ଖେଳ

Asian Boxing ଏସୀୟ ମୁଷ୍ଟିଯୁଦ୍ଧରେ ଭାରତୀୟ ଦଳର ନେତୃତ୍ବ ନେବେ ଲଭଲିନା: ନିଖଟ୍‌

ଅଲମ୍ପିକ୍ସ ପଦକ ବିଜୟିନୀ ଲଭଲିନା ବୋର୍ଗୋହେଁ ଓ ଦୁଇ ଥର ବିଶ୍ବ ଚାମ୍ପିୟନ ହୋଇଥିବା ନିଖଟ୍‌ ଜରିନ୍‌ ଏସୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ୨୦ ଜଣିଆ ଭାରତୀୟ ଦଳର ନେତୃତ୍ବ ନେବେ। ଏହି ପ୍ରତିଯୋଗିତା ମାର୍ଚ୍ଚ ୨୮ରୁ ଏପ୍ରିଲ ୧୧ ପର୍ଯ୍ୟନ୍ତ ମଙ୍ଗୋଲିଆରେ ଅନୁଷ୍ଠିତ ହେବ।

ନୂଆଦିଲ୍ଲୀ: ଅଲମ୍ପିକ୍ସ ପଦକ ବିଜୟିନୀ ଲଭଲିନା ବୋର୍ଗୋହେଁ ଓ ଦୁଇ ଥର ବିଶ୍ବ ଚାମ୍ପିୟନ ହୋଇଥିବା ନିଖଟ୍‌ ଜରିନ୍‌ ଏସୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ୨୦ ଜଣିଆ ଭାରତୀୟ ଦଳର ନେତୃତ୍ବ ନେବେ। ଏହି ପ୍ରତିଯୋଗିତା ମାର୍ଚ୍ଚ ୨୮ରୁ ଏପ୍ରିଲ ୧୧ ପର୍ଯ୍ୟନ୍ତ ମଙ୍ଗୋଲିଆରେ ଅନୁଷ୍ଠିତ ହେବ। ଗତ ଜାନୁଆରିରେ ହୋଇଥିବା ଜାତୀୟ ପ୍ରିତଯୋଗିତା ଓ ତା’ପରେ ପଟିଆଲାରେ ଅନୁଷ୍ଠିତ ଜାତୀୟ ଶିବିରରେ ପ୍ରତିଯୋଗୀଙ୍କ ବ୍ୟାପକ ମୂଲ୍ୟାଙ୍କନ ପରେ ଏହି ୨୦ ଜଣିଆ ଦ​ଳ ଚୟନ କରାଯାଇଛି। ଏସୀୟ ପ୍ରତିଯୋଗିତାକୁ ବିଶେଷ ଗୁରୁତ୍ବ ଦିଆଯାଉଛି କାରଣ ଏହାର ଫାଇନାଲିଷ୍ଟମାନେ ନିଜ ନିଜ ବର୍ଗରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ା ପାଇଁ ସିଧାସଳଖ ପ୍ରବେଶ ପାଇବେ।

ଭାରତୀୟ ଦଳରେ ରହିବେ ଅଭିଜ୍ଞ ଓ ନବାଗତ ପ୍ରତିଯୋେଗୀ

ଭାରତୀୟ ଦଳରେ ଉଭୟ ଅଭିଜ୍ଞ ଓ ନବାଗତମାନଙ୍କ ମିଶ୍ରଣ ରହିଛି। ମହିଳା ପ୍ରତିଯୋେଗୀମାନଙ୍କ ମଧ୍ୟରୁ ଲଭଲିନା ୭୫ କିଲୋଗ୍ରାମ ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଥିବାବେଳେ ପ୍ରୀତି ୫୪ କିଲୋଗ୍ରାମ ବର୍ଗରେ, ଅରୁନ୍ଧତୀ ଚୌଧୁରାୀ ୭୦ କିଲୋଗ୍ରାମ, ନିଖଟ୍‌ ଜରିନ୍‌ ୫୧ କିଲୋଗ୍ରାମ ବର୍ଗରେ, ଅଙ୍କୁସିତା ବୋରୋ ୬୫ କିଲୋଗ୍ରାମ୍‌ ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରିବେ। ସେହିପରି ପୁରୁଷ ଦଳରେ ନେତୃତ୍ବ କରିବେ ବୋକ୍ସାମ ପ୍ରତିଯୋଗିତାରେ ସ୍ବର୍ଣ୍ଣ ବିଜୟୀ ସଚିନ। ସେ ୬୦ କିଲୋଗ୍ରାମ ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରିବେ। ପୁରୁଷ ବର୍ଗରେ ଅନ୍ୟ ପ୍ରତିଯୋଗୀମାନେ ହେଲେ ଆକାଶ (୭୫ କିଲୋଗ୍ରାମ) ଦିପକ୍‌ (୭୦ କିଲୋଗ୍ରାମ) ଓ ଯଦୁମଣି ସିଂ ( ୫୫ କିଲୋଗ୍ରାମ୍‌)।a

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button