Breaking News

ବ୍ରାହ୍ମଣୀ ନଦୀରୁ ଧରାପଡିଲା  ୪୦ କିଲୋଗ୍ରାମରୁ ଉର୍ଦ୍ଧ  ଏକ ବିରଳ ସାରଣ୍ଡ ମାଛ

ଯାଜପୁର  : ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧୀନ ବ୍ରହ୍ମପୁର ପାର୍ଶ୍ବ ଦେଇ ବହିଯାଇ ଥିବା ବ୍ରାହ୍ମଣୀ ନଦୀରୁ ଧରାପଡିଲା  ୪୦ କିଲୋଗ୍ରାମରୁ ଉର୍ଦ୍ଧ  ଏକ ବିରଳ ସାରଣ୍ଡ ମାଛ ।  ସୂଚନା ମୁତାବକ  ଆଜି ଦିନ ୧୧ ଟା ସମୟରେ   ବ୍ରହ୍ମପୁର ଗ୍ରାମର  ବିଚିତ୍ର ଦଳେଇ  ଓ  ସୁଦର୍ଶନ ଦଳେଇ ମାଛ ଧରିବାକୁ ଗାଁ ନିକଟରେ ଥିବା ବ୍ରାହ୍ମଣୀ ନଦୀକୁ ଯାଇଥିଲେ । ସେଠାରେ ମାଛ ଧରିବା ସମୟରେ ଅଚାନକ ଜାଲ ଭିତରକୁ ଏକ ବିଶାଳ କାୟ ମାଛ ପସି ଆସିଥିଲା ।

ଏତେବଡ ମାଛକୁ ଦେଖି  ଦୁଇ  ମାଛ ଧରାଳି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏବଂ ପ୍ରାଣପଣେ  ଦୁଇ  ମାଛ ଧରାଳି ଜାଲକୁ ନଦୀ ପଠାକୁ ଘୋଷାଡି ଆଣିଥିଲେ । ମାଛଟିର ନା କଳା  ସାରଣ୍ଡ ବୋଲି ଜଣାପଡିଛି , ଯାହାର ଆନୁମାନିକ ଓଜନ ୪୦  କିଲୋଗ୍ରାମରୁ ଉର୍ଦ୍ଧ  ହେବ ବୋଲି ଜଣାପଡିଛି ।ଏହି ମାଛକୁ ଆଠ ହଜାର ପାଞ୍ଚସହ ବିକ୍ରୀ କରିଥିବା ଯାହା ସୂଚନା ମିଳିଛି। ଏହି ମାଛ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ବେସ୍ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା ।

Comments are closed.