Breaking News

କୋର୍ଟରେ ହାଜର ହେଲେ ଅମିଷା; ମିଳିଲା ଆଶ୍ବସ୍ତି

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅମିଷା ପଟେଲ ସିନେମାରେ ତାଙ୍କ ଅଭିନୟ ଯାଦୁ ପାଇଁ ଏବେ ବି ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ପାଇ ପାରିଛନ୍ତି। ଅମିଷା କିଛିଦିନ ହେବ ଏକ ଠକେଇ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଯେଉଁ କାରଣରୁ ଦିନକୁ ଦିନ ତାଙ୍କ ଅସୁବିଧା ବଢିବାରେ ଲାଗିଛି ।

ଶନିବାର ଅମିଷା ପଟେଲ ଏକ ଠକେଇ ମାମଲାରେ ରାଞ୍ଚି ସିଭିଲ କୋର୍ଟରେ ହାଜର ହେବା ପାଇଁ ପହଞ୍ଚିଥିଲେ। ଖୁସିରେ କଥା ଏହି ଠକେଇ ମାମଲାରେ ଅମିଷାଙ୍କୁ ଜୁନ୍ ୨୧ ପର୍ୟ୍ୟନ୍ତ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୨୧ ରେ ଅନୁଷ୍ଠିତ ହେବ।
ଅମିଷା ପଟେଲଙ୍କ ବିରୋଧରେ ଫିଲ୍ମ ନିର୍ମାତା ଅଜୟ କୁମାର ସିଂହ ଚେକ ବାଉନସ, ଠକେଇ ଓ ଧମକ ଦେବା ନେଇ ଅଭି‌ଯୋଗ କରିଥି‌ଲେ।

ଅମିଷାଙ୍କ ବିରୋଧ ଅଭିଯୋଗ ହୋଇଥିଲା କି, ସେ ସିନେମା ପ୍ରମୋସନ ଓ ପବ୍ଲିସିଟି ପାଇଁ ରାଞ୍ଚିରେ ରହୁଥିବା ଅଜୟ କୁମାର ସିଂହଙ୍କ ଠାରୁ ୨.୫ କୋଟି ଟଙ୍କା ନେଇଥିଲେ। ଚୁକ୍ତିନାମା ଅନୁଯାୟୀ, ଯେତେବେଳେ ଫିଲ୍ମ ରିଲିଜ୍ ହୋଇ ନଥିଲା, ସେତେବେଳେ ଅଜୟ ଟଙ୍କା ମାଗିଥିଲେ। କିନ୍ତୁ ଅମିଷା ଟଙ୍କା ଦେଇ ନଥିଲେ। ଓଲଟି ଗାଳିଗୁଲଜ କରିଥିଲେ। ଏହା ପରେ ଅଜୟ ସିଂହ ଅଭିନେତ୍ରୀଙ୍କ ବିରୋଧରେ ମମଲା ରୁଜୁ କରିଥିଲେ।

Comments are closed.