Breaking News

ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ପ୍ରଶାସନିକ ଅବହେଳା କନ୍ଧମାଳ ଜିଲାର ବିକାଶ ଦିଗରେ ପ୍ରତିବନ୍ଧକ

ଫୁଲବାଣୀ:ସ୍ବାଧୀନତାର ୭୫ ବର୍ଷ ପରେ ବି କନ୍ଧମାଳ ଏକ ପଛୁଆ ଜିଲା ହୋଇରହିଛି। ମୁଣ୍ଡପିଛା ଆୟରେ ରାଜ୍ୟରେ ତଳୁ ଦୁଇ ସ୍ଥାନରେ ଥିବା ବେଳେ ସାକ୍ଷରତା ହାର ରାଜ୍ୟ ହାର ଠାରୁ କମ ରହିଛି। ଏଭଳି ସ୍ଥିତିରେ କନ୍ଧମାଳ ଜିଲାର ବିଭିନ୍ନ ସମସ୍ୟାର ସମାଧାନ ଓ ବିକାଶ ନେଇ କନ୍ଧମାଳ ଜିଲା ମିଡିଆ ଫୋରମ…

ଜଗିବାକୁ କେହି ନାହିଁ, ଜୀବନ ନେଉଛନ୍ତି ବନ୍ୟଜନ୍ତୁ

ଭୁବନେଶ୍ବର : ଦୁଇ ସପ୍ତାହ ହେଲା ଜଙ୍ଗଲରେ ଫୁଟ୍‌-ପାଟ୍ରୋଲିଂ ହେଉନି। ବନ କର୍ମଚାରୀମାନେ ବନ୍ୟଜନ୍ତୁଙ୍କୁ ଅନୁସରଣ କରୁନାହାନ୍ତି। ହାତୀ, ବାଘ, କଲରାପତରିଆ, ଭାଲୁ କେଉଁଆଡ଼େ ଯାଉଛନ୍ତି ଜଗିବାକୁ କେହି ନାହିଁ। ବନ୍ୟଜନ୍ତୁଙ୍କ ପରିଚାଳନା ପାଇଁ ଥିବା ଆପ୍‌ ରିପୋର୍ଟିଂ ବନ୍ଦ ହୋଇଯାଇଥିବାରୁ…

ଉତ୍କଳର ଉତ୍କର୍ଷ ଅଭିଷେକ, ମିଳିଲା ‘ଶ୍ରେଷ୍ଠ ନବପ୍ରବର୍ତ୍ତନ’ ପୁରସ୍କାର

ଭୁବନେଶ୍ବର, (ଅପର୍ଣ୍ଣା ମିଶ୍ର): ଉତ୍କଳ ବିଶ୍ୱବିଦ୍ୟାଳୟର ବ୍ୟବସାୟିକ ପରିଚାଳନା ବିଭାଗ ଅନ୍ତର୍ଗତ କୃଷି ପରିଚାଳନା ବିଭାଗର ଦ୍ବିତୀୟ ବର୍ଷର ଛାତ୍ର ଅଭିଷେକ ମହାପାତ୍ରଙ୍କୁ ଉତ୍କଳ ସମ୍ମାନରେ ‘ଶ୍ରେଷ୍ଠ ନବପ୍ରବର୍ତ୍ତନ’ ପୁରସ୍କାର ମିଳିଛି। ଅଭିଷେକଙ୍କୁ ଏହି ପୁରସ୍କାର ତାଙ୍କର ବାୟୋମାସ…

୪ରେ ଲଘୁଚାପ, ୩ରୁ ଉପକୂଳ ଓ ଦକ୍ଷିଣରେ ପ୍ରବଳ ବର୍ଷିବ

ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଦୁର୍ବଳ ପ୍ରବାହ ଯୋଗୁଁ ରାଜ୍ୟରେ ବର୍ଷାର ମାତ୍ରା କମିଥିବା ବେଳେ ତାପମାତ୍ରା ସାମାନ୍ୟ ବଢ଼ିଛି। ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ଯୋଗୁଁ ଗୁଳୁଗୁଳି ମଧ୍ୟ ବଢ଼ିଛି। ଉପକୂଳ ଓଡ଼ିଶାରେ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି। ଶନିବାର ପୂର୍ବାହ୍ନ ୧୧ଟା…

ଉତ୍ତର ଭାରତର ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପଠାଯିବ କଳାପାଣି ଜେଲ !

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଯାଂଚ ଏଜେନ୍ସି ତରଫରୁ ଗୃହମନ୍ତ୍ରଣାଳୟକୁ ଭାରତ ଜେଲରେ ବନ୍ଦ ଥିବା ୧୦-୧୨ ଜଣ କୁଖ୍ୟାତ ଅପରାଧୀଙ୍କୁ ଆଣ୍ଡାମାନ ନିକୋବର ଜେଲ ବା କଳାପାଣିକୁ ପଠାଯିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସଙ୍ଗରେ ଗୃହମନ୍ତ୍ରଣାଳୟର ଅଧିକାରୀ ଓ ଏନଆଇଏ ଅଧିକାରୀଙ୍କ ସହ ଦୀର୍ଘ ସମୟ ଧରି…

ଉପର ମୁଣ୍ଡରେ ବର୍ଷା, ହୀରାକୁଦରେ ବଢ଼ୁଛି ବନ୍ୟାଜଳ

ସମ୍ବଲପୁର: ଉପର ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳ ଭଣ୍ଡାରକୁ ଆହୁରି ବଢ଼ୁଛି ବନ୍ୟାଜଳ ପ୍ରବେଶ ମାତ୍ରା । କଲମାର ସମସ୍ତ ଗେଟ୍ ଖୋଲାଥିବାବେଳେ ହୀରାକୁଦ ଡ୍ୟାମ୍ ଭିତରକୁ ପ୍ରତି ସେକେଣ୍ଡରେ ୯୨ ହଜାର ୫୭୩ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି । ୩୫ ହଜାର ୧୫୯ ଘନଫୁଟ ଜଳ ବିଭିନ୍ନ କେନାଲ ଦେଇ…

ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ନୂତନସ୍ଥାୟୀ ସେତୁର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି

ଭୁବନେଶ୍ବର : ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ନୂତନସ୍ଥାୟୀ ସେତୁର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶେଷସ୍ପର୍ଶ ଦିଆଯିବା ପରେ ଏହା ସର୍ବସାଧାରଣଙ୍କ ଗମନାଗମନ ନିମନ୍ତେ ଉନ୍ମୁକ୍ତ ରହିବ । ପୂର୍ଣ୍ଣାଙ୍ଗ ସ୍ଥିତି ପରଖିଲେ ପ୍ରମୁଖ ଶାସନ ସଚିବ । ଏଣିକି ସ୍ଥଳପଥ ଦେଇ…

ବ୍ରାହ୍ମଣୀ ନଦୀରୁ ଧରାପଡିଲା  ୪୦ କିଲୋଗ୍ରାମରୁ ଉର୍ଦ୍ଧ  ଏକ ବିରଳ ସାରଣ୍ଡ ମାଛ

ଯାଜପୁର  : ଯାଜପୁର ଜିଲ୍ଲା ଜେନାପୁର ଥାନା ଅଧୀନ ବ୍ରହ୍ମପୁର ପାର୍ଶ୍ବ ଦେଇ ବହିଯାଇ ଥିବା ବ୍ରାହ୍ମଣୀ ନଦୀରୁ ଧରାପଡିଲା  ୪୦ କିଲୋଗ୍ରାମରୁ ଉର୍ଦ୍ଧ  ଏକ ବିରଳ ସାରଣ୍ଡ ମାଛ ।  ସୂଚନା ମୁତାବକ  ଆଜି ଦିନ ୧୧ ଟା ସମୟରେ   ବ୍ରହ୍ମପୁର ଗ୍ରାମର  ବିଚିତ୍ର ଦଳେଇ  ଓ  ସୁଦର୍ଶନ ଦଳେଇ ମାଛ…

ପ୍ରାଣୀଧନର ବିକାଶରେ ରୂପାନ୍ତର ଆଣିବା ପାଇଁ ୫-ଟି ଉପକ୍ରମର ପ୍ରୟୋଗ ପାଇଁ ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ନିଯୁକ୍ତି ପର୍ବ: ୨୦୯ ଜଣ ଭେଟେରିନାରି ଆସିଷ୍ଟାଣ୍ଟ ସର୍ଜନ ନିଯୁକ୍ତ ପ୍ରତ୍ୟେକ ପରିବାରକୁ ୧୫,୦୦୦ ଟଙ୍କା ଲେଖାଏଁ ସହାୟତା ଅଲିଭ୍‌ ରିଡ୍‌ଲେ କଇଁଚର ସୁରକ୍ଷା ପାଇଁ ସହାୟତା ମୁଖ୍ୟମନ୍ତ୍ରୀ ଆମ ଦୁଃଖ ବୁଝିଛନ୍ତି ଆମ ପରିବାର ମୁହଁରେ ମୁଖ୍ୟମନ୍ତ୍ରୀ ହସ ଫୁଟାଇଛନ୍ତି – ମତ୍ସଜୀବୀ…

ଶେଷ ହେଲା ଘୋଷଯାତ୍ରା, ଶ୍ରୀମନ୍ଦିରର ରତ୍ନସିଂହାସନକୁ ବାହୁଡ଼ିଲେ ତିନି ଠାକୁର

ଭୁବନେଶ୍ବର: ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ସମ୍ପନ୍ନ ହୋଇଛି। ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନୀଳାଦ୍ରି ପହଣ୍ଡି ଶେଷ ହେବା ପରେ ନୀଳାଚଳକୁ ବାହୁଡ଼ିଛନ୍ତି ନୀଳାଦ୍ରିନାଥ। ଶ୍ରୀକ୍ଷେତ୍ରରେ ଶେଷ ହେଲା ଘୋଷଯାତ୍ରା। ଗୁଣ୍ଡିଚା ଯାତ୍ରାରୁ ଆରମ୍ଭ ହୋଇଥିବାବେଳେ ନୀଳାଦ୍ରି ବିଜେରେ ଶେଷ…