Breaking News

ଅସମ୍ଭବକୁ ସମ୍ଭବରେ ପରିଣତ କରିପାରିବା କ୍ଷମତା ରଖନ୍ତି ଯୁବପିଢ଼ି-ଅକ୍ଷୟ ନାୟକ

‘ଅନ୍ତରଙ୍ଗ ସ୍ବେଛାସେବୀ ନିଜକୁ ଗଢନ୍ତୁ ଓ ରାଷ୍ଟ୍ର ଗଠନରେ ସାମିଲ ହୁଅନ୍ତୁ’

ଫୁଲବାଣୀ: କନ୍ଧମାଳ ଜିଲା ଦାରିଙ୍ଗିବାଡି ବ୍ଳକର ‘ଜାଗୃତି’ ସଭାଗୃହରେ ଅନ୍ତରଙ୍ଗ ସ୍ବେଛାସେବୀମାନଙ୍କର ଏକ ତାଲିମ ଶିବିର ଆରମ୍ଭ ହୋଇଛି। ତାଲିମ ଶିବିରକୁ ‘ଜାଗୃତି’ ସ୍ବେଛାସେବୀ ସଗଂଠନର ସମ୍ପାଦକ କୈଳାଶ ଦଣ୍ତପାଟ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ। ଏହି ଅବସରରେ ଶ୍ରୀ ଦଣ୍ଡପାଟଙ୍କ ସମସ୍ତ ବ୍ଲକର ସ୍ବେଛାସେବୀମାନେ ଗଛରେ ପାଣି ଦେଇଥିଲେ। ଅନ୍ତରଙ୍ଗ ଯୁବ ମହାସଂଘ ସଭାପତି ଦୀଲିପି କୁମାର ସାହୁଙ୍କ ପୌରହିତରେ ଆୟୋଜିତ ଏହି ଶିବିରରେ ସମ୍ପଦକ ହୃଷିକେଶ ବେହେରା ପରିଚାଳନା କରିଥିଲେ। ସାମାଜିକ ଚଳନ ଶିକ୍ଷା, ମାନବିକ ଅଧିକାର, ପରିବେଶ ସମ୍ବନ୍ଧୀୟ ନ୍ୟାୟ ଉପରେ ଯୁବ ସ୍ବଛାସେବୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ଏବଂ ଏହାକୁ ଜାତୀୟ ଯୁବ କାର୍ଯ୍ୟକ୍ରମ ଭୁବନେଶ୍ବର ସୋମ୍ ଭାଇ ପରିଚାଳନା କରିଥିଲେ।

 

ଆଜିର ଯୁବକଯୁବତିମାନେ ଛୋଟ ଛୋଟ କଥାରେ ଆତ୍ମହତ୍ୟା କରୁଛନ୍ତି। ବୟସ ନହେବା ପୂର୍ବରୁ ବିବାହ କରୁଛନ୍ତି। ଦାଦନ ପାଇଁ ରାଜ୍ୟ ବାହାରକୁ ଚାଲି ଜାଉଛନ୍ତି। ତେଣୁ ଏହା ଏକ ଚିନ୍ତାର ବିଷୟ। ଏ ଦିଗରେ ଅନ୍ତରଙ୍ଗ ପାଇଁ ବହୁତ ଆହ୍ବାନ ଦେଖାଦେଇଛି । ଗାଁ ଗାଁରେ ତାଲିମ , ସଚେତନ ଓ କାଉନସିଲିଂ ଶିବିରର ଆବଶ୍ୟକତା ରହିଛି । ଅନ୍ତରଙ୍ଗ ସ୍ବେଛାସେବୀ ନିଜକୁ ଗଢନ୍ତୁ ଓ ରାଷ୍ଟ୍ର ଗଠନରେ ସାମିଲ ହୁଅନ୍ତୁ ବୋଲି ଶ୍ରୀ ଦଣ୍ଡପାଟ ଆହ୍ବାନ ଦେଇଥିଲେ। ଏହାସହିତ ସମାଜରେ ଲାଗି ରହିଥିବା ସମସ୍ୟାଗୁଡିକ ସମାଧାନ ପାଇଁ ଉଦ୍ୟମ କରିବା ଆବଶ୍ୟକତା ରହିଛି ବୋଲି ‘ଜାଗୃତି’ ସମ୍ପାଦକ କୈଳାଶ ଦଣ୍ତପାଟ ପ୍ରକାଶ କରିଥିଲେ । ଅନ୍ତରଙ୍ଗ ଯୁବକ ସଂଘରେ ନୁଆ ପିଲାକୁଂ ସାମିଲି୍ କରି ଆଗକୁ ନେବା ପାଇଁ ଆହ୍ବାନ ଦେଇଥିଲେ। ସାରା ବିଶ୍ବରେ ଯୁବକମାନଙ୍କ ଦ୍ବାରା ବହୁତ ସାମାଜିକ ଆନ୍ଦୋଳନ ହୋଇଛି ଓ ପରିବର୍ତ୍ତନ ମଧ୍ୟ ଆସିଛି। ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ଭରସା ଲାଇଭ’ ସମ୍ପାଦକ ଅକ୍ଷୟ କୁମାର ନାୟକ ଯୁବକମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ ଅସମ୍ଭବକୁ ସମ୍ଭବରେ ପରିଣତ କରିପାରିବା କ୍ଷମତା ରଖନ୍ତି ଯୁବପିଢ଼ି। ନିର୍ଭିକ ଓ ସାହାସୀ ହୋଇ ନିଜର ଦକ୍ଷତା ପ୍ରତିପାଦନ କରି ପ୍ରଶଂସିତ ହୁଅନ୍ତି। ସମାଜ ପାଇଁ କିଛି କରିବାକୁ ସଂକଳ୍ପ ନେବା ସହ ସମାଜ ସେବାରେ ନିଜକୁ ନିୟୋଜିତ ସହ ମଣିଷ ଜନ୍ମର ସାର୍ଥକତା ପ୍ରତିପାଦିତ କରିବାକୁ ଆହ୍ବାନ ଦେଇଥିଲେ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଉକ୍ତିକୁ ଉଦ୍ଧାର କରି ଶ୍ରୀ ନାୟକ କହିଥିଲେ ଯେ ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଜିଏଁ ନର କର୍ମ ଏକା ତାର ଜୀବନର ମାନଦଣ୍ଡ। ଗୋପବନ୍ଧଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ଯୁବପିଢ଼ି ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ଅନ୍ୟକୁ ସହଯୋଗ କରିପାରିବେ। ସମାଜ ସେବାକୁ ନିଜ ଜୀବନର ବ୍ରତ ଭାବେ ବିବେଚନା କରି ସେମାନେ ନିଜ ଉପରେ ଭରସା ରଖି ଶୃଙ୍ଖଳିତ ଜୀବନ ଯାପନ ସହ କଠିନ ପରିଶ୍ରମ ଜାରି ରଖିଲେ ସେମାନଙ୍କୁ ନିଶ୍ଚୟ ସଫଳତା ମିଳିପାରିବ ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ।

ଶ୍ରୀ ସୋମ ଭାଇଙ୍କ ଦ୍ବାରା ଏକ ମାନସ ମନ୍ଥନ ଖେଳ ଦ୍ବାରା ମାନବିକ ଅଧିକାର, ସାମାଜିକ କର୍ତ୍ତବ୍ୟ, ସାମାଜିକ ଦାୟିତ୍ବ, ଧର୍ମ ନରପେକ୍ଷ, ଗାନ୍ଧୀବିଚାର, ପରଷ୍ପର ସହଯୋଗ, ମିଳିତ ଉଦ୍ୟମ, ପରିବେଶ ନ୍ୟାୟ ଓ ସଂଗଠନ ଉପରେ ସହଭାଗିତା ଉପରେ ବକ୍ତବ୍ୟ ରଖିଥିଲେ। ଅନ୍ତରଙ୍ଗ ଯୁବ ମହାସଂଘ ସଭାପତି ଦୀଲିପି କୁମାର ସାହୁ, ସମ୍ପାଦକ ହୃଷିକେଶ ପ୍ରଧାନ, ଜିଲା ବାଲ୍ୟବିଭାହ ପ୍ରତିରୋଦ୍ଧ ମଞ୍ଚର ସଭାନେତ୍ରୀ ବିଷ୍ଣୁ ପ୍ରିୟା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.