ମନୋରଞ୍ଜନ

Asha Bhosle’s net worth: ପୁଅ ନା ନାତୁଣୀ, ଆଶା ଭୋସଲେଙ୍କ ସଂପତ୍ତିର ପ୍ରକୃତ ଉତ୍ତରାଧିକାରୀ କିଏ ?

ମୁମ୍ବାଇ: ଆଉ ନାହାଁନ୍ତି ପ୍ରସିଦ୍ଧ ଗାୟିକା ଆଶା ଭୋସଲେ । ବର୍ଷୀୟାନ କଣ୍ଠଶିଳ୍ପୀ ଆଶା ଭୋସଲେଙ୍କ ୯୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ରବିବାର (ଏପ୍ରିଲ ୧୨, ୨୦୨୬) ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ନିଧନ ହୋଇଥିଲା ଏବଂ ପରଦିନ ମୁମ୍ବାଇର ଶିବାଜୀ ପାର୍କରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିଲା । ଆଶା ଭୋସଲେଙ୍କୁ ହରାଇ ପରିବାର ସମେତ ମନୋରଞ୍ଜନ ଶିଳ୍ପ ସ୍ତବ୍ଧ ହୋଇଯାଇଛି । ଆଶା ଆଉ ଆମ ଗହଣରେ ନାହାଁନ୍ତି ସତ, କିନ୍ତୁ ସେ ଗାନ କରିଥିବା ଗୀତ ତାଙ୍କୁ ପ୍ରତି ଭାରତୀୟଙ୍କ ହୃଦୟରେ ଅମର କରିଦେଇଛି ।

ସଫଳତମ କଣ୍ଠଶୀଳ୍ପୀ ଆଶା ଭୋସଲେ କୋଟି କୋଟି ଟଙ୍କା ସଂପତ୍ତିର ମାଲିକାଣୀ ଥିଲେ । ଏବେ ଆଶା ଭୋସେଲଙ୍କ ଅବର୍ତ୍ତମାନରେ ତାଙ୍କ ସଂପତ୍ତିର ମାଲିକ କିଏ ହେବେ ? ତାକୁ ନେଇ ଚର୍ଚ୍ଚା ଲାଗିରହିଛି । ରିପୋର୍ଟ ଅନୁସାରେ, ଆଶାଙ୍କ ବ୍ୟବସାୟ ଏବଂ ଅନ୍ୟ ସଂପତ୍ତିର ମୂଲ୍ୟ ପ୍ରାୟ ୨୫୦ କୋଟି ଟଙ୍କା ହେବ । ଆଶା ଭୋସଲେଙ୍କ ମୃତ୍ୟୁ ପରେ ତାଙ୍କର ଏହି ସଂପତ୍ତି ଉତ୍ତରାଧିକାରୀ ସୂତ୍ରରେ ତାଙ୍କ ପୁଅ ଆନନ୍ଦ ଏବଂ ନାତୁଣୀ ଜନାଇ ଭୋସଲେଙ୍କ ପାଖକୁ ଯିବ ବୋଲି କୁହାଯାଉଛି ।

ପୂର୍ବରୁ ଆନନ୍ଦ ଭୋସେଲେ ଆଶାଙ୍କ ବ୍ୟବସାୟ ବୁଝୁଛନ୍ତି । ମୁମ୍ବାଇ ଏବଂ ପୁନେରେ ବିଳାସପୂର୍ଣ୍ଣ ଘର ଏବଂ ଅନ୍ତର୍ଜାତୀୟ ରେଷ୍ଟୁରାଣ୍ଟ ଚେନର ମାଲିକାଣୀ ଥିଲେ ଆଶା ଭୋସଲେ । ତେବେ ଆଶାଙ୍କ ନାତୁଣୀ ଜନାଇ ଭୋସଲେ ଭାରତ ସମେତ ଦୁବାଇ ଏବଂ ବ୍ରିଟେନରେ ଚାଲିଥିବା ବ୍ୟବସାୟର ପରିଚାଳନା ଦାୟିତ୍ବ ନେଇପାରନ୍ତି ।

ଜନାଇ ଭୋସଲେ କିଏ ?

୨୦୦୨ ମସିହାରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଜନାଇ । ସେ ସଙ୍ଗୀତ ଏବଂ ଅଭିନୟ ସହିତ ଘନିଷ୍ଠ ଭାବରେ ଜଡିତ ପରିବାରରୁ ଆସିଛନ୍ତି। ତାଙ୍କ ପିତା ଆନନ୍ଦ ଭୋସଲେ ଜଣେ ଅଭିନେତା ଭାବରେ କାମ କରିଛନ୍ତି। ଦିବଂଗତ ଗାୟିକା ଆଶା ଭୋସଲେଙ୍କ ନାତୁଣୀ, ମୈଁ ହିର ତେରୀ ଏବଂ କେହେନ୍ଦି ହୈ ଭଳି ଗୀତରେ ଅଭିନୟ କରିଛନ୍ତି । ଏବେ ଜନାଇ ତାଙ୍କର ଅଭିନୟ ଡେବ୍ୟୁ ପାଇଁ ପ୍ରସ୍ତୁତ।

 

ରିଷବ ସେଟ୍ଟିଙ୍କ ଫିଲ୍ମରେ ନଜର ଆସିବେ

ଐତିହାସିକ ଘଟଣାକ୍ରମକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ଦି ପ୍ରାଇଡ୍ ଅଫ୍ ଭାରତ – ଛତ୍ରପତି ଶିବାଜୀ ମହାରାଜ’ରେ ନଜର ଆସିବେ ଜନାଇ ଭୋସଲେ । ଏହି ଚଳଚ୍ଚିତ୍ରରେ ସେ ମରାଠା ଶାସକଙ୍କ ପ୍ରଥମ ପତ୍ନୀ ରାଣୀ ସାଇ ଭୋନସଲେଙ୍କ ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରଟି ଜାନୁଆରୀ ୨୧, ୨୦୨୭ରେ ସିନେମା ହଲରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି।

 

 

 

ସୌଜନ୍ୟ Prameya News7

Show More
Back to top button