Breaking News

ବନ୍ଦର ବିକାଶ ଲାଗି ୫୪ ହଜାର କୋଟି: କାର୍ଯ୍ୟକାରୀ ହେଉଛି ୫୩ ପ୍ରକଳ୍ପ

ଭୁବନେଶ୍ବର: ବନ୍ଦରଭିତ୍ତିକ ଶିଳ୍ପାୟନ, ବନ୍ଦର ଆଧୁନିକୀକରଣ ଓ ବନ୍ଦରକୁ ରାସ୍ତା ସଂଯୋଗ ପ୍ରଦାନ କରିବା ଲାଗି ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାରେ ୫୪ ହଜାର କୋଟି ଟଙ୍କାର ୫୩ଟି ପ୍ରକଳ୍ପ ହାତକୁ ନିଆଯାଇଛି। କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନାୱାଲ…

ନିସାନ-ହୋଣ୍ଡା ମିଶ୍ରଣ ହୋଇପାରେ କଥାବାର୍ତ୍ତା ଚାଲିଛି

ନୂଆଦିଲ୍ଲୀ: ବିଶ୍ବର ଦୁଇ ପ୍ରମୁଖ କାର୍‌ ନିର୍ମାତା ହୋଣ୍ଡା ମୋଟର କମ୍ପାନି ଓ ନିସାନ ମୋଟର କମ୍ପାନି ମଧ୍ୟରେ ମିଶ୍ରଣ ହେବାର ସମ୍ଭାବନା ରହିଛି। ଜାପାନର ପ୍ରମୁଖ କାର୍ ନିର୍ମାତା ଟୟୋଟା ସହ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ଏହି ଦୁଇ କମ୍ପାନି ପରଷ୍ପର ସହ ମିଶିଯିବା ନେଇ କଥାବାର୍ତ୍ତା…

ହୁରୁନ୍ ‘ନିଜ ଉଦ୍ୟମରେ ଉଦ୍ୟୋଗୀ’ ତାଲିକା: ଓଡ଼ିଶାରୁ ରିତେଶ, ଆଶିଷ, ରାହୁଲ

ଭୁବନେଶ୍ବର: ଇଣ୍ଡିଆ ଫାଷ୍ଟ୍‌ ବ୍ୟାଙ୍କ-ହୁରୁନ୍ ଇଣ୍ଡିଆ ପକ୍ଷରୁ ଦେଶର ଶ୍ରେଷ୍ଠ ୨୦୦ ‘ନିଜ ଉଦ୍ୟମରେ ଉଦ୍ୟୋଗୀ’ ହୋଇଥିବା ତାଲିକା ପ୍ରକାଶ କରାଯାଇଛି। ‌ସେଥିରେ ଓଡ଼ିଶାର ତିନି ଜଣ ଉଦ୍ୟୋଗୀଙ୍କ ନାମ ରହିଛି। ସେମାନେ ହେଉଛନ୍ତି ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ୍‌, ଅଫ୍‌ବିଜନେସ୍‌ ଓ…

ଭାରତକୁ ଟ୍ରମ୍ପଙ୍କ ଟିକସ ଧମକ: ‘ଆମ ଉପରେ ଲଗାଇଲେ, ଆମେ ବି ଲଗାଇବୁ’

ନୂଆଦିଲ୍ଲୀ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଟିକସ ଧମକ ଦେଇଛନ୍ତି। ସେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି କହିଛନ୍ତି ଯେ ଯଦି ଆମେରିକୀୟ ସାମଗ୍ରୀ ଉପରେ ଭାରତ ଉଚ୍ଚ ଟିକସ ଲଗାଇବ, ତେବେ ଆମେ ପାଲଟା ଟିକସ ଲଗାଇବୁ। ଯଦି ସେମାନେ ଆମ ଉପରେ ଟିକସ କଷିବେ, ଆମେ ବି…

ଓଡ଼ିଶା ଓପନ୍ ଗ୍ରାଣ୍ଡମାଷ୍ଟର୍ସ ଚେସ୍: ‘ବି’ ବର୍ଗରେ ଫକିର ବିଜେତା, ଓମ୍‌କାର ଉପବିଜେତା

ଭୁବନେଶ୍ବର: ସୋଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ-୨ରେ ଚାଲିଥିବା ଓଡ଼ିଶା ଓପନ୍ ଗ୍ରାଣ୍ଡମାଷ୍ଟର୍ସ ଚେସ୍ ମହୋତ୍ସବର ‘ବି’ ବର୍ଗରେ ଓଡ଼ିଶାର ଫକିର ମାଝୀ (୮.୫ ପଏଣ୍ଟ) ବିଜେତା ହୋଇଥିଲା ବେଳେ ଓମ୍‌କାର କଡ଼ଭ ଉପବିଜେତା ହୋଇଛନ୍ତି। ଓମ୍‌କାରଙ୍କ ସହ ଓଡ଼ିଶାର ଶ୍ରୀହାନ ସାବତ ସମାନ ୮ ପଏଣ୍ଟ୍…

ଜାନୁଆରି ୧୩ରୁ ଦିଲ୍ଲୀରେ ପ୍ରଥମ ଖୋ-ଖୋ ବିଶ୍ବକପ୍‌

ନୂଆଦିଲ୍ଲୀ: ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଇନ୍‌ଡୋର ଷ୍ଟାଡିୟମରେ ଆସନ୍ତା ବର୍ଷ ଜାନୁଆରି ୧୩ରୁ ୧୯ ପର୍ଯ୍ୟନ୍ତ ପ୍ରଥମ ଖୋ-ଖୋ ବିଶ୍ବକପ୍‌ ଅନୁଷ୍ଠିତ ହେବ। ଭାରତୀୟ ଖୋ-ଖୋ ମହାସଂଘ (କେକେଏଫ୍‌ଆଇ) ଦ୍ବାରା ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ଘୋଷଣା କରାଯାଇଛି। ଖୋ-ଖୋ…

‌ଅଶ୍ବିନଙ୍କ ଅବସର: ଭାରତର ସର୍ବଶ୍ରେଷ୍ଠ ଟେଷ୍ଟ୍ ମ୍ୟାଚ୍ ବିଜୟୀ

ବ୍ରିସ୍‌ବେନ୍‌: ଭାରତୀୟ କିଂବଦନ୍ତି ଅଫ୍‌ସ୍ପିନର୍‌ ତଥା ଉପଯୋଗୀ ଅଲରାଉଣ୍ଡର୍ ରବିଚନ୍ଦ୍ରନ ଅଶ୍ବିନ ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ବ୍ରିସ୍‌ବେନ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ୍‌ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହେବା ପରେ ପରେ…

ଲିଙ୍ଗରାଜଙ୍କଠି ଲାଗୁନି ବାବୁଙ୍କ ମନ: ସମସ୍ୟାର ସମାଧାନ କରିବାକୁ କାହାରି ଆଗ୍ରହ ନାହିଁ

ପୁରୁଣା ଭୁବନେଶ୍ବର: ଦଶନ୍ଧି ଦଶନ୍ଧି ବିତୁଛି। ହେଲେ ଏକାମ୍ର କ୍ଷେତ୍ରାଧିପତି ପ୍ରଭୁ ଲିଙ୍ଗରାଜଙ୍କ ସେବାପୂଜା ବ୍ୟବସ୍ଥିତ ହୋଇପାରୁନି। ମନ୍ଦିର ସୁରକ୍ଷାଠାରୁ ଆରମ୍ଭ କରି ନୀତିକାନ୍ତି ସବୁ କ୍ଷେତ୍ରରେ ଅବହେଳା ଚରମସୀମାରେ। ନିଯୋଗ-ନିଯୋଗ ମଧ୍ୟରେ ବିବାଦ ପ୍ରଭୁଙ୍କ ଭୋକ ଉପାସରେ…

ଅତଳ ସମୁଦ୍ରରେ ବିରଳ ଆବିଷ୍କାର

ଦକ୍ଷିଣ ଭାରତ ମହାସାଗରର ଅଗଭୀର ସମୁଦ୍ର ଶଯ୍ୟାରେ ଭାରତୀୟ ବୈଜ୍ଞାନିକମାନେ ଏକ ବିରଳ କୃତି ହାସଲ କରିଛନ୍ତି। ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓସେନ୍ ଟେକ୍ନୋଲୋଜି (ଏନ୍‌ଆଇଓଟି) ଓ ନେସ୍‌ନାଲ୍‌ ସେଣ୍ଟର ଫର୍‌ ପୋଲାର୍‌ ଆଣ୍ଡ୍‌ ଓସେନ୍‌ ରିସର୍ଚ୍ଚ (ଏନ୍‌ସିପିଓଆର୍‌)ର ବୈଜ୍ଞାନିକମାନେ…

ଭଲ ରାସ୍ତା ଭାଙ୍ଗିଦେଲେ: କଂକ୍ରିଟ୍‌ ଉପରେ ପେଭରବ୍ଲକ୍‌

ଭୁବନେଶ୍ୱର: ଦୁର୍ନୀତି ପାଇଁ ନୂଆ ବାଟ ଖୋଲିଛି ବିଏମ୍‌ସି ଇଞ୍ଜିନିୟର। ନୂଆ ରାସ୍ତା ଖୋଳି କଂକ୍ରିଟ୍‌ ଉପରେ ପେଭରବ୍ଲକ୍‌ ପକାଉଛନ୍ତି।  ଇଞ୍ଜିନିୟର ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କା ହଡ଼ପ୍‌ ହେଉଛି। କେବଳ ରାଜସ୍ବ ହଡ଼ପ୍‌ ହେଉନାହିଁ ବରଂ ପେଭରବ୍ଲକ୍‌ର ଦ୍ବାରା ଭୂତଳ…