ଦେଶ ବିଦେଶରାଜନୀତି

Ajit Pawar Plane Crash: ବିମାନ ଦୁର୍ଘଟଣାକୁ ଷଡ଼ଯନ୍ତ୍ର କହିଲେ ଦିଦି: ‘ମହାୟୁତି ମେଣ୍ଟ ଛାଡ଼ିବାକୁ ଚାହୁଥିଲେ ଅଜିତ’

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମାଜିକ ଗଣମାଧ୍ୟମ‌ ‘ଏକ୍ସ’ରେ ଏକ ପୋଷ୍ଟ କରି , ଅଜିତ ପାୱାରଙ୍କ ଆକସ୍ମିକ ବିୟୋଗରେ ମୁଁ ଗଭୀର ଭାବରେ ମର୍ମାହତ ଏବଂ ସ୍ତବ୍ଧ ବୋଲି ପ୍ରକାଶ କରିଛନ୍ତି

କୋଲକାତା: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ମୁଖ୍ୟ ଅଜିତ ପାୱାରଙ୍କର ବୁଧବାର ସକାଳେ ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ପାୱାରଙ୍କ ସମେତ ବିମାନର ପାଇଲଟ ତଥା ତାଙ୍କ ସୁରକ୍ଷାକର୍ମୀଙ୍କ ସହିତ ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଛି। ପାୱାର ସକାଳ ୮ଟାରେ ମୁମ୍ବାଇରୁ ବାରାମତି ଯାଉଥିବାବେଳେ ଅବତରଣ ସମୟରେ ତାଙ୍କ ଚାଟାର୍ଡ଼ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅଜିତ ପାୱାରଙ୍କର ଦେହାନ୍ତ ଖବର ଆସିବା ପରେ ବିଭିନ୍ନ ମହଲରୁ ଶୋକ ବାର୍ତ୍ତା ଆସିବାରେ ଲାଗିଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମାଜିକ ଗଣମାଧ୍ୟମ‌ ‘ଏକ୍ସ’ରେ ଏକ ପୋଷ୍ଟ କରି , ଅଜିତ ପାୱାରଙ୍କ ଆକସ୍ମିକ ବିୟୋଗରେ ମୁଁ ଗଭୀର ଭାବରେ ମର୍ମାହତ ଏବଂ ସ୍ତବ୍ଧ ବୋଲି ପ୍ରକାଶ କରିଛନ୍ତି। ପାୱାର ପରିବାର ପ୍ରତି ମମତା ଗଭୀର ସମବେଦନା ଜଣାଇବା ସହିତ ବିମାନ ଦୁର୍ଘଟଣାର ତଦନ୍ତ ଦାବି କରିଛନ୍ତି। ମମତା କହିଛନ୍ତି, ଅଜିତ ପାୱାର ମହାୟୁତି ମେଣ୍ଟ ଛାଡ଼ିବାକୁ ଚାହୁଥିଲେ। ତେଣୁ ତାଙ୍କ ବିମାନ ଦୁର୍ଘଟଣା ନେଇ ଷଡ଼ଯନ୍ତ୍ରର ସମ୍ଭାବନା ରହିଥିବା ଅଭିଯୋଗ କରି ସୁପ୍ରିମକୋର୍ଟଙ୍କ ନିରୀକ୍ଷଣରେ ଏହାର ତଦନ୍ତ କରିବାକୁ ସେ ଦାବି କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button