ଖେଳ

Amir Prediction: ପାକିସ୍ତାନ ଯାଉ ନ ଯାଉ, ଭାରତ ସେମିକୁ ଯିବନି : ଆମୀର

ପୂର୍ବତନ ପାକିସ୍ତାନୀ ବୋଲର୍‌ ମହମ୍ମଦ ଆମୀର ପୁଣି ଥରେ ଭାରତୀୟ ଦଳକୁ ବିଦ୍ରୁପ କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ସେମି-ଫାଇନାଲକୁ ଯାଉ ନ ଯାଉ ଭାରତ କେବେବି ଯାଇପାରିବ ନାହିଁ। ତାଙ୍କର ଏହି ନୂଆ ମନ୍ତବ୍ୟ ପାକିସ୍ତାନୀ କ୍ରିକେଟ୍‌ପ୍ରେମୀ ଆମୋଦିତ କରିଥିବାବେଳେ ଭାରତୀୟ ପ୍ରଶଂସକମାନଙ୍କୁ ଅସନ୍ତୁଷ୍ଟ କରିଛି

ଲାହୋର: ପୂର୍ବତନ ପାକିସ୍ତାନୀ ବୋଲର୍‌ ମହମ୍ମଦ ଆମୀର ପୁଣି ଥରେ ଭାରତୀୟ ଦଳକୁ ବିଦ୍ରୁପ କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ସେମି-ଫାଇନାଲକୁ ଯାଉ ନ ଯାଉ ଭାରତ କେବେବି ଯାଇପାରିବ ନାହିଁ। ତାଙ୍କର ଏହି ନୂଆ ମନ୍ତବ୍ୟ ପାକିସ୍ତାନୀ କ୍ରିକେଟ୍‌ପ୍ରେମୀ ଆମୋଦିତ କରିଥିବାବେଳେ ଭାରତୀୟ ପ୍ରଶଂସକମାନଙ୍କୁ ଅସନ୍ତୁଷ୍ଟ କରିଛି।

ଏକ ପାକିସ୍ତାନୀ ଟେଲିଭିଜନ କାର୍ଯ୍ୟକ୍ରମ ‘ହାରନା ମନା ହେ’ରେ ନିଜର ମତ ରଖି ସେ କହିଛନ୍ତି, “ପାକିସ୍ତାନ ସେମିକୁ ଯିବ… ପାକିସ୍ତାନ ଯାଉ ନ ଯାଉ ଭାରତ ଆଦୌ ଯିବ ନାହିଁ।’’ ପୂର୍ବରୁ ଏହି ସମାନ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ ଭାରତ କେବେବି ସେମିଫାଇନାଲକୁ ଯାଇପାରିବ ନାହିଁ। ଏହାର କାରଣସ୍ବରୂପ ସେ କହିଥିଲେ ଉଭୟ ଓ୍ବେଷ୍ଟ-ଇଣ୍ଡିଜ୍‌ ଓ ଦକ୍ଷିଣ ଆଫ୍ରିକା ଭାରତଠାରୁ ଭଲ ଖେଳୁଛନ୍ତି। ଯେତେବେଳେ ଭାରତ ନିଜର ପ୍ରଥମ ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ପରାଜିତ ହୋଇଥିଲା, ସେ ଆନନ୍ଦ ପ୍ରକାଶ କରିବା ସହ ପୁଣି ଥରେ ନିଜର ପୂର୍ବାନୁମାନକୁ ଦୋହରାଇଥିଲେ। ଏହାଛଡ଼ା ତାଙ୍କର ଆଉ ଏକ ବୟାନ ଭାରତୀୟ କ୍ରିକେଟପ୍ରେମୀଙ୍କୁ ଅସନ୍ତୁଷ୍ଟ କରିଥିଲା। ସେ କହିଥିଲେ ଯେ ଅଭିଷେକ ଶର୍ମା ଜଣେ ସ୍ଲଗର୍‌, ତାଙ୍କ କୌଣସି ବିକଳ୍ପ ବ୍ୟାଟିଂ କୌଶଳ ନାହିଁ।

ସୂଚନାଯୋଗ୍ୟ ଯେ ରବିବାର ହେବାକୁ ଥିବା ସୁପର-୮ ମ୍ୟାଚ୍‌ରେ ଭାରତ ଓ୍ବେଷ୍ଟ-ଇଣ୍ଡିଜ୍‌କୁ ପରାଜିତ କଲେ ସେମି-ଫାଇନାଲକୁ ଯିବ। କିନ୍ତୁ ସେମିକୁ ଯିବାକୁ ହେଲେ ଶନିବାର ପାକିସ୍ତାନକୁ ଶ୍ରୀଲଙ୍କା ବିପକ୍ଷରେ ଏକ ବଡ଼ ବ୍ୟବଧାନରେ ଜିତିବାକୁ ହେବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button