NIT Students 8 Products ଆତ୍ମନିର୍ଭରଶୀଳ ସହ ଚାକିରି ଦେଉଛନ୍ତି ଏନ୍ଆଇଟି ଛାତ୍ରଛାତ୍ରୀ, ଏସେନ୍ସ କୋ ବ୍ରାଣ୍ଡର ୮ ପ୍ରଡକ୍ଟର ଶୁଭାରମ୍ଭ
ରାଉରକେଲା NIT ଲାଇଫ୍ ସାଇନ୍ସ ବିଭାଗର ଶେଷବର୍ଷର ଛାତ୍ର ପ୍ରସନ୍ନଜିତ୍ ଲେଙ୍କାଙ୍କ ନେତୃତ୍ବରେ ଗଠିତ କମ୍ପାନି ସୋଲେଷ୍ଟିକ୍ ସ୍କିନ୍ ଏସେନ୍ସ ୮ଟି ପ୍ରଡକ୍ସ ଶୁଭାରମ୍ଭ କରିଛନ୍ତି। ଏଥିରେ ଭିଟାମିନ ସି ଫେସ୍ୱାସ୍, ଏଭ୍ରିଡେ କ୍ଲିନ୍ର, ଏଣ୍ଟ୍ରି ଏକନି ଫେସ୍ଓ୍ବାସ ଶୁଭାରମ୍ଭ ହୋଇଛି।

ରାଉରକେଲା: ଜାତୀୟ ବୈଷୟିକ ଶିକ୍ଷା ପ୍ରତିଷ୍ଠାନ (ଏନ୍ଆଇଟି) ଛାତ୍ରଛାତ୍ରୀ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ଚାକିରି ଦେବା ସହାୟକ ହେଉଛନ୍ତି। ରାଉରକେଲା ଏନ୍ଆଇଟି ଲାଇଫ୍ ସାଇନ୍ସ ବିଭାଗର ଶେଷବର୍ଷର ଛାତ୍ର ପ୍ରସନ୍ନଜିତ୍ ଲେଙ୍କାଙ୍କ ନେତୃତ୍ବରେ ଗଠିତ କମ୍ପାନି ସୋଲେଷ୍ଟିକ୍ ସ୍କିନ୍ ଏସେନ୍ସ ୮ଟି ପ୍ରଡକ୍ସ ଶୁଭାରମ୍ଭ କରିଛନ୍ତି। ଏଥିରେ ଭିଟାମିନ ସି ଫେସ୍ୱାସ୍, ଏଭ୍ରିଡେ କ୍ଲିନ୍ର, ଏଣ୍ଟ୍ରି ଏକନି ଫେସ୍ଓ୍ବାସ, ତିନୋଟି ଫେସସିରମ, ସନସ୍କ୍ରିନ ଓ ମସଚ୍ୟୁରାଇଜର ଶୁଭାରମ୍ଭ ହୋଇଛି। ଏସବୁ ପ୍ରଡକ୍ସରେ କେମିକାଲ ବ୍ୟବହାର ହୋଇନାହିଁ। କେବଳ ହର୍ବାଲ୍ ବ୍ୟବହାର କରାଯାଇ ପ୍ରସ୍ତୁତ କରାଯାଇଥିବା ଛାତ୍ର ପ୍ରସନ୍ନଜିତ ଲେଙ୍କା ସୂଚନା ଦେଇଛନ୍ତି। ରାଉରକେଲା ସହରର ସେକ୍ଟର-୨ ଇଣ୍ଡୋ ଜର୍ମାନ କ୍ଲବ୍ ପରିସରରେ ଅରମ୍ ଏସେନ୍ସ କୋ ବ୍ରାଣ୍ଡ ଆଜି ଶୁଭାରମ୍ଭ ହୋଇଛି।
ପ୍ରାଥମିକ ପର୍ଯ୍ୟାୟରେ ୧୨ ଜଣଙ୍କୁ ନିଯୁକ୍ତି
ଶୁଭାରମ୍ଭ ଉତ୍ସବରେ ରାଉରକେଲା ଏନଆଇଟି ନିର୍ଦେଶକ କେ ଉମାମହେଶ୍ବର ରାଓ, ରେଜିଷ୍ଟ୍ରାର ରୋହନ ଧୀମାନ, ଲାଇଫ ସାଇନ୍ସ ବିଭାଗର ମୁଖ୍ୟ ବିସ୍ମିତା ନାୟକ, ରସାୟନ ବିଭାଗ ଅଧ୍ୟାପିକା ସସ୍ମିତା ମହାପାତ୍ର ଅତିଥି ଭାବେ ଯୋଗଦେଇ ଅରମ୍ ଏସେନ୍ସ କୋ ବ୍ରାଣ୍ଡର ଶୁଭାରମ୍ଭ କରିଛନ୍ତି। ଚାକିରି ପଛରେ ନଗୋଡାଇ ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟ ବେକାର ଯୁବକ ଯୁବତୀଙ୍କୁ ଚାକିରି ଦେବା ପାଇଁ କମ୍ପାନି ଗଠନ କରାଯାଇଥିବା ଏନଆଇଟି ଛାତ୍ର ପ୍ରସନ୍ନଜିତ ଲେଙ୍କା ସୂଚନା ଦେଇଛନ୍ତି।
ସ୍କିନ୍ ଏସେନସ୍ ପ୍ରାଇଭେଟ୍ ଲିମିଟେଡ କମ୍ପାନିରେ ପ୍ରାଥମିକ ପର୍ଯ୍ୟାୟରେ ୧୨ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ଏନଆଇଟି ଛାତ୍ର ପ୍ରସନ୍ନଜିତ ଲେଙ୍କା ସୂଚନା ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




