Breaking News

ଓଇଆର୍‌ସିକୁ ଗ୍ରିଡ୍‌କୋର ପ୍ରସ୍ତାବ: ଆହୁରି ମହଙ୍ଗା ହେବ ବିଜୁଳି

ଭୁବନେଶ୍ବର: ମାଡ଼ି ଆସୁଛି ମହଙ୍ଗା‌ ଯୁଗ। ବିଜୁଳି ପାଇଁ ଗଣିବାକୁ ପଡ଼ିବ ଅଧିକ ଟଙ୍କା। ୨୦୨୫-୨୬ରେ ବିଦ୍ୟୁତ୍‌ ପାଇକାରୀ ମୂଲ୍ୟ ୟୁନିଟ୍‌ ପିଛା ୫୪ ପଇସା ବୃଦ୍ଧି ପାଇ ୩ ଟଙ୍କା ୮୨ ପଇସା ହେବାର ଆଶଙ୍କା ଦେଖାଦେଇଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍‌ସି) ନିକଟରେ ଗ୍ରିଡ୍‌କୋ ଦାଖଲ…

ଭବାନୀପାଟଣାରେ ହିଟ୍‌ ଆଣ୍ଡ୍‌ ରନ୍‌: ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ବୃଦ୍ଧ ମୃତ, ୨ ଗୁରୁତର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଋଷିଗାଁ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଶୁକ୍ରବାର ହିଟ୍‌ ଆଣ୍ଡ ରନ୍‌ରେ ଜଣେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଦ୍ରୁତଗତିରେ ଆସୁଥିବା ଏକ ପିକ୍‌ଅପ୍‌ ଭ୍ୟାନ୍ ରାସ୍ତା…

ନିଯୁକ୍ତି କେଳେଙ୍କାରୀ ଘଟଣା: ପୀୟୂଷଙ୍କ ଜାଲ୍ ଦସ୍ତଖତରେ ୫୦ କୋଟିର ବଣ୍ଡ୍‌

କଟକ: ପଞ୍ଚାୟତିରାଜ ବିଭାଗର ନକଲି ଆଇଏଏସ୍ ଅଫିସର ପ୍ରିୟଙ୍କା ପ୍ରିୟଦର୍ଶିନୀର ନିଯୁକ୍ତି କେଳେଙ୍କାରୀ ଘଟଣାରେ ଆହୁରି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ଏକ ନକଲି ବଣ୍ଡ୍‌ ତା’ ନିକଟରୁ ଜବତ ହୋଇଛି। ଏଥିରେ ୫୦ କୋଟି ଟଙ୍କାର ଅର୍ଥରାଶି କଟକ…

‘ମହିଳା ସୁରକ୍ଷା ଆଇନ’ ସ୍ବାମୀଙ୍କଠାରୁ ଟଙ୍କା ଆଦାୟ ପାଇଁ ନୁହେଁ

ନୂଆଦିଲ୍ଲୀ: ମହିଳାଙ୍କ କଲ୍ୟାଣ ପାଇଁ ପ୍ରଣୟନ କରାଯାଇଥିବା ଆଇନକୁ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା, ଧମକ କିମ୍ବା ଜବରଦସ୍ତ ଟଙ୍କା ଆଦାୟ ପାଇଁ ଅପବ୍ୟବହାର କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଜୋର ଦେଇ କହିଛନ୍ତି ଯେ…

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାଙ୍କ ପରଲୋକ

ଚଣ୍ଡିଗଡ଼: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜାତୀୟ ଲୋକଦଳ (ଆଇଏନ୍‌ଏଲ୍‌ଡି) ନେତା ଓମ୍ ପ୍ରକାଶ ଚୌତାଲାଙ୍କର ଶୁକ୍ରବାର ୮୯ ବର୍ଷ ବୟସରେ ଗୁରୁଗ୍ରାମସ୍ଥିତ ତାଙ୍କ ବାସଭବନରେ ପରଲୋକ ଘଟିଛି।  ୭ ଥର ବିଧାୟକ ହୋଇଥିବା ଚୌତାଲା ୧୯୮୯ ଡିସେମ୍ବରରୁ ୫ ଥର ଏବଂ ୧୯୯୯ରୁ ୨୦୦୫…

ବାଂଲାଦେଶରେ ବର୍ବରତା: ହିନ୍ଦୁଙ୍କ ଉପରେ ୨୨୦୦ ଆକ୍ରମଣ

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ହିନ୍ଦୁମାନଙ୍କ ବିରୋଧରେ  ହଜାର ହଜାର ହିଂସାକାଣ୍ଡ ଘଟିଛି। ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍ ଏହାକୁ ଗ୍ରହଣ…

ସଂସଦ ପରିସରରେ ଧସ୍ତାଧସ୍ତି ମାମଲା: କ୍ରାଇମ୍‌ ବ୍ରାଞ୍ଚ୍‌କୁ ଏତଲା ସ୍ଥାନାନ୍ତର

ନୂଆଦିଲ୍ଲୀ:  ସଂସଦ ପରିସରରେ ଗତକାଲି ଘଟିଥିବା ଧସ୍ତାଧସ୍ତି ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଥାନାରେ ହୋଇଥିବା ଏଫ୍‌ଆଇଆର୍‌ କ୍ରାଇମ୍‌ ବ୍ରାଞ୍ଚ୍‌କୁ  ସ୍ଥାନାନ୍ତର କରାଯାଇଛି। କ୍ରାଇମ୍‌ ବ୍ରାଞ୍ଚ୍‌ ଖୁବ୍‌ଶୀଘ୍ର  ଦୁଇ ଆହତ ସାଂସଦଙ୍କ ବୟାନ ରେକର୍ଡ କରିବା…

ସରିଲା ଶୀତ ଅଧିବେଶନ: ‘ଏକ ଦେଶ ଏକ ନିର୍ବାଚନ’ ବିଲ୍ ଜେପିସିକୁ ହସ୍ତାନ୍ତର

ନୂଆଦିଲ୍ଲୀ:  ଆଜି ଶେଷ ହୋଇଥିବା ଶୀତ ଅଧିବେଶନର ଅନ୍ୟତମ ଚର୍ଚ୍ଚିତ  ପ୍ରସଙ୍ଗ ଥିଲା ‘ଏକ ଦେଶ, ଏକ ନିର୍ବାଚନ’ ପାଇଁ  ଆଗତ ୧୨୯ତମ ସମ୍ବିଧାନ (ସଂଶୋଧନ) ବିଲ୍।  ଏହି ବିଲ୍‌କୁ ଯୁଗ୍ମ ସଂସଦୀୟ କମିଟି(ଜେପିସି)କୁ ସମୀକ୍ଷା ପାଇଁ ପଠାଯାଇଛି।   ବିଜେପି ସାଂସଦ ପି ପି ଚୌଧାରୀଙ୍କ…

ଲୋକସଭାରେ ୫୪%, ରାଜ୍ୟସଭାରେ ୪୦% କାମ: ମୁଲତବୀ ଯୋଗୁଁ ଲୋକସଭାର ୬୫ଘଣ୍ଟା ବରବାଦ

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାର ଶୀତକାଳୀନ ଅଧିବେଶନ ଶୁକ୍ରବାର ଶେଷ ହୋଇଛି। ନଭେମ୍ବର ୨୫ତାରିଖରୁ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ସମଗ୍ର ଅଧିବେଶନରେ ପ୍ରବଳ ହଟ୍ଟଗୋଳ ଓ ଅଶାନ୍ତ ପରିବେଶ ଦେଖିବାକୁ ମିଳିଥିଲା। ସମୁଦାୟ ୨୦ଟି କାର୍ଯ୍ୟ ଦିବସରେ ଉଭୟ ଗୃହ (ଲୋକସଭା ଓ ରାଜ୍ୟସଭା) ପ୍ରାୟ ୧୦୫…

ଗ୍ୟାସ୍ ଟ୍ୟାଙ୍କର ବିସ୍ଫୋରଣ ୧୧ ମୃତ: ଜଳିଗଲା ଶତାଧିକ ଗାଡ଼ି

ଜୟପୁର(ରାଜସ୍ଥାନ): ଜୟପୁରର ଭାଙ୍କରୋଟାସ୍ଥିତ ଏକ ପେଟ୍ରୋଲ ପମ୍ପ ନିକଟରେ ଆଜି ଏକ ଗ୍ୟାସ୍‌ ଟ୍ୟାଙ୍କର ବିସ୍ଫୋରଣ ହେବା ପରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।…