ମହାନଗର

World Ability Sport: ବିଶ୍ବ ଆବିଲିଟି ସ୍ପୋର୍ଟ: ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୬ ପଦକ

ଥାଇଲାଣ୍ଡରେ ଚାଲିଥିବା ବିଶ୍ବ ଆବିଲିଟି ସ୍ପୋର୍ଟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ବ କରୁଥିବା ଓଡ଼ିଶା ଖେଳାଳି ୩ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ଜିତି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ଭୁବନେଶ୍ବର: ଥାଇଲାଣ୍ଡରେ ଚାଲିଥିବା ବିଶ୍ବ ଆବିଲିଟି ସ୍ପୋର୍ଟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ବ କରୁଥିବା ଓଡ଼ିଶା ଖେଳାଳି ୩ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ଜିତି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଗୋବିନ୍ଦ ଦୁବେ ଦୁଇଟି ଓ ରଞ୍ଜିତ ଚାନ୍ଦ ଗୋଟିଏ ସ୍ବର୍ଣ୍ଣ ଜିତିଥିଲା ବେଳେ ପ୍ରଫୁଲ୍ଲ ଖଣ୍ଡାୟତରାୟ, ସୁଚିତ୍ରା ପରିଡ଼ା ଓ ରଞ୍ଜନା ନାହାକ ଗୋଟିଏ ଲେଖାଏଁ ରୌପ୍ୟ ପଦକ ପାଇଛନ୍ତି।

ପୁରୁଷ ଟି୪୬/୪୭ ୨୦୦ ମିଟର ଦୌଡ଼ ଓ ଲଙ୍ଗ୍‌ଜମ୍ପ୍‌ରେ ଗୋବିନ୍ଦ ଦୁଇଟି ସ୍ବର୍ଣ୍ଣ ପଦକ ଅକ୍ତିଆର କରିଥିଲେ। ସେ ୨୦୦ ମିଟର ଦୌଡ଼କୁ ୨୩.୪୪ ସେକେଣ୍ଡରେ ଏବଂ ଲଙ୍ଗ୍‌ଜମ୍ପ୍‌ରେ ୬.୧୮ ମିଟର ଡେଇଁ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ପୁରୁଷ ଏଫ୍‌୪୬ ଜାଭ୍‌ଲିନ୍‌ରେ ରଞ୍ଜିତ (୫୩.୩୨ ମିଟର) ସ୍ବର୍ଣ୍ଣ ଜିତିଥିଲା ବେଳେ ଏଫ୍‌୫୫ରେ ପ୍ରଫୁଲ୍ଲ (୨୧.୦୪ ମିଟର) ରୌପ୍ୟ ପାଇଥିଲେ। ମହିଳା ସଟ୍‌ପୁଟ୍‌ ଏଫ୍‌୫୫/୫୬ରେ ସୁଚିତ୍ରା (୫.୯୪ ମିଟର) ଏବଂ ଏଫ୍‌୫୪ରେ ରଞ୍ଜନା (୫.୧୧ ମିଟର) ଦ୍ବିତୀୟ ସ୍ଥାନରେ ରହିଥିଲେ।

 

ସୌଜନ୍ୟ – ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button