Anil Agarwal Son Dies: ବାପା ଥାଉ ଥାଉ ଚାଲିଗଲା ପୁଅ… ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶଙ୍କ ଦେହାନ୍ତ
ଆଉ ନାହାନ୍ତି ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ପୁଅ । ବୁଧବାର ଦିନ ନ୍ୟୁୟର୍କର ଏକ ହସ୍ପିଟାଲରେ ହୃଦଘାତରେ ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶଙ୍କର ମୃତ୍ୟୁ ହୋଇଛି । ୪୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି...

ନୂଆଦିଲ୍ଲୀ: ସକାଳୁ ସକାଳୁ ଦୁଃଖଦ ଖବର । ଆଉ ନାହାନ୍ତି ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ପୁଅ । ବୁଧବାର ଦିନ ନ୍ୟୁୟର୍କର ଏକ ହସ୍ପିଟାଲରେ ହୃଦଘାତରେ ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶଙ୍କର ମୃତ୍ୟୁ ହୋଇଛି । ୪୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତେବେ ଏହି ଖବର ନିଜେ ଦେଇଛନ୍ତି ଅନିଲ ଅଗ୍ରୱାଲ । ଏକ ଛଳଛଳ ପୋଷ୍ଟରେ ସୂଚନା ଦେଇଛନ୍ତି ଅନିଲ ।
ତେବେ ଆମେରିକାରେ ଏକ ସ୍କିଇଙ୍ଗ୍ ଦୁର୍ଘଟଣା ପରେ ତାଙ୍କୁ ମାଉଣ୍ଟ ସିନାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ସେ ଉତ୍ତମ ଚିକିତ୍ସା ପରେ ଧିରେଧିରେ ସୁସ୍ଥ ହେଉଥିଲେ। ମାତ୍ର ବିଧିର ବିଧାନ ଥିଲା ଅଲଗା । ହାର୍ଟ ଆଟାକରେ ପ୍ରାଣ ହରାଇଛନ୍ତି ଅଗ୍ନିବେଶ ।
ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ଅନିଲ ଲେଖିଛନ୍ତି- ମୋର ପ୍ରିୟ ପୁଅ ଅଗ୍ନିବେଶ ଆମକୁ ବହୁତ ଶୀଘ୍ର ଛାଡ଼ି ଚାଲିଗଲା। ସେ ମାତ୍ର ୪୯ ବର୍ଷ ବୟସର ସେ ଆମଠୁ ଦୂରେଇଗଲା । ସ୍ୱପ୍ନରେ ପରିପୂର୍ଣ୍ଣ ଥିଲା ତା ଜୀବନ। ଦେଶ ପାଇଁ ଦେଖିଥିଲା ଅନେକ ସ୍ବପ୍ନ । ଭାଗ୍ୟ ହଠାତ୍ ଆମ ପୁଅକୁ ଆମ ଠାରୁ ଛଡ଼ାଇ ନେଇଗଲା । ସେ ମୋ ପାଇଁ କେବଳ ପୁଅ ନଥିଲା ବରଂ ସେ ମୋର ବନ୍ଧୁ ଥିଲା, ମୋର ଗର୍ବ, ମୋର ଦୁନିଆ ଥିଲା… ତା ବିନା ମୁଁ ଭାଙ୍ଗି ପଡ଼ିଛି । ତଥାପି ଆମର ଏ ଦୁଃଖରେ ମୁଁ କହୁଛି କି ବେଦାନ୍ତରେ କାମ କରୁଥିବା ହଜାର ହଜାର ଯୁବକ ମଧ୍ୟ ଆମର ସନ୍ତାନ ।
ସୌଜନ୍ୟ ସମ୍ବାଦ




