ଅପରାଧଦେଶ ବିଦେଶ

Acid attack: ମହାରାଷ୍ଟ୍ରରେ ୬ ବର୍ଷର ଶିଶୁକନ୍ୟା ଉପରେ ଏସିଡ୍‌ ମାଡ଼

ହାରାଷ୍ଟ୍ରର ଅହିଲ୍ୟାନଗର ଜିଲ୍ଲାର ବଡ଼ଗାଓଁ ପାନଗାଁରେ ଜଣେ ଛଅ ବର୍ଷ ଶିଶୁକନ୍ୟା ଉପରେ ଏସିଡ ମାଡ଼ ହେବା ପରି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ଅହିଲ୍ୟାନଗର: ମହାରାଷ୍ଟ୍ରର ଅହିଲ୍ୟାନଗର ଜିଲ୍ଲାର ବଡ଼ଗାଓଁ ପାନଗାଁରେ ଜଣେ ଛଅ ବର୍ଷ ଶିଶୁକନ୍ୟା ଉପରେ ଏସିଡ ମାଡ଼ ହେବା ପରି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ବୁଧବାର ଅପରାହ୍ଣରେ ଶିଶୁଟି ସ୍କୁଲରୁ ଘରକୁ ଫେରୁଥିବା ସମୟରେ ତା’ ଉପରେ ଏସିଡ୍‌ ମାଡ଼ ହୋଇଥିଲା। ଏସିଡ୍‌ ମାଡ଼ କରି ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲା। ପୁଲିସ ଅଭିଯୁୂକ୍ତକୁ ଖୋଜୁଛି।
ସୂଚନା ଅନୁଯାୟୀ, ଶିଶୁଟି ସ୍କୁଲରୁ ଘରକୁ ଫେରୁଥିବା ସମୟରେ ଜଣେ ବ୍ୟକ୍ତି ବାଇକରେ ଆସି ବାଟରେ ତାଙ୍କୁ ଅଟକାଇବା ପରେ ଏସିଡ୍‌ ପକାଇ ଦେଇଥିଲେ। ଶିଶୁଟି ଭୟରେ ସ୍କୁଲକୁ ଦୌଡ଼ି ପହଞ୍ଚିବା ପରେ ଶିକ୍ଷକମାନେ ତାଙ୍କର ପ୍ରାଥମିକ ଉପଚାର ପରେ ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଶିଶୁଟିର ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି। ସଙ୍ଗମନେର୍‌ ପୁଲିସ ଥାନାରେ ଅଜଣା ବ୍ୟକ୍ତିଙ୍କ ନାଁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତର ପରିଚୟ ପାଇବାକୁ ପୁଲିସ ଆଖପାଖର ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକମାନେ ରାସ୍ତା ଅବରୋଧ କରି ବିରୋଧ ପ୍ରଦର୍ଶନ କରିବା ସହିତ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ତୀବ୍ର ହୋଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button