Breaking News

ସଂସଦରେ ସରକାର ବିରୋଧୀ ମୁହାଁମୁହିଁ, ଏପଟେ ରାହୁଲଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୧୮।୧୨: ସଂସଦରେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଜୋରଦାର ହଙ୍ଗାମା ଜାରି ରହିଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀ ଦଳ ନେତା ତଥା କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ଯାହାକୁ ନେଇ ରାଜନୀତି ସରଗରମ ହୋଇଛି। ମୋଦି କଂଗ୍ରେସ ନେତା ରାହୁଲ…

ନଡ଼ିଆ ତେଲ ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଉପକୃତ ହେବେ ସାଧାରଣ ଲୋକ

ନୂଆଦିଲ୍ଲୀ,୧୮ା୧୨: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ନଡ଼ିଆ ତେଲକୁ ମହଙ୍ଗା ହେବାରୁ ଅଟକାଇ ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା, ସଞ୍ଜୟ କୁମାର ଏବଂ ଆର. ମହାଦେବନଙ୍କ ତିନିଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ଛୋଟ ପ୍ୟାକେଟରେ ନଡ଼ିଆ ତେଲକୁ ଖାଇବା ତେଲ ଭାବରେ…

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨ ମାସରେ ସରିବ ଆବାସ ସର୍ଭେ, ସମସ୍ତଙ୍କୁ ମିଳିବ…

ଭୁବନେଶ୍ୱର,୧୮ା୧୨: ଦୁଇମାସରେ ଆବାସ ସର୍ଭେ ସରିବ। ଏବେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହୋଇଥିବା ନେଇ କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ। ପ୍ରତି ଗାଁରେ ସର୍ଭେ କରାଯାଉଛି। ଗ୍ରାମସଭା ଦ୍ୱାରା ଲୋକଙ୍କୁ ସଚେତନ ବି କରାଯାଉଛି। ଏଥିସହିତ ଲୋକଙ୍କୁ ସର୍ଭେରେ ସାମିଲ କରାଯାଉଛି।…

‘ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା’

ଭୁବନେଶ୍ୱର,୧୮ା୧୨: ଖୁବ୍‌ଶୀଘ୍ର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଯୋଜନା କାର୍ଯ୍ୟକାରିତା ନେଇ ଭୁବନେଶ୍ବରରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟିମ୍‌। ଆଲୋଚନା ହୋଇଥିବା ନେଇ ସ୍ବାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ସହ କେନ୍ଦ୍ରୀୟ ଟିମ୍‌ର ଆଲୋଚନା…

ଏତେ କୋଟିର ମାଲିକ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ଅଶ୍ବିନ୍

ନୂଆଦିଲ୍ଲୀ: ଗାବା ଟେଷ୍ଟ ଡ୍ର ହେବା ମାତ୍ରେ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା।‌ ହେଲେ ମ୍ୟାଚ୍ ପରେ ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଯେଉଁ ଘୋଷଣା କରିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ମ୍ୟାଚ୍ ପରେ ଆୟୋଜିତ ସାମ୍ବାଦିକ…

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା: ପୁଣି ୩ ଏତଲାକାରୀ ଓହରିଲେ

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଟାଟା ମୋଟର୍ସରେ ଚାକିରି କରେଇଦେବା ନାଁରେ ଠକେଇ ମାମଲାରୁ ଅନ୍ୟ ୩ ଜଣ ଏତଲାକାରୀ ଓହରି ଯାଇଛନ୍ତି। ସାଂସଦ ପ୍ରଦୀପ ପାଣିଗ୍ରାହୀ କୌଣସି ଟଙ୍କା ନେଇ ନଥିବା ବ୍ରହ୍ମପୁର ଜେଏମ୍‌ଏଫ୍‌ସି କୋର୍ଟରେ ଏହି ତିନି ଜଣ କହିଛନ୍ତି। ଗତ ୧୦ ତାରିଖ ଦିନ ୨ ଜଣ ଏତଲାକାରୀ…

ଭାରତ ଉପରେ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଲେ ଟ୍ରମ୍ପ

ୱାଶିଂଟନ୍ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ପାରସ୍ପରିକ ଟିକସ(ରେସିପ୍ରୋକାଲ ଟ୍ୟାକ୍ସ) ଲାଗୁ କରିବାକୁ କହିଛନ୍ତି।  ବୁଧବାର ଏହି ପ୍ରସଙ୍ଗରେ ଟ୍ରମ୍ପ କହିଛନ୍ତି ଯେ, ଯଦି ଭାରତ  ଆମ ଉପରେ  ଅଧିକ ଟିକସ ଲାଗୁ କରୁଛି, ତେବେ ଆମେ ମଧ୍ୟ ଭାରତ ଉପରେ ସମାନ…

ଉମର ଖାଲିଦକୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ଜେଲରେ ଥିବା ଉମର ଖାଲିଦ ଏବେ ସାମୟିକଭାବେ ଜେଲରୁ ମୁକୁଳିବେ। ଦିଲ୍ଲୀର କରକରଡୁମା କୋର୍ଟ ତାଙ୍କୁ ୭ ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜେଏନୟୁର ଏହି ପୂର୍ବତନ ଛାତ୍ର ଉମର ଖାଲିଦ୍ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ରରେ ସଂପୃକ୍ତ ଥିବା ଅଭିଯୋଗ…

ପ୍ରଫେସର୍ ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ବର: ଖ୍ୟାତନାମା ସାହିତ୍ୟିକ ପ୍ରଫେସର୍ ବୈଷ୍ଣବ ଚରଣ ସାମଲ ଚଳିତ ବର୍ଷର ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରବନ୍ଧ ପୁସ୍ତକ ‘ଭୂତି ଭକ୍ତି ବିଭୂତି’  ଲାଗି ସ‌େ ଏହି ପୁରସ୍କାର ପାଇବେ ବୋଲି ସୂଚନା ମିଳିଛି।ପ୍ରବନ୍ଧ ଓ…

ରାୟଗଡା ଜିଲ୍ଳାରେ ନଷ୍ଟ ହେଲାଣି ୭୦କୋଟି ଟଙ୍କାରୁ ଉର୍ଦ୍ଧ୍ବ ଗଂଜେଇ ଗଛ

ରାୟଗଡ଼ା: ଗତ ଏକ ମାସ ମଧ୍ୟରେ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ସ୍ବାଥି ଏସ୍‌ କୁମାରଙ୍କ ନେତୃତ୍ବରେ ଜିଲ୍ଳାର ପଦ୍ମପୁର, ଗୁଡ଼ାରୀ, ଚନ୍ଦ୍ରପୁର ଓ ଗୁଣପୁର ବ୍ଲକ ଅଞ୍ଚଳରେ ବିପୁଳ ପରିମାଣରେ ଗଂଜେଇ ଚାଷ ହେଉଥିବା ଖବର ପାଇ ବ୍ୟାପକ ଭାବରେ ଚଢ଼ାଉ କରାଯାଇ ୭୦  କୋଟି ଟଙ୍କାରୁ ଊର୍ଦ୍ଧ୍ବ  ମୂଲ୍ୟର…