ବିଶେଷ

AI agent: ହ୍ୟାକିଂରେ ବି ମଣିଷକୁ ଟପିଗଲା ଏଆଇ ଏଜେଣ୍ଟ୍‌

ଆମକୁ ଏକାବେଳେ ଏକାଧିକ କାର୍ଯ୍ୟ ସମ୍ପାଦନା କରିବାରେ ଏଆଇ(କୃତ୍ରିମ ବୁଦ୍ଧିମତ୍ତା) ଏଜେଣ୍ଟଗୁଡ଼ିକ ଆଶାତୀତ ସହଯୋଗ କରୁଛନ୍ତି। ମାତ୍ର ଅନ୍ୟ ସବୁ ପ୍ରଯୁକ୍ତି ଭଳି ଏଥିରେ ମଧ୍ୟ ବିପଦ ନିହିତ ରହିଛି। ବର୍ତ୍ତମାନ ଏଆଇ ଏଜେଣ୍ଟମାନେ କେବଳ କାର୍ଯ୍ୟ ସମ୍ପାଦନରେ ମଣିଷକୁ ଅତିକ୍ରମ କରି ନାହାନ୍ତି....

ଆମକୁ ଏକାବେଳେ ଏକାଧିକ କାର୍ଯ୍ୟ ସମ୍ପାଦନା କରିବାରେ ଏଆଇ(କୃତ୍ରିମ ବୁଦ୍ଧିମତ୍ତା) ଏଜେଣ୍ଟଗୁଡ଼ିକ ଆଶାତୀତ ସହଯୋଗ କରୁଛନ୍ତି। ମାତ୍ର ଅନ୍ୟ ସବୁ ପ୍ରଯୁକ୍ତି ଭଳି ଏଥିରେ ମଧ୍ୟ ବିପଦ ନିହିତ ରହିଛି। ବର୍ତ୍ତମାନ ଏଆଇ ଏଜେଣ୍ଟମାନେ କେବଳ କାର୍ଯ୍ୟ ସମ୍ପାଦନରେମଣିଷକୁ ଅତିକ୍ରମ କରି ନାହାନ୍ତି, ହ୍ୟାକର୍‌ ଭୂମିକାରେ ମଧ୍ୟ ମଣିଷଠାରୁ ଅଧିକ ପାରଙ୍ଗମ ବୋଲି ସୁରକ୍ଷା ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।

ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ଭୟଙ୍କର ସାଇବର ହ୍ୟାକିଂର ବିପଦକୁ ମୁକାବିଲା ପାଇଁ ଆର୍ଟେମିସ୍‌ ନାମକ ଏଆଇ ଏଜେଣ୍ଟ ବିକଶିତ କରିଛନ୍ତି ଏବଂ ତଦ୍ଦ୍ବାରା ପ୍ରଯୁକ୍ତିବିଦ୍ୟାରେ ଏଆଇ କିପରି ଉନ୍ନତ ତାହା ଦର୍ଶାଇଛନ୍ତି। ଗବେଷକମାନେ ଏଆଇ ଏଜେଣ୍ଟକୁ ୧୬ ଘଣ୍ଟା ପାଇଁ ଷ୍ଟାନ୍‌ଫୋର୍ଡ ନେଟୱାର୍କରେ ଚାଲୁଥିବା ୮,୦୦୦ଟି ସାର୍ବଜନୀନ ଓ ବ୍ୟକ୍ତିଗତ କମ୍ପ୍ୟୁଟରରେ ନିୟୋଜନ କରିଥିଲେ ଏବଂ ସୁରକ୍ଷା ବିପଦ ଖୋଜି କମ୍ପ୍ୟୁଟରଗୁଡ଼ିକୁ ହ୍ୟାକ୍‌ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏହାର ଫଳାଫଳ ଖୁବ୍‌ ଆଶ୍ଚର୍ଯ୍ୟଜନକ ଥିଲା, କାରଣ ଆର୍ଟେମିସ୍‌ ନିଜକୁ ଦକ୍ଷ ମାନବ ହ୍ୟାକର୍‌ମାନଙ୍କ ଅପେକ୍ଷା ଦକ୍ଷ ବୋଲି ପ୍ରମାଣିତ କରିଥିଲା। ଏହି ପରୀକ୍ଷଣରୁ ସ୍ପଷ୍ଟ ହୋଇଛି ଯେ ଏଆଇ ଏଜେଣ୍ଟ ୧୦ ଜଣରୁ ୯ ଜଣ ହ୍ୟାକର୍‌ଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ। ଆର୍ଟେମିସ୍ ପାଦେ ଆଗକୁ ଯାଇ କମ୍ପ୍ୟୁଟର ନେଟଵର୍କରେ ଏଭଳି କେତେକ ଦୁର୍ବଳତାକୁ ସାମ୍ନାକୁ ଆଣିଥିଲା, ଯାହାକୁ ମାନବ ହ୍ୟାକର୍‌ମାେନ ଠାବ କରିବାକୁ ଅସମର୍ଥ ହୋଇଥିଲେ।

ଏଆଇ ଏଜେଣ୍ଟ ଆର୍ଟେମିସ୍‌ ହ୍ୟାକର୍‌ଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ। ଏହା ଏଭଳି କେତେକ ଦୁର୍ବଳତାକୁ ଉଜାଗର କରିଥିଲା, ଯାହାକୁ ମାନବ ହ୍ୟାକର୍‌ ଠାବ କରିବାକୁ ଅସମର୍ଥ ହୋଇଥିଲେ।

ଏହି ପରୀକ୍ଷାରେ ବ୍ୟବହାର କରାଯାଇଥିବା ଏଆଇ ଏଜେଣ୍ଟ କେବଳ ଏକ ନିର୍ଦ୍ଦିଷ୍ଟ ସ୍ତର ପର୍ଯ୍ୟନ୍ତ ତାଲିମପ୍ରାପ୍ତ ଥିଲା, କିନ୍ତୁ ଏହା ସାଧାରଣ ଏଆଇ ମଡେଲଗୁଡ଼ିକ ଅପେକ୍ଷା ଖୁବ୍‌ ଅଧିକ ସମୟ ପାଇଁ ସକ୍ରିୟ ରହିବାର ଶକ୍ତି ରଖିଥିଲା। ତେଣୁ କମ୍ପ୍ୟୁଟର ଡିଭାଇସଗୁଡ଼ିକରେ ସୁରକ୍ଷା ସମସ୍ୟା ଖୋଜିବା ଏବଂ ଦୀର୍ଘ ସମୟ ବିଶ୍ଳେଷଣ କରିବାରେ ଏହା ସଫଳ ହୋଇଥିଲା। ଏହି ଫଳାଫଳଗୁଡ଼ିକର ସଠିକତା ୮୦ ପ୍ରତିଶତରୁ ଅଧିକ ଥିଲା। ଏଆଇ ଏଜେଣ୍ଟ ବାବଦ ଖର୍ଚ୍ଚ ଦୃଷ୍ଟିରୁ ଏହି ଫଳାଫଳ ଆଶ୍ଚର୍ଯ୍ୟଜନକ। ଆର୍ଟେମିସ୍‌ ଏଆଇ ଚଳାଇବାର ଖର୍ଚ୍ଚ ଘଣ୍ଟା ପ୍ରତି ମାତ୍ର ୧୮ ଡଲାର(ପ୍ରାୟ ୧,୪୭୬ ଟଙ୍କା) ହୋଇଥିବା ବେଳେ ମାନବ ହ୍ୟାକର୍‌ମାନେ ଗୋଟିଏ ବର୍ଷରେ ୧.୧୦ କୋଟି ଟଙ୍କାରୁ ଅଧିକ ଦରମା ବାବଦକୁ ନେଇଥାନ୍ତି। ଏହି କାରଣରୁ ଏବେ ଗୁଗଲ୍‌ ଓ ମାଇକ୍ରୋସଫ୍‌ଟ ଭଳି କମ୍ପାନି ଏଆଇ ଦ୍ବାରା ସେମାନଙ୍କ ନେଟ୍‌ଵର୍କ ସ୍କାନିଂ କରି ସମ୍ଭାବ୍ୟ ସାଇବର୍‌ ଆକ୍ରମଣକୁ ପ୍ରତିରୋଧ କରୁଛନ୍ତି। କିନ୍ତୁ ଏଆଇର ବିପଦ ବିଷୟରେ ସତର୍କ ରହିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button