ଜାତୀୟମହାନଗର

Rubio India Visit: ମେ’ରେ ଭାରତ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ, ସୂଚନା ଦେଲେ ସର୍ଗିଓ ଗୋର୍

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ମହାସଙ୍କଟ ମଧ୍ୟରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିବେ । ମେ’ ମାସରେ ରୁବିଓ ଭାରତ ଆସିବେ ବୋଲି ଜଣାପଡ଼ିଛି । ଏହି ସମୟରେ ଭାରତ ଏବଂ ଆମେରିକା ମଧ୍ୟରେ ଶୁଳ୍କ ନୀତି ଉପରେ ଆଲୋଚନା ହେବ । ହ୍ବାଇଟ ହାଉସରେ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି ଏବଂ ରୁବିଓଙ୍କ ମଧ୍ୟରେ ବୈଠକ ପରେ ଏହି ଖବର ମିଳିଛି । ଗତ କିଛି ମାସ ଧରି ଟାରିଫ ବା ଶୁଳ୍କ ଯୋଗୁଁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଥିଲା । କିନ୍ତୁ ଏବେ ଦୁଇ ଦେଶର ସଂପର୍କରେ ସୁଧାର ଆସୁଛି ।

ସୂଚନା ଦେଲେ ଆମେରିକୀୟ ରାଷ୍ଟ୍ରଦୂତ

ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ, ‘ମାର୍କୋ ରୁବିଓ ଆସନ୍ତା ମାସରେ ଭାରତ ଗସ୍ତରେ ଆସିବେ।’ ଏହି ପୋଷ୍ଟ ୱାଶିଂଟନରେ ରୁବିଓ ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ ସହ ସାକ୍ଷାତ କରିବା ପରେ ଆସିଛି । ସେଠାରେ ଉଭୟ ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ। ଗୋରଙ୍କ ପୋଷ୍ଟରେ ରୁବିଓଙ୍କ ଗସ୍ତର ତାରିଖ ସ୍ପଷ୍ଟ କରାଯାଇ ନାହିଁ। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ବିବୃତ୍ତି ଜାରି କରିନାହିଁ।ଦାୟିତ୍ୱ ଗ୍ରହଣ କରିବା ପରେ ରୁବିଓଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ। ଗତବର୍ଷ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ସମେତ ଅନେକ ପ୍ରମୁଖ ନେତା ଏବଂ ଅଧିକାରୀ ଭାରତ ଗସ୍ତ କରିଛନ୍ତି।

ବିକ୍ରମ ମିଶ୍ରି-ମାର୍କୋ ରୁବିଓ ଆଲୋଚନା

ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି ହ୍ୱାଇଟ୍ ହାଉସରେ ମାର୍କୋ ରୁବିଓଙ୍କୁ ଭେଟିଥିଲେ। ଏହି ବୈଠକରେ ପ୍ରତିରକ୍ଷା, ବାଣିଜ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଆଗକୁ ବଢାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଆଲୋଚନାର ମୁଖ୍ୟ ଲକ୍ଷ୍ୟ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା । ବିଶେଷକରି ବାଣିଜ୍ୟ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ପ୍ରତିରକ୍ଷା ସହଯୋଗ ଏବଂ କ୍ୱାଡ୍ ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ସୌଜନ୍ୟ Prameya News7

Show More
Back to top button