ଓଡିଶାଜିଲ୍ଲା

6 Accused Arrested ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ଦୁଇ ଗୋଷ୍ଠୀର ୬ ଗିରଫ, ଅନ୍ଯ ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା

ଗତକାଲି ରାତିରୁ ସୁନ୍ଦରଗଡ଼ ସହରର ବିଭିନ୍ନ ସ୍ଥାନରେ town ଥାନା ପୁଲିସ ଚଢ଼ଉ କରି ଉଭୟ ଗୋଷ୍ଠୀର ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ସହ ଅନ୍ଯ ଫେରାର ଉପଦ୍ରବୀଙ୍କୁ ଧରିବାକୁ ତନାଘନା ଚଲାଇଛି।

ସୁନ୍ଦରଗଡ଼: ସୁନ୍ଦରଗଡ଼ଗୋଷ୍ଠୀ ସଂଘର୍ଷ ଘଟଣାର ଉପଦ୍ରବୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଶାନ୍ତି କମିଟି ବୈଠକରେ ସମସ୍ତ ନାଗରିକ ଏକ ସ୍ବରରେ ଦାବି କରିଥିଲେ। ଆକ୍ସନ ମୁଡ୍ ରେ ଆସିଛି ପୁଲିସ। ଗତକାଲି ରାତିରୁ ସହରର ବିଭିନ୍ନ ସ୍ଥାନରେ ଟାଉନ ଥାନା ପୁଲିସ ଚଢ଼ଉ କରି ଉଭୟ ଗୋଷ୍ଠୀର ୬ ଜଣଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ସହ ଅନ୍ଯ ଫେରାର ଉପଦ୍ରବୀଙ୍କୁ ଧରିବାକୁ ତନାଘନା ଚଲାଇଛି।

ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ଼ ହୋଇଥିଲା

ଦୁଇ ଦିନ ତଳେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ଜଣେ ଲୋକ ଗୋ ମାଂସ ରଖିଥିବା ଅଭିଯୋଗ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ଼ ହୋଇଥିଲା । ଏଥିରେ ପୁଲିସ କର୍ମଚାରୀଙ୍କ ସମେତ ଦୁଇ ଗୋଷ୍ଠୀର ୧୨ରୁ ଅଧିକ ଲୋକେ ଆହତ ହୋଇଥିଲେ। ଉପଦ୍ରବୀମାନେ ଦୋକାନ, ଗାଡ଼ିମୋଟର  ଭଙ୍ଗାରୁଜା କରିବା ସହ ଏକ ପିକଅପ.ଭ୍ଯାନକୁ ଜାଳି ଦେଇଥିଲେ।

ଏହାପରେ ସହରରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୧୬୩ ଧାରା ଜାରି କରିଥିଲା ପ୍ରଶାସନ। ସମସ୍ତ ଦୋକାନବଜାର, ସ୍କୁଲ କଲେଜ ବନ୍ଦ କରିଥିଲା। ଏହା ସହ ୨୪ ଘଣ୍ଟା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button