ଓଡିଶା

Arrest: ସେଥର ବୃନ୍ଦାବନ ଏଥର ଋଷିକେଶ: ଦୁର୍ଦ୍ଦାନ୍ତ ଲୁଟେରାଙ୍କ ଲୁଚିବା ସ୍ଥାନ ପାଲଟିଛି ତୀର୍ଥସ୍ଥଳୀ

ଯାଜପୁର ଜିଲ୍ଲା ପାଣିକୋଇଲି ପଣ୍ଡା ସୁନାଦୋକାନୀ ଲୁଟ୍ ଓ ହତ୍ୟାର ଅନ୍ୟତମ ଅଭିଯୁକ୍ତ ବିହାରୀ ଅପରାଧୀ ରାଜା ସାହାଣୀକୁ ଋଷିକେଶକୁ ଗିରଫ କରାଯାଇଛି | ପୂର୍ବରୁ ଅନ୍ୟତମ ଅଭିଯୁକ୍ତ ବିହାରୀ ଅପରାଧୀ ମଧୁକାନ୍ତ ରାଣା ବୃନ୍ଦାବନରୁ ଗିରଫ ହୋଇଥିଲା।

ଭୁବନେଶ୍ୱର: ଯାଜପୁରଜିଲ୍ଲା ପାଣିକୋଇଲି ପଣ୍ଡା ସୁନାଦୋକାନୀ ଲୁଟ୍ ଓ ହତ୍ୟାର ଅନ୍ୟତମ ଅଭିଯୁକ୍ତ ବିହାରୀ ଅପରାଧୀ ରାଜା ସାହାଣୀକୁ ଋଷିକେଶକୁ ଗିରଫ କରାଯାଇଛି | ପୂର୍ବରୁ ଅନ୍ୟତମ ଅଭିଯୁକ୍ତ ବିହାରୀ ଅପରାଧୀ ମଧୁକାନ୍ତ ରାଣା ବୃନ୍ଦାବନରୁ ଗିରଫ ହୋଇଥିଲା। ଉଲ୍ଲେଖ ଥାଉ କି ଯାଜପୁରରେ ଗହଣା ଦୋକାନରେ ଡକାୟତି, ୨ ଜଣଙ୍କୁ ହତ୍ୟା ସହ କଟକ ଚୌଦ୍ୱାର ଜେଲରୁ ଖସି ପଳାଇଥିବା ପ୍ରଥମ ଲୁଟେରା ମଧୁକାନ୍ତକୁ କିଛି ମାସ ତଳେ ପୁଲିସ ବୃନ୍ଦାବନରୁ ଧରିଥିଲା |

ଚୌଦ୍ୱାର ଜେଲରୁ ଖସି ପଳାଇବା ପରେ ମଧୁ ଚାଲିଯାଇଥିଲା ବୃନ୍ଦାବନ | ବୃନ୍ଦାବନରେ ନିଶା ଦାଢ଼ି ବଢ଼ାଇ ବଦଳାଇଥିଲା ପରିଚୟ | ମଧୁକାନ୍ତରୁ ପାଲଟିଯାଇଥିଲା ବାସୁ ପାଣ୍ଡେ | ବୃନ୍ଦାବନର ଏକ ଗେଷ୍ଟହାଉସରେ କେୟାରଟେକର ହୋଇ କାମ କରିବା ସହ ଗଳିକନ୍ଦିରେ କିନ୍ତୁ ଘୁରିବୁଲୁଥିଲା |

ଏନେଇ ଗୁପ୍ତ ସୂଚନା ପାଇବା ପରେ ଓଡ଼ିଶା ପୁଲିସ କରିଥିଲା ସ୍ୱତନ୍ତ୍ର ଯୋଜନା | ତିଆରି କରିଥିଲା ଟିମ ଓ ଗେଷ୍ଟହାଉସରେ ଅତିଥି ଭାବେ ରହିଥିଲା | ଆଉ ଶେଷରେ କାବୁ କରିଥିଲା | ତେବେ ପୁଲିସ ମଧୁକାନ୍ତକୁ ରାଜା ସାହାଣୀ ବାବଦରେ ପଚାରିଥିଲେ ବି କୌଣସି ସୁରାକ ପାଇନଥିଲା | ତଥାପି ପୁଲିସ ରାଜାକୁ ଖୋଜିବୁଲୁଥିଲା ଆଉ ଶେଷରେ ଋଷିକେଶରୁ ରାଜାକୁ ଧରିବାରେ ସଫଳ ହୋଇଛି |

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button