Breaking News

ବୈଜ୍ଞାନିକଙ୍କ ଚେତାବନୀ; ଶୁଖିଯିବ ଦେଶର ବଡ଼ ବଡ଼ ନଦୀ !

0

ନୂଆଦିଲ୍ଲୀ: ବୈଜ୍ଞାନିକଙ୍କ କହିବା ଅନୁସାରେ ଆଉ ମାତ୍ର ୨୭ ବର୍ଷ ପରେ ଏହାର ପ୍ରଭାବ ଦେଖାଦେବ । ୨୦୫୦ ବର୍ଷ ବେଳକୁ ଏହି ସବୁ ନଦୀ ଶୁଖିଯିବ ବୋଲି କୁହାଯାଇଛି । ଶରେ ଦେଖାଦେବ କି ଜଳ ସଙ୍କଟ ? ଖୁବ୍‌ଶୀଘ୍ର ଶୁଖିଯାଇପାରେ ବଡ଼ ବଡ଼ ନଦୀ । କେବଳ ଭାରତ ନୁହେଁ ଚୀନ ଏବଂ ପାକିସ୍ତାନର ବଡ଼ ବଡ଼ ନଦୀର ପାଣି ଶୁଖିଯିବା ନେଇ ଆକଳନ କରାଯାଉଛି । ଯାହାଫଳରେ ପାଣି ଟୋପାଏ ପାଇଁ ଛଟପଟ ହେବେ ୧୭୦ରୁ ୨୪୦ କୋଟିର ସହର ଲୋକେ ।

ବୈଜ୍ଞାନିକଙ୍କ ପକ୍ଷରୁ ଏପରି ଏକ ଚେତାବନୀ ଦିଆଯାଇଛି । ହିମାଳୟରେ ଗ୍ଳାସିୟର ଦ୍ରୁତ ଗତିରେ ତରଳୁଥିବାରୁ ଦେଶର ବଡ଼ ବଡ଼ ନଦୀ ଉପରେ ଏହାର ପ୍ରଭାବ ଦେଖାଦେଇପାରେ ବୋଲି କୁହାଯାଇଛି । ଗଙ୍ଗା, ବ୍ରହ୍ମପୁତ୍ର ଓ ସିନ୍ଧୁର ଜଳସ୍ତର ଦ୍ରୁତଗତିରେ ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି କହିଛନ୍ତି ବୈଜ୍ଞାନିକ ।

ଖାଲି ସେତିକି ନୁହେଁ, ବୈଜ୍ଞାନିକଙ୍କ କହିବା ଅନୁସାରେ ଆଉ ମାତ୍ର ୨୭ ବର୍ଷ ପରେ ଏହାର ପ୍ରଭାବ ଦେଖାଦେବ । ୨୦୫୦ ବର୍ଷ ବେଳକୁ ଏହି ସବୁ ନଦୀ ଶୁଖିଯିବ ବୋଲି କୁହାଯାଇଛି । ସଂଯୁକ୍ତ ରାଷ୍ଟ୍ରର ମହାସଚିବ ଏଣ୍ଟୋନିୟୋ ଗୁଟେରେସ ଏନେଇ ଖୁଲାସା କରିଛନ୍ତି ।

Leave A Reply

Your email address will not be published.