ଦେଶ ବିଦେଶ

Another student : ପୁଣି ଜଣେ ଛାତ୍ର ନେତାଙ୍କୁ ଗୁଳିମାଡ଼

ବାଂଲାଦେଶ ହିଂସା ଦିନକୁ ଦିନ ଅତି ଭୟଙ୍କର ରୂପ ନେବାରେ ଲାଗିଛି। ଇନ୍‌କିଲାବ ମଞ୍ଚ ମୁଖପାତ୍ର ସରିଫ ଓସମାନ ହାଦିଙ୍କ ହତ୍ୟା ଘଟଣାକୁ ନେଇ ଦେଶରେ ହିଂସା ଓ ଉତ୍ତେଜନା ଲାଗି....

ଢାକା : ବାଂଲାଦେଶ ହିଂସା ଦିନକୁ ଦିନ ଅତି ଭୟଙ୍କର ରୂପ ନେବାରେ ଲାଗିଛି।  ଇନ୍‌କିଲାବ ମଞ୍ଚ ମୁଖପାତ୍ର ସରିଫ ଓସମାନ ହାଦିଙ୍କ ହତ୍ୟା ଘଟଣାକୁ ନେଇ ଦେଶରେ ହିଂସା ଓ ଉତ୍ତେଜନା ଲାଗି ରହିଥିବାବେଳେ ଆଜି ପୁଣି ବାଂଲାଦେଶ‌ରେ ଆଉ ଏକ ହାଇ ପ୍ରୋଫାଇଲ୍‌ ଗୁଳିମାଡ଼ ହୋଇଛି। ଏନ୍‌ସିପି (ନ୍ୟାସନାଲ୍‌ ସିଟିଜେନ୍‌ସ ପାର୍ଟି)ର ଜଣେ ବରିଷ୍ଠ ନେତା ମହମ୍ମଦ ‌ମୋତଲେବ ସିକଦରଙ୍କ ଉପରକୁ ଆଜି ଖୁଲନା ଜିଲ୍ଲାରେ କିଛି ଦୁର୍ବୃତ୍ତ ଗୁଳି ଚଳାଇଛନ୍ତି। ଗୁଳି ସିକଦରଙ୍କ ମୁଣ୍ଡରେ ବାଜିଛି ଏବଂ ସେ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା କିଭଳି ଅଛି ତାହା ଜଣାପଡ଼ିନି।  ବାଂଲାଦେଶୀ‌ ଦୈନିକ ଖବରକାଗଜ ପ୍ରଥମ ଆଲୋ ରିପୋର୍ଟ ଅନୁଯାୟୀ ସୋନଡଙ୍ଗା ଅଞ୍ଚଳରେ ଆଜି ଏହି ଘଟଣା ଘଟିଛି।  ୪୨ ବର୍ଷୀୟ ସିକଦର ହେଉଛନ୍ତି ଏନ୍‌ସିପି ଶ୍ରମିକ ସଂଗଠନର ଜଣେ କେନ୍ଦ୍ରୀୟ ନେତା।  ଏନ୍‌ସିପିର ଖୁଲନା‌ ମେଟ୍ରୋପଲିଟାନ ବିଭାଗର ଜଣେ ପରିଚାଳକ ସୈଫ ନୱାଜ କହିଛନ୍ତି, ଖୁଲନାର ସୋନଡଙ୍ଗା ଅଞ୍ଚଳ‌ରେ ଆଜି ଅପରାହ୍ନ ୧୨ଟା ୧୫ ସମୟରେ ସିକଦରଙ୍କ ଉପରକୁ ଗୁଳିମାଡ଼ ‌ହୋଇଛି। ସିକଦର ହେଉଛନ୍ତି ଏନ୍‌ସିପିର ଶ୍ରମ ଶାଖା ଜାତୀୟ ଶ୍ରମିକ ଶକ୍ତିର ଖୁଲନା (ଡିଭିଜନାଲ୍‌) ସଂଯୋଜକ। ଆଗକୁ ଖୁଲନାରେ ଏକ ଡିଭିଜନାଲ୍‌ ଶ୍ରମିକ ରୢାଲି ଥିବାବେଳେ ସିକଦର ଏଥିପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥି‌ଲେ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଛାତ୍ର ‌‌ନେତା ହାଦିଙ୍କୁ ହତ୍ୟାର କିଛି ଦିନରେ ଏହି ଗୁଳିକାଣ୍ଡ ହୋଇଛି।  ହାଦି ହେଉଛନ୍ତି ଜଣେ ଭାରତ ବିରୋଧୀ ଛାତ୍ର ନେତା ଏବଂ ଗତବର୍ଷର ଜୁଲାଇ ହିଂସା ସହ ସେ ଜଡ଼ିତ ଥିଲେ। ଡିସେମ୍ବର ୧୨ ତାରିଖରେ ତାଙ୍କୁ ଢାକାର ବିଜୟନଗର ଅଞ୍ଚଳରେ ଗୁଳି କରି ହତ୍ୟା କରାଯାଇଥିଲା। ହାଦିଙ୍କ ହତ୍ୟା ଘଟଣା ପରଠାରୁ ବାଂଲାଦେଶରେ ହିଂସା ଓ ଉତ୍ତେଜନା ଲାଗି ରହିଛି। ଗତ ୨ ଦିନ ତଳେ ବାଂଲାଦେଶରେ ଜଣେ ହିନ୍ଦୁ ନେତା ଦୀପୁଚନ୍ଦ୍ର ଦାସଙ୍କୁ ମଧ୍ୟ କିଛି ବିଶୃଙ୍ଖଳ ଜନତା ପିଟିପିଟି ମାରିଦେବା ପରେ ତାଙ୍କୁ ଗଛରେ ବାନ୍ଧି ଜାଳି ଦେଇଥିଲେ।

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button