Air pollution is worrisome: ବାୟୁ ପ୍ରଦୂଷଣ ଚିନ୍ତାଜନକ: ବୁଲିବୁଲି ନିଅଁା ଲିଭାଇଲା ବିଏମ୍ସି
ରାଜ୍ୟ ରାଜଧାନୀରେ ବାୟୁ ପ୍ରଦୂଷଣ ମାତ୍ରା କମିବାକୁ ନାଁ ଧରୁନି। ପ୍ରତିଦିନ ସକାଳେ ଓ ସଂଧ୍ୟାରେ ବାୟୁ ପ୍ରଦୂଷଣ ମାତ୍ରା ଏତେ ବଢ଼ିଯାଉଛି ଯେ ଲୋକେ ଅଣନିଃଶ୍ବାସୀ ହୋଇ ପଡ଼ୁଛନ୍ତି। କୁହୁଡ଼ିରେ ରାସ୍ତାଘାଟ ଦିଶୁନି।

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ବାୟୁ ପ୍ରଦୂଷଣ ମାତ୍ରା କମିବାକୁ ନାଁ ଧରୁନି। ପ୍ରତିଦିନ ସକାଳେ ଓ ସଂଧ୍ୟାରେ ବାୟୁ ପ୍ରଦୂଷଣ ମାତ୍ରା ଏତେ ବଢ଼ିଯାଉଛି ଯେ ଲୋକେ ଅଣନିଃଶ୍ବାସୀ ହୋଇ ପଡ଼ୁଛନ୍ତି। କୁହୁଡ଼ିରେ ରାସ୍ତାଘାଟ ଦିଶୁନି। ଏୟାର କ୍ବାଲିଟି ଇଣ୍ଡେକ୍ସ ଅସ୍ବାସ୍ଥ୍ୟକର ସୀମା ଡେଇଁ ଯାଉଛି। କିଛିଦିନ ହେଲାଣି ଲଗାତର ଏକ୍ୟୁଆଇ ୩ଶହରୁ ଅଧିକ ରହୁଛି। ଭୁବନେଶ୍ବର ମହାନଗର ନିଗମର ଅଧିକ ମୁଣ୍ଡବିନ୍ଧା କଲାଣି ଲିଙ୍ଗରାଜ ଥାନା ଅଞ୍ଚଳ। ଏଠାରେ ଏକ୍ୟୁଆଇ ସର୍ବାଧିକ ରହୁଛି। ଲଗାତର ୪ଶହ ପାଖାପାଖି ରହୁଛି।
ଲିଙ୍ଗରାଜ ଅଞ୍ଚଳ ମୁଣ୍ଡବିନ୍ଧା କଲାଣି
ପ୍ରଦୂଷଣ ରୋକି ପାରିବ ତ’ ୨ ମିଷ୍ଟ କ୍ୟାନନ୍ ମେସିନ୍
ମିଳିଥିବା ତଥ୍ୟ ମୁତାବକ, ଗତବର୍ଷ ଅକ୍ଟୋବରରୁ ଭୁବନେଶ୍ବରର ଏକ୍ୟୁଆଇ ସ୍ଥିତି ଗମ୍ଭୀର ରହିଛି। କିନ୍ତୁ ଚଳିତ ମାସରେ ଏହା ସବୁଠୁ ଉପରେ ରହିଛି। ଜାନୁଆରି ୧ରେ ଭୁବନେଶ୍ବରର ଏକ୍ୟୁଆଇ ସର୍ବାଧିକ ୪୦୫ ଥିଲା। ପରେ କ୍ରମାଗତ ଜାନୁଆରି ୨ରୁ ୬ ତାରିଖ ପର୍ଯ୍ୟନ୍ତ ଏକ୍ୟୁଆଇ ୩୩୭ରୁ ୩୮୨ ଭିତରେ ରହିଛି। ଆଜି ବି ସକାଳେ ବାୟୁ ପ୍ରଦୂଷଣ ମାତ୍ରା ୩୬୦ ଉପରେ ରହିଥିଲା। ଦ୍ବିପ୍ରହରରେ କମିଥିଲେ ବି ସଂଧ୍ୟାରେ ଏହା ପୁଣି ବଢ଼ିଯାଇଥିଲା। ସ୍ଥିତି ସଂପୂର୍ଣ୍ଣ ବିଗିଡ଼ିଯିବା ଆଗରୁ ଭୁବନେଶ୍ବର ମହାନଗର ନିଗମ ବାୟୁମଣ୍ଡଳରେ ପାଣି ସିଞ୍ଚନ କରି ପ୍ରଦୂଷଣ ମାତ୍ରାକୁ କମାଇବାକୁ ଚେଷ୍ଟା ଚଳାଇଛି। ମିଷ୍ଟ କ୍ୟାନନ୍ ମେସିନ୍ ବ୍ୟବହାର କରୁଛି। ଏହି ମେସିନ୍ ଜରିଆରେ ବାୟୁ ମଣ୍ଡଳକୁ ଶୁଦ୍ଧ ପାଣି ସ୍ପ୍ରେ କରାଯାଉଛି। ପ୍ରଦୂଷଣ ମାତ୍ର ବଢ଼ାଉଥିବା ଅଞ୍ଚଳ ବିଶେଷ କରି ବସ୍ଷ୍ଟାଣ୍ଡ୍ ଓ ଅନ୍ୟାନ୍ୟ ସ୍ଥାନ ପାଣି ସିଞ୍ଚନ କରାଯାଉଛି। ୨ଟି ମିଷ୍ଟ କ୍ୟାନନ୍ ମେସିନ୍ ଏଥିପାଇଁ ବ୍ୟବହାର କରାଯାଉଛି। ୧୮୬ ବର୍ଗକିଲୋମିଟର ବ୍ୟାପ୍ତ ଭୁବନେଶ୍ବର ମହାନଗର ନିଗମରୁ ପ୍ରଦୂଷଣ ମାତ୍ରାକୁ କମାଇବାରେ ଏହା ସଫଳ ହେବ ତ, ଏଭଳି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରିଲାଣି।

ସୌଜନ୍ୟ ସମ୍ବାଦ