Uncategorized

ପିଲାଛୁଆ ଜନ୍ମ ନହେବାରୁ ପିଶାଚ ସାଜିଲା ସ୍ବାମୀ, ସ୍ତ୍ରୀକୁ ଜିଅନ୍ତା ଜାଳିଦେଲା

ଦେବଗଡ଼ ୨୪।୦୩ : ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ମହ୍ଲାରବାହାଳ ଗାଁରେ ଘଟିଛି ଏଭଳି ଲୋମଟାଙ୍କୁରା ଘଟଣା। ମୃତ ହେଉଛନ୍ତି ଲକ୍ଷ୍ମୀ ସାହୁ। ମହିଳାଙ୍କ ଭାଇ ମେଣ୍ଡିପାଲି ଗାଁର ମୁରଲୀ ସାହୁଙ୍କ ଅଭିଯୋଗ କରିଛନ୍ତି। ପୋଲିସ୍ ଅଭିଯୁକ୍ତ ସ୍ବାମୀ ଯଶୋବନ୍ତ ସାହୁକୁ ଅଟକ ରଖିଛି। ଏସପି ଅନିଲ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଏସଡିପିଓ ରମେଶ ଚନ୍ଦ୍ର ମୋହାନା, ଫାଣ୍ଡି ଅଧିକାରୀ ବିଷ୍ଣୁପ୍ରିୟା ରଣା ହତ୍ୟାକାଣ୍ଡ ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି I ଅନୁଗୁଳରୁ ସାଇଣ୍ଟିଫିକ ଟିମ୍ ଆସି ଛାନଭିନ୍ କରିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ।

ଖବର ଅନୁଯାୟୀ, ମେଣ୍ଢିପାଲି ଗାଁର ଲକ୍ଷ୍ମୀ ଗତ ୨୬ ବର୍ଷ ତଳେ ଯଶୋବନ୍ତକୁ ବିବାହ କରିଥିଲେ। ଦୀର୍ଘ ବର୍ଷର ବୈବାହିକ ଜୀବନ ମଧ୍ୟରେ ଉଭୟଙ୍କର କୌଣସି ସନ୍ତାନସନ୍ତତି ନଥିଲେ। ଦୁହେଁ ନିଃସନ୍ତାନ ଜୀବନ ବିତାଉଥିଲେ। ଇତିମଧ୍ୟରେ ଯଶୋବନ୍ତର ବାପା ପ୍ରାଣବନ୍ଧୁଙ୍କ ମୃତ୍ୟୁ ହୋଇଯାଇଥିଲା। ଲକ୍ଷ୍ମୀଙ୍କର କୌଣସି ପିଲାଛୁଆ ନ ହେବାରୁ ଯଶୋବନ୍ତ ୩ ବର୍ଷ ତଳେ ଦ୍ବିତୀୟ ବିବାହ କରିଥିଲେ। ଯଶୋବନ୍ତର ନିର୍ଯାତନାରେ ଅତିଷ୍ଠ ହୋଇ ଗୁରୁବାରୀ କିଛି ମାସ ପରେ ବାପ ପଳାଇଥିଲେ। ଗତ ରବିବାର ରାତିରେ ଗାଁ ପୋଖରୀ ନିକଟ ଚାଷଜମିରେ କିଛି ଜଳୁଥିବା ଦେଖିବାକୁ ମିଳିଥିଲା। ଧାନ ଅମଳ ପରେ ଚାଷ ଜମିରେ କେହି ନିଆଁ ଲଗାଇଥିବେ ବୋଲି ଭାବି ସେମାନେ ଘଟଣାକୁ ଗୁରୁତ୍ବ ଦେଇନଥିଲେ। ସୋମବାର ସକାଳେ କେତେଜଣ ଲୋକ ବିଲରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖି ଫାଣ୍ଡିକୁ ସୂଚନା ଦେଇଥିଲେ । ପୋଲିସ୍ ତଦନ୍ତ କରିବା ପରେ ଲକ୍ଷ୍ମୀଙ୍କ ପରିଚୟ ମିଳିଥିଲା ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button