ଓଡିଶାଜିଲ୍ଲା

Arrest: ପିଲା ଚୋର ସନ୍ଦେହରେ ମାନସିକ ଭିନ୍ନକ୍ଷମ ବୃଦ୍ଧଙ୍କୁ ପିଟିପିଟି ହତ୍ୟା: ୯ଗିରଫ

ନବରଙ୍ଗପୁର ଥାନା ଅର୍ନ୍ତଗତ ଖଣ୍ଡୁଗୁଡା ଗାଁରେ ଗତକାଲି ରାତିରେ ଜଣେ ଅପରିଚିତ ବୃଦ୍ଧ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ପିଲା ଚୋର ସଂଦେହରେ ପିଟି ପିଟି ହତ୍ୟା କରି ଦେଇଥିଲେ। ଏ ନେଇ ଟାଉନପୁଲିସ ସୂଚନା ପାଇବା ପରେ ଖଣ୍ଡୁଗୁଡା...

ନବରଙ୍ଗପୁର (ସୁରେଶ ନାଇଡୁ): ନବରଙ୍ଗପୁର ଥାନା ଅର୍ନ୍ତଗତ ଖଣ୍ଡୁଗୁଡା ଗାଁରେ ଗତକାଲି ରାତିରେ ଜଣେ ଅପରିଚିତ ବୃଦ୍ଧ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ  ପିଲା ଚୋର ସଂଦେହରେ ପିଟି ପିଟି ହତ୍ୟା କରି ଦେଇଥିଲେ। ଏ ନେଇ ଟାଉନପୁଲିସ ସୂଚନା ପାଇବା ପରେ ଖଣ୍ଡୁଗୁଡା ଗାଁକୁ ଯାଇ ତାଙ୍କ ମରଶରୀରକୁ ଜବତ କରିଥିଲେ।

ଏହି ମାମଲାରେ ପୁଲିସ ୯ଜଣଙ୍କୁ ଗିରଫ କରିଥିବା କହିଛନ୍ତି ନବରଙ୍ଗପୁର ଏସଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରା। ମାମଲାର ତଦନ୍ତ ଜାରୀ ରହିଥିବା ବେଳେ ଆଉ କିଛି ବ୍ୟକ୍ତି ସଂପୃକ୍ତ ନା ନାହିଁ ତାହାକୁ ନେଇ ଭାଇରାଲ ଭିଡିଓ ଓଫଟୋ ଚିତ୍ରକୁ ନେଇ ଯାଂଚ କରାଯାଉଛି ବୋଲି କହିଛନ୍ତି ଏସଡିପିଓ ଓ ଥାନା ଅଧିକାରୀ ସମ୍ବିତ ବେହେରା। ଏସଆଇ ସୀମା ଲାକ୍ରା ଏବଂ ନବରଙ୍ଗପୁର ଥାନାଅଧିକାରୀଙ୍କ ଲିଖିତ ରିପୋର୍ଟ ଉପରେ ପୁଲିସ ନବରଙ୍ଗପୁର ଥାନା ମାମଲା ନଂ ୯୪/୨୦୨୬ ୟୁ/ଏସ- ୧୮୯(୨)/୧୯୧(୨)/୧୯୧(୩)/୧୦୩(୧)/୧୯୦ ବିଏନଏସ୍ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।

ଏସପି ମଡକର ସନ୍ଦୀପ ସମ୍ପତଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସପି  ଆଦିତ୍ୟ ସେନ୍ ,  ଏସଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରାଙ୍କ ନେତୃତ୍ୱରେ ଏକ ଦଳ ଗଠନ କରାଯାଇଥିଲା। ବିଶ୍ୱସ୍ତ ସୂତ୍ରରୁ ପ୍ରାପ୍ତ ଡିଜିଟାଲ୍ ପ୍ରମାଣ (ମୋବାଇଲ୍ ଭିଡିଓ ଫୁଟେଜ୍) ମାଧ୍ୟମରେ ପୋଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା।  ଗିରଫ ଅଭିଯୁକ୍ତ ମାନେ ହେଲେ ଖଣ୍ଡୁଗୁଡାର ଦେବେନ୍ଦ୍ର କୁମାର ଭତ୍ରା, ମାନସିଂ ଭତ୍ରା, ପରମାନନ୍ଦ ପାଟିଲି, ମାଚିନ୍ଦ୍ର ଭତ୍ରା, ଗଦାଧରା ପାଟିଲି, ଡମୁ ଭତ୍ରା, ସିନ୍ଧିଗାଁର ସୀତାରାମ ଭତ୍ରା, ଧନପତି ରନ୍ଧାରୀ, ଫକୀର ମୋହନ ନାୟକ ଓରଫ ପାପୁନୁ। ଅନ୍ୟ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ଏବଂ ଧରିବା ପାଇଁ ଅଧିକ ଅନୁସନ୍ଧାନ ଜାରି ରହିଛି ବୋଲି କହିଛନ୍ତି ଥାନାଅଧିକାରୀ ଓ  ଏସଡିପିଓ। ଅପରପକ୍ଷରେ ଘଟଣାକୁ ୩ଦିନ ବିତିଯାଇଥିଲେ ହେଁ କେହି ବି ମୃତ ବୃଦ୍ଧଙ୍କ ପରିଚିତ ବ୍ୟକ୍ତି ଆସିନଥିବା କହିଛନ୍ତି ଥାନାଅଧିକାରୀ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button