ବାଣିଜ୍ୟ

Air Conditioner Price: ଆସୁଛି ଖରାଦିନ: ମହଙ୍ଗା ହେବ ଏସି, ବ୍ଲୁ ଷ୍ଟାର୍‌ ୧୦ରୁ ୧୫% ବଢ଼ାଇବ

ନୂଆଦିଲ୍ଲୀ: ଦେଶରେ ଏସି (ଏୟାର କଣ୍ଡିସନର) ଦାମ ଶୀଘ୍ର ମହଙ୍ଗା ହେବାକୁ ଯାଉଛି। ଚଳିତ ତ୍ରୟମାସରେ ବ୍ଲୁ ‌ଷ୍ଟାର୍‌ ଏସି ଦାମ୍‌ ବଢ଼ାଇବ ବୋଲି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ବି ଥିଆଗରାଜନ ସୂଚନା ଦେଇଛନ୍ତି। ଦରବୃଦ୍ଧି ଅପରିହାର୍ଯ୍ୟ ହୋଇପଡ଼ିଛି। ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ସ‌ମେତ, ଶକ୍ତି ଦକ୍ଷତା ଲେବେଲିଂରେ ପରିବର୍ତ୍ତନ ଏବଂ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ହେବା ଆଦି କାରଣରୁ ଏସି ଦରବୃଦ୍ଧି କରିବାକୁ ପଡ଼ିବ। ଦର ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବା ନେଇ ଆଶା କରାଯାଉଛି ବୋଲି ସେ କହିଛନ୍ତି। ଏସି ଦରବୃଦ୍ଧିକୁ ବହନ କରିବା ସ୍ଥିତିରେ କମ୍ପାନି ନାହିଁ। କାରଣ କମ୍ପାନିର ଟିକସ ପୂର୍ବ ଲାଭ ୮ରୁ ୧୦ ପ୍ରତିଶତ ରହୁଛି ବୋଲି ସେ କହିଛନ୍ତି। ନିକଟରେ ତମ୍ବା ଦର ବୃଦ୍ଧି ଘଟିଛି। ଏଥିସହିତ ଅନ୍ୟାନ୍ୟ ସାମଗ୍ରୀର ଦରବୃଦ୍ଧି ଯୋଗୁ ଉତ୍ପାଦନ ଖର୍ଚ୍ଚ ବଢ଼ିଯାଇଛି। ତେଣୁ ଗ୍ରାହକଙ୍କ ଉପରେ ଏସବୁ ଦରବୃଦ୍ଧିର ବୋଝ ଲଦିବାକୁ ପଡ଼ୁଛି ବୋଲି ସେ କହିଛନ୍ତି।

ମୂଲ୍ୟବୃଦ୍ଧି ଚାପ ସତ୍ତ୍ବେ ଏସି ଚାହିଦା ଭଲ ରହିଛି। ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ଡିଲରମାନେ ବହୁ ଅଧିକ ସଂଖ୍ୟକ ଏସି ଷ୍ଟୋର୍‌ରେ ମହଜୁଦ ରଖିବା ଆରମ୍ଭ କରିଦେଇଛନ୍ତି। ଗତବର୍ଷ ତୁଳନାରେ ଚଳିତବର୍ଷ ରାତିର ତାପମାତ୍ରା ଅଧିକ ରହୁଛି। ତେଣୁ ଆଗକୁ ଖରାଦିନ ତାପମାତ୍ରା ଅଧିକ ରହିପାରେ। ଆଗୁଆ ଖରାଦିନ ଅନୁଭବ ହେଲେ ଗ୍ରାହକମାନେ ଅଧିକ ସଂଖ୍ୟାରେ ଏସି କିଣିବେ ବୋଲି ସେ କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button