ଅପରାଧଦେଶ ବିଦେଶ

Astrologer Arrested: ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନାସିକ୍‌ର ହାଇପ୍ରୋଫାଇଲ ଜ୍ୟୋତିଷ ଗିରଫ, ମହାରାଷ୍ଟ୍ର ରାଜନୀତିରେ ବ୍ୟାପକ ଝଡ଼

ମହାରାଷ୍ଟ୍ରର ନାସିକରେ ଜଣେ ହାଇପ୍ରୋଫାଇଲ ଜ୍ୟୋତିଷ ଅଶୋକ ଖରାଟଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରାଯାଇଛି। ଜଣେ ୩୫ ବର୍ଷୀୟ ମହିଳାଙ୍କୁ ଆଧ୍ୟାତ୍ମିକତା ଦ୍ବାହି ଦେଇ ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି।

ମୁମ୍ବାଇ: ମହାରାଷ୍ଟ୍ରର ନାସିକରେ ଜଣେ ହାଇପ୍ରୋଫାଇଲ ଜ୍ୟୋତିଷ ଅଶୋକ ଖରାଟଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରାଯାଇଛି। ଜଣେ ୩୫ ବର୍ଷୀୟ ମହିଳାଙ୍କୁ ଆଧ୍ୟାତ୍ମିକତା ଦ୍ବାହି ଦେଇ ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ୬୭- ବର୍ଷୀୟ ଖରାଟ ପୂଜାର୍ଚ୍ଚନା କରିବା ଆଳରେ ମହିଳାଙ୍କୁ ନିଶାଦ୍ରବ୍ୟ ଦେବା ସହିତ ତାଙ୍କୁ ନିଜ ବଶବର୍ତ୍ତୀ କରି ଯୌନ ନିର୍ଯାତନା ଦେଉଥିଲା। ତେବେ ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଅଶୋକ ଖରାଟ କେବଳ ଏହି ଜଣେ ମହିଳାଙ୍କୁ ଯୌନଶୋଷଣ କରୁଥିଲା, ତାହା ନୁହେଁ। ସେ ତାଙ୍କ ଅଫିସରେ ଗୁପ୍ତ ସିସିଟିଭି କ୍ୟାମେରା ଲଗାଇବା ସହିତ ଅନେକ ମହିଳାଙ୍କୁ ତାଙ୍କ ପାଶବିକ ଅତ୍ୟାଚାରର ଶିକାର କରିଥିଲା। ଖରାଟଙ୍କ ଅଫିସରୁ ମିଳିଥିିବା ପେନ୍‌ ଡ୍ରାଇଭରେ ବହୁ ମହିଳାଙ୍କ ସହିତ ଅଶ୍ଳୀଳ କାର୍ଯ୍ୟ କରିବାର ଭିଡିଓ କ୍ଲିପ୍‌ ମଧ୍ୟ ମିଳିଛି। ଖରାଟ ନିଜକୁ କ୍ୟାପ୍ଟେନ ବୋଲି ଦର୍ଶାଉଥିଲା। ସେ ଜଣେ ଅବସରପ୍ରାପ୍ତ ମର୍ଚ୍ଚାଣ୍ଟ ନେଭି ଅଫିସର।

ନିଶାଦ୍ରବ୍ୟ ଦେଇ ମହିଳାଙ୍କୁ କରୁଥିଲେ ସମ୍ମୋହିତ

ପୁଲିସରେ ଦିଆଯାଇଥିବା ଏତଲା ଅନୁଯାୟୀ, ମହିଳାଙ୍କୁ ସେମାନଙ୍କ ବ୍ୟକ୍ତିଗତ ସମସ୍ୟା ଦୂର କରିବା ଆଳରେ ସେ ନିଜ କାର୍ଯ୍ୟାଳୟକୁ ଡାକୁଥିଲା। ମହିଳମାନେ ତାଙ୍କ ଅଫିସକୁ ଆସିବା ପରେ ସେ ସେମାନଙ୍କୁ ନିଶାଦ୍ରବ୍ୟ ଦେଇ ସମ୍ମୋହିତ କରୁଥିଲେ। ଏପରିକି ସେମାନଙ୍କୁ ଭୟଭୀତ କରି, ସେମାନଙ୍କ ସ୍ବାମୀର ମୃତ୍ୟୁ ହେବ ବୋଲି କହି ଦୁଷ୍କର୍ମ କରୁଥିଲେ ବୋଲି ପୁଲିସ କହିଛି।ରାଜ୍ୟ ସରକାର ଏହି ଘଟଣାର ତଦନ୍ତ କରିବାକୁ ଆଇପିଏସ୍‌ ଅଫିସର ତେଜସ୍ବିନୀ ସତ୍‌ପୁତେଙ୍କ ନେତୃତ୍ବରେ ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଦଳ) ଗଠନ କରିଛନ୍ତି। ନାସିକ କ୍ରାଇମ ବ୍ରାଞ୍ଚ ୟୁନିଟ୍‌ ୧ ଅଭିଯୁକ୍ତଙ୍କ କାର୍ଯ୍ୟାଳୟରୁ ଅଶ୍ଳୀଳ ଭିଡିଓ ଓ ଅନ୍ୟ କାଗଜପତ୍ରର ଜବତ କରି ଯାଞ୍ଚ କରୁଛି। ଅଭିଯୁକ୍ତ ‘ଓକସ୍ ପ୍ରପର୍ଟି ଡିଲର୍ସ ଏବଂ ଡେଭଲପର୍ସ’ ନାଁରେ ରିୟଲ ଇଷ୍ଟେଟ କମ୍ପାନି ଖୋଲିଥିଲେ ମଧ୍ୟ ତାଙ୍କର ମୁଖ୍ୟ କାର୍ଯ୍ୟ ଏହି ଅପରାଧିକ କାର୍ଯ୍ୟ ଥିଲା। ସମାଜରେ ସେ ନିଜକୁ ଜଣେ ପ୍ରତିଷ୍ଠିତ ଜ୍ୟୋତିଷ ତଥା ଦିବ୍ୟ ଶକ୍ତିର ଅଧିକାରୀ ଭାବେ ପ୍ରଦର୍ଶିତ କରୁଥିଲା। ତାଙ୍କର ବହୁ ବଡ଼ ବଡ଼ ରାଜନେତାଙ୍କ ସହିତ ସମ୍ପର୍କ ରହିଥିଲା। ମହାରାଷ୍ଟ୍ରରୁ ଦିଲ୍ଲୀ ପର୍ଯ୍ୟନ୍ତ କ୍ଷମତା କରିଡରରେ ବସାଉଠା ରହିଥିଲା। ମିରଗାଓଁରେ ସେ ଈଶାଣେଶ୍ୱର ମନ୍ଦିର କରିଥିଲା। ସେହି ମନ୍ଦିରକୁ ଅନେକ ସମୟରେ ପ୍ରଭାବଶାଳୀଙ୍କୁ ଲୋକଙ୍କୁ ସେ ନିମନ୍ତ୍ରଣ କରୁଥିଲା। ନାସିକର ସିନ୍ନାରରେ ଅବସ୍ଥିତ ଶ୍ରୀ ଈଶାଣେଶ୍ୱର ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଭାବରେ, ଖରାଟ ପ୍ରମୁଖ ରାଜନେତା, ସେଲିବ୍ରିଟି ଏବଂ ବ୍ୟବସାୟିକ ବ୍ୟକ୍ତିମାନଙ୍କ ପାଇଁ ଜଣେ ଆଧ୍ୟାତ୍ମିକ ମାର୍ଗଦର୍ଶକ ଭାବରେ ବହୁଳ ଭାବରେ ସ୍ୱୀକୃତି ପାଇଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button