ଓଡିଶା

Ancient Roots Revealed: ଓଡ଼ିଶାର ଏଇଠି ୪ ହଜାର ବର୍ଷ ତଳେ ଥିଲା ସଂଗଠିତ ଗାଁ, ଖନନ ପରେ ଠାବ କଲା ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା

ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା-ASI ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । କଟକ ଜିଲ୍ଲାର ଜଳାରପୁର ଗାଁରେ ଥିବା ଭାରତୀ ହୁଡାରେ ଖନନ ପରେ ଏକ ସଂଗଠିତ ଗ୍ରାମୀଣ ବସ୍ତିର ଅବଶେଷ ମିଳିଛି ।

ସାଢେ ୩ହଜାରରୁ ୪ହଜାର ବର୍ଷ ତଳେ ଓଡ଼ିଶାରେ ଥିଲା ସଂଗଠିତ ଗାଁ । ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା-ASI ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । କଟକ ଜିଲ୍ଲାର ଜଳାରପୁର ଗାଁରେ ଥିବା ଭାରତୀ ହୁଡାରେ ଖନନ ପରେ ଏକ ସଂଗଠିତ ଗ୍ରାମୀଣ ବସ୍ତିର ଅବଶେଷ ମିଳିଛି ।

ଏହି ଖନନରେ ଗୋଲାକାର ମାଟିର ଢାଞ୍ଚା, ବିଭିନ୍ନ ପ୍ରକାରର ପାରମ୍ପରିକ ମାଟି ପାତ୍ର, ପଥର ଓ ହାଡ଼ର ଉପକରଣ, ଧାତୁ ବସ୍ତୁର ଅବଶେଷ ମିଳିଛି। ଧାନ ଓ ମୁଗ ଚାଷ ସହିତ ପଶୁ ଏବଂ ମାଛର ଅବଶେଷ ମଧ୍ୟ ମିଳିଛି ।

ସମୃଦ୍ଧ ଅର୍ଥନୀତି ଥିଲା
ଏହାକୁ ଅନୁଶୀଳନ ପରେ ଜଣାପଡିଛି ଯେ, ବସ୍ତିରେ ଚାଷବାସ, ପଶୁପାଳନ, ଶିକାର ଏବଂ ମାଛ ଧରା ଉପରେ ଆଧାରିତ ଏକ ସମୃଦ୍ଧ ଅର୍ଥନୀତି ଥିଲା। ଆଉ ଏହି ବସ୍ତି ଉପକୂଳୀୟ ଓଡ଼ିଶାର ପ୍ରାକ୍ ଐତିହାସିକ କାଳରେ ପ୍ରାରମ୍ଭିକ ବସତି ପ୍ରଣାଳୀ ଏବଂ ଦୈନନ୍ଦିନ ଜୀବନଶୈଳୀ ବିଷୟରେ ଦର୍ଶାଉଛି ।
ଓଡ଼ିଶାର ଏଇଠି ୪ ହଜାର ବର୍ଷ ତଳେ ଥିଲା ସଂଗଠିତ ଗାଁ
ଖନନ ପରେ ଠାବ କଲା ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା
କଟକ ଜିଲ୍ଲା ଜଲାରପୁର ଭାରତୀ ହୁଡାରେ ଚାଲିଥିଲା ଖନନ
ଖନନ ସ୍ଥଳରୁ ବିଭିନ୍ନ ପ୍ରକାର ଅବଶେଷ ଠାବ

ସୌଜନ୍ୟ OTV

Show More

Leave a Reply

Your email address will not be published. Required fields are marked *

Back to top button