Asian boxing: ଏସୀୟ ମୁଷ୍ଟିଯୁଦ୍ଧ: କ୍ବାର୍ଟରରେ ପ୍ରୀତି, ଦୀପକ
ଭାରତର ପ୍ରୀତି ପାୱର ଓ ଦୀପକ ଏଠାରେ ଆରମ୍ଭ ହୋଇଥିବା ଏସୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। ମହିଳା ୫୪ କିଲୋଗ୍ରାମ୍ରେ ବିଶ୍ବ ବକ୍ସିଂ କପ୍ ଫାଇନାଲ୍ସରେ ସ୍ବର୍ଣ୍ଣ ବିଜୟୀ ପ୍ରୀତି ୫-୦ରେ କାଜାଖସ୍ତାନର ଏଲିନା ବାଜାରୋଭାଙ୍କୁ ପରାସ୍ତ କରିଥିଲେ।

ଉଲାନବାତର: ଭାରତର ପ୍ରୀତି ପାୱର ଓ ଦୀପକ ଏଠାରେ ଆରମ୍ଭ ହୋଇଥିବା ଏସୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି। ମହିଳା ୫୪ କିଲୋଗ୍ରାମ୍ରେ ବିଶ୍ବ ବକ୍ସିଂ କପ୍ ଫାଇନାଲ୍ସରେ ସ୍ବର୍ଣ୍ଣ ବିଜୟୀ ପ୍ରୀତି ୫-୦ରେ କାଜାଖସ୍ତାନର ଏଲିନା ବାଜାରୋଭାଙ୍କୁ ପରାସ୍ତ କରିଥିଲେ। ପୁରୁଷ ୭୦ କିଲୋଗ୍ରାମରେ ବକ୍ସାମ ଏଲିଟ୍ ଇଣ୍ଟରନ୍ୟାସ୍ନାଲ୍ରେ ରୌପ୍ୟ ଜିତିଥିବା ଦୀପକ ୩-୨ରେ ଉଜବେକିସ୍ତାନର ଖାଭାସ୍ବେକ୍ ଆସାଦୁଲାଏଭଙ୍କୁ ମାତ୍ ଦେଇଥିଲେ।
ପ୍ରଥମ ଦିନରେ ଏହି ଦୁଇ ବିଜୟ ସହ ଭାରତ ଚମତ୍କାର ଆରମ୍ଭ କରିଛି। କ୍ବାର୍ଟରଫାଇନାଲ୍ରେ ପ୍ରୀତି ମଙ୍ଗୋଲିଆର ଏଙ୍ଖଜାର୍ଗାଲ ମୁଙ୍ଗୁନ୍ସେଗ୍ଙ୍କୁ ଏବଂ ଦୀପକ ଜୋର୍ଡାନ୍ର ଜେୟାଦ ଏସାସ୍ଙ୍କୁ ଭେଟିବେ। ଅନ୍ୟ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ନୀଖତ ଜରିନ, ଲଭ୍ଲିନା ବଡ଼ଗୋହାଇଁ, ଯଶ୍ମିନ ଲମ୍ବୋରିଆ, ଅଙ୍କୁଶିତା ବୋରୋ, ଅରୁନ୍ଧତୀ ଚୌଧୁରୀ ଓ ଆଲ୍ଫିୟା ପଠାନ ପ୍ରଥମ ବାଉଟ୍ରେ ବାଇ ପାଇଛନ୍ତି।
ସୌଜନ୍ୟ ସମ୍ବାଦ




