ବିଶେଷ

Alcohol : ଗାଁକୁ ଖାଉଛି ମଦ

ପ୍ରଥମେ ସ୍ବାମୀ ଥବିର ନାଏକ ଚାଲିଗଲେ, ତା’ପଛକୁ ହାତ ଧରାଧରି ହୋଇ ୨ ଭେଣ୍ଡିଆ ପୁଅ ନରେଶ (୩୫) ଓ ଉଦିତ (୨୭) ଆଖି ବୁଜିଲେ। ବଡ଼ପୁଅର ମୃତ୍ୟୁପରେ ବିଧବା ବୋହୂ ବିଶାଖା....

ସୁନ୍ଦରଗଡ଼ : ପ୍ରଥମେ ସ୍ବାମୀ ଥବିର ନାଏକ ଚାଲିଗଲେ, ତା’ପଛକୁ ହାତ ଧରାଧରି ହୋଇ ୨ ଭେଣ୍ଡିଆ ପୁଅ ନରେଶ (୩୫) ଓ ଉଦିତ (୨୭) ଆଖି ବୁଜିଲେ। ବଡ଼ପୁଅର ମୃତ୍ୟୁପରେ ବିଧବା ବୋହୂ ବିଶାଖା ବାପଘରେ। ଉଜୁଡ଼ା ସଂସାରରେ ୨ଟି ବଢ଼ିଲା ଝିଅ ସହ ଦୀପାବଳି ନାଏକ ଏକ ପ୍ରକାର ମରି ବଞ୍ଚିଛନ୍ତି। ଅଭିଯୋଗ ହୋଇଛି, ଏ ଗୋଟିଏ ପରିବାରର କାହାଣୀ ନୁହେଁ, ଗାଁରେ ଅନେକ ପରିବାରର ଦୁଃଖ ପଛର କାରଣ ମଦ। ଦୁଇ ବର୍ଷ ତଳେ ମଦ ଯୋଗୁଁ କୈଳାସ କିସାନ(୪୨) ଓ ପତ୍ନୀ ପାର୍ବତୀ(୩୮) ପ୍ରାଣ ହରାଇଲେ। ଏବେ ଘରେ ଅସହାୟ ଅବସ୍ଥାରେ ଏକମାତ୍ର ପୁଅ।

 

ମହିଳାଙ୍କ ଏ ମଦବିରୋଧୀ ସ୍ବର କେବଳ ଯେ ଲଇକେରାରୁ ଶୁଭୁଛି ତାହାନୁହେଁ, ଜିଲ୍ଲାର ସଦର ବ୍ଲକ୍ ବିରବିରାରୁ, ବାଲିଶଙ୍କରା ବ୍ଲକ୍ ତଳସରା, କିଞ୍ଜିରକେଲା, ବଡ଼ଗାଁ, କୁତ୍ରା ଯାଏ ମହିଳାମାନେ ଲଢ଼େଇ କରୁଛନ୍ତି। କେଉଁଠି ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି ତ କେଉଁଠି ଠେଙ୍ଗାଧରି ଭାଙ୍ଗିଛନ୍ତି ମଦହାଣ୍ଡି, ଭାଟି। ବାଲିଶଙ୍କରା ବ୍ଲକ୍‌ର ଘୋଘର ଓ ବି.କରୁଆବାହାଲ ପଞ୍ଚାୟତ କଇଁତରା ଗାଁର ମହିଳାମାନେ ଆଉ ଦି ପାଦ ଆଗେଇ ଯାଇ ମଦ ପିଉଥିବା ଓ ବିକୁଥିବା ଲୋକଙ୍କୁ ଜରିମାନା ଚେତାବନୀ ଦେଇଛନ୍ତି। ସରକାର ମହିଳାମାନଙ୍କ ସମ୍ମାନ ଓ ସଶକ୍ତୀକରଣ ଉପ‌ରେ ଜୋର୍ ଦେଉଥିବା କହୁଛନ୍ତି। କିନ୍ତୁ ବିଡ଼ମ୍ବନା, ଖୋଦ୍‌ ସରକାର ମଦର ପ୍ରସାର କରି  ମହିଳାଙ୍କ ସମ୍ମାନ ଓ ଶକ୍ତିହରଣର ବାଟ ଖୋଲିଛନ୍ତି। ସରକାର ରାଜସ୍ବ ଅମାର ଭରିବାକୁ ଲୋକଙ୍କୁ ମରଣମୁହଁକୁ ଠେଲିଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଆଦିବାସୀ ନେତା ରାଜେନ୍ଦ୍ର ନାଏ

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button