ଓଡିଶାଜିଲ୍ଲା

Amicus Curiae Report: ରାଷ୍ଟ୍ରୀୟ ପ୍ରତୀକର ଅପବ୍ୟବହାର ଅଭିଯୋଗ, ହାଇକୋର୍ଟରେ ଜନସ୍ବାର୍ଥ ମାମଲାର ଶୁଣାଣି ‌ଶେଷ

ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ବହୁ ସମୟରେ ଅପବ୍ୟବହାର କରାଯାଉଥିବା ଅଭିଯୋଗ ନେଇ ଦାୟର ମାମଲାର ହାଇକୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ରିପୋର୍ଟରେ ରାଷ୍ଟ୍ରୀୟ ପ୍ରତୀକର ଅପବ୍ୟବହାର ଉପରେ ଅଙ୍କୁଶ ଜାରି କରାଯାଇଛି....

କଟକ: ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ବହୁ ସମୟରେ ଅପବ୍ୟବହାର କରାଯାଉଥିବା ଅଭିଯୋଗ ନେଇ ଦାୟରମାମଲାର ହାଇକୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ମାନସ ରଞ୍ଜନ ପାଠକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏଲୋନ ଟ୍ରଷ୍ଟ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ଆମିକସ୍‌ କ୍ୟୁରି ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର ଓ ସୁବିର ପାଲିତଙ୍କ ତରଫରୁ ଏକ ରିପୋର୍ଟ ଦାଖଲ କରାଯାଇଥିଲା।

ରିପୋର୍ଟରେ ରାଷ୍ଟ୍ରୀୟ ପ୍ରତୀକର ଅପବ୍ୟବହାର ଉପରେ ଅଙ୍କୁଶ ଜାରି କରି କର୍ଣ୍ଣାଟକ ହାଇକୋର୍ଟ ଓ ମାଡ୍ରାସ ହାଇକୋର୍ଟ ପ୍ରଦାନ କରିଥିବା ରାୟ ପ୍ରସଂଗରେ ଉଲ୍ଲେଖ କରାଯାଇଥିଲା। ଏ ନେଇ ଆଇନରେ ରହିଥିବା ବ୍ୟବସ୍ଥା ଓ ରାଷ୍ଟ୍ରୀୟ ପ୍ରତୀକର ଅପବ୍ୟବହାର ରୋକିବା ପାଇଁ କେତେକ ପ୍ରସ୍ତାବ ଦୁଇ ଆମିକସ କ୍ୟୁରିଙ୍କ ତରଫରୁ ଦାଖଲ କରାଯାଇଥିଲା। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରୀୟ ପ୍ରତୀକର ପ୍ରକୃତ ଡିଜାଇନ ଓ ବ୍ୟବହାର ପ୍ରସଂଗ ସହିତ ଅପବ୍ୟବହାର କ୍ଷେତ୍ରରେ ସତର୍କତା ଅବଲମ୍ବନ ସଂକ୍ରାନ୍ତରେ ପ୍ରଚାର ପ୍ରସାର କରାଯିବା ପାଇଁ ଆମିକସ କ୍ୟୁରି ପ୍ରସ୍ତାବ ଦେଇଛନ୍ତି।

ଅପବ୍ୟବହାର ନେଇ ଚେତାବନୀ

ଏଥି ସହିତ ଛପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ସ‌ଚେତନତା ସୃଷ୍ଟି, ସର୍ବସାଧାରଣରେ ଡାକବାଜି ଘୋଷଣା ମାଧ୍ୟମ‌ରେ ଅପବ୍ୟବହାର ନେଇ ଚେତାବନୀ ଦେବା ଉପରେ ମଧ୍ୟ ରିପୋର୍ଟରେ ଗୁରୁତ୍ବାରୋପ କରାଯାଇଛି। ଏହି ପ୍ରସଂଗରେ ତଦାରଖ ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ଦାୟିତ୍ବ, ସ୍କୁଲ ପାଠ୍ୟକ୍ରମରେ ଆବଶ୍ୟକ ପରିବର୍ତ୍ତନ ପାଇଁ ମଧ୍ୟ ପ୍ରସ୍ତାବ ରହିଥିବା ସୂଚନା ମିଳିଛି। ହାଇକୋର୍ଟ ଆଜି ମାମଲାର ଶୁଣାଣି ଶେଷ କରିଛନ୍ତି।

ଜାତୀୟ ପ୍ରତୀକର ଅପବ୍ୟବହାର

ମାମଲାର ବିବରଣୀରୁ ପ୍ରକାଶ ଯେ ବହୁ ସମୟରେ ଜାତୀୟ ପ୍ରତୀକର ଅପବ୍ୟବହାର କରାଯାଉଥିବା ଦର୍ଶାଇ ଏହି ମାମଲା ଦାୟର ହୋଇଛି। ଜାତୀୟ ପ୍ରତୀକରେ ଅଶୋକ ସ୍ତମ୍ଭ ତଳେ ସତ୍ୟମେବ ଜୟତେ ‌ଲେଖା ରହିବା କଥା। କିନ୍ତୁ ଅନେକ ସମୟରେ ଅଶୋକ ସ୍ତମ୍ଭ ତଳେ ସତ୍ୟମେବ ଜୟତେ ନଥିବା ଦେଖିବାକୁ ମିଳୁଛି। ସେହିଭଳି ଭାବେ ଅଶୋକ ସ୍ତମ୍ଭକୁ ମଧ୍ୟ ଉପଯୁକ୍ତ ଭାବେ ପ୍ରଦର୍ଶନ କରାଯାଉ ନାହିଁ। ଜାତୀୟ ପ୍ରତୀକ ପ୍ରତି ଏହା ଅସମ୍ମାନ। ଏପରି ଘଟଣା ଗୁଡ଼ିକୁ ଗୁରୁତ୍ବର ସହିତ ଗ୍ରହଣ କରାଯିବା ସହିତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ସରକାରୀ ସ୍ତରରେ ନିଆଯିବା କଥା। କିନ୍ତୁ ସରକାରୀ ଉଦାସୀନତା ପାଇଁ ଜାତୀୟ ପ୍ରତୀକର ଅପବ୍ୟବହାର ଘଟଣା ବହୁ ସମୟରେ ଦେଖିବାକୁ ମିଳୁଛି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଛି। ମାମଲାରେ ସହଯୋଗ ପାଇଁ ହାଇକୋର୍ଟ ବାର୍‌ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ମିଶ୍ର ଓ ଶ୍ରୀ ପାଲିତଙ୍କୁ ଆମିକସ କ୍ୟୁରି ଭାବେ ଅଗଷ୍ଟ ୧୨ରେ ଖଣ୍ଡପୀଠ ନିଯୁକ୍ତି ଦେଇଥିଲେ।

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button