବିକଳ୍ପ ରହିଛି।

ଏହା ଆପଲ୍‌ର ‘ଏମ୍‌୧ ମ୍ୟାକ୍‌ ମିନି’ ସଂସ୍କରଣଠାରୁ ୧.୮ ଗୁଣ ବେଗରେ କାର୍ଯ୍ୟ କରିପାରିବ। ସେହିପରି ଏଥିରେ ଖଞ୍ଜାଯାଇଥିବା ଥଣ୍ଡର୍‌ବୋଲ୍‌ଟ ୫ ପୋର୍ଟ ମାଧ୍ୟମରେ ୧୨୦ ଜିବିପିଏସ୍‌ ବେଗରେ ଡେଟା ଟ୍ରାନ୍‌ସଫର୍‌ ହୋଇପାରିବ। ଵାଇ-ଫାଇ ୬ଇ ଓ ବ୍ଳୁଟୁଥ୍‌ ୫.୩ ସହିତ ଆସୁଥିବା ଏହି ପିସିର ବାହ୍ୟ ସଂଯୋଗ ପାଇଁ ଏହାର ସମ୍ମୁଖଭାଗରେ ଦୁଇଟି ସି-ଟାଇପ୍‌ ୟୁଏସ୍‌ବି ପୋର୍ଟ ଓ ହେଡ୍‌ଫୋନ୍‌ ଜ୍ୟାକ୍‌ ରହିଛି। ସେହିପରି ପଛଭାଗରେ ଇଥର୍‌ନେଟ୍‌, ଏଚ୍‌ଡିଏମ୍‌ଆଇ, ଥଣ୍ଡର୍‌ବୋଲ୍‌ଟ ୪ ବା ଥଣ୍ଡର୍‌ବୋଲ୍‌ଟ ୫ର ୪ଟି ୟୁଏସ୍‌ବି ପୋର୍ଟ ଏବଂ ଡିସ୍‌ପ୍ଲେ ପୋର୍ଟ ଆଦି ରହିଛି। ଆକାର, କ୍ଷମତା ଓ ଦର ଦୃଷ୍ଟିରୁ ଆପଲ୍‌ କମ୍ପାନିର ଏହା ଭାରତୀୟ ବଜାର ପାଇଁ ଏକ ଉତ୍କୃଷ୍ଟ ଉତ୍ପାଦ ବୋଲି ଦାବି କରାଯାଇଛି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.