Breaking News

ମନ୍ତ୍ରୀଙ୍କ ପରେ ସଚିବ ବଦଳିଲେ: ଅରବିନ୍ଦ ଅଗ୍ରୱାଲ ନୂଆ ଉଚ୍ଚଶିକ୍ଷା ସଚିବ

0

ଭୁବନେଶ୍ୱର:  ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିଲେ । ରୋହିତଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୁପାରିଶ କରିଥିଲେ । ଗତବର୍ଷ ଜୁନ ମାସରେ ରୋହିତଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିବା ବେଳେ ଅଚାନକ ଏହି ନିଷ୍ପତ୍ତିକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ନିଜ ବିଭାଗରେ ସେ ଦକ୍ଷତା ମୁତାବକ ପ୍ରଦର୍ଶନ କରିଥିଲେ ବୋଲି ରୋହିତ ନିଜ ପ୍ରତିକ୍ରିୟାରେ କହିଥିଲେ ।

ତେବେ ଏହା ମଧ୍ୟରେ ପୁଣି ଏକ ବଡ଼ ଖବର ସାମ୍ନାକୁ ଆସିଛି । ଉଚ୍ଚଶିକ୍ଷା ମନ୍ତ୍ରୀ ପଦରୁ ବାଦ ପଡ଼ିବା ପରେ ଏବେ ବିଭାଗୀୟ ସଚିବ ମଧ୍ୟ ବାଦ୍ ପଡ଼ିଛନ୍ତି । ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀଙ୍କୁ ବଦଳି କରାଯାଇଛି । ଶ୍ରୀ ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି । ଅରବିନ୍ଦ ଅଗ୍ରୱାଲଙ୍କୁ ଉଚ୍ଚଶିକ୍ଷା ବିଭାଗର ନୂଆ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ବିଷ୍ଣୁପଦଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ସହିତ ଓଡ଼ିଶା ହାଇଡ୍ରୋ ପାୱାର କପୋରେସନ (ଓଏଚପିସି)ର ଅଧ୍ୟକ୍ଷ ପଦରୁ ବାଦ୍ ଦିଆଯାଇଛି । ବିଶାଲ ଦେବଙ୍କୁ ଓଏଚପିସିର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.