Breaking News

ଜଟଣୀକୁ ବି ଯାଉ ନାହାନ୍ତି ଡାକ୍ତର ବାବୁ: ବିନା ବିଶେଷଜ୍ଞରେ ଚାଲିଛି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ଜଟଣୀ: ରାଜ୍ୟରେ ସରକାର ସ୍ବାସ୍ଥ୍ୟ ସେବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ସହରାଞ୍ଚଳରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚରେ ଭିତ୍ତିଭୂମି ବିକାଶ ହେଉଛି। ସାଧାରଣ ଲୋକଟିଏ ଯେଭଳି ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେବନାହିଁ ସେନେଇ ସବୁ ବ୍ୟବସ୍ଥା…

ଦେବଦାସୀ ଅନ୍ତଃରାଷ୍ଟ୍ରୀୟ ନୃତ୍ୟ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ୫ଜଣଙ୍କୁ ଦେବଦାସୀ ଓ ଶଶିମଣି ସମ୍ମାନପ୍ରଦାନ

ଭୁବନେଶ୍ୱର: ଦେବଦାସୀ ନୃତ୍ୟମନ୍ଦିର ଦ୍ୱାରା ଭଞ୍ଜକଳାମଣ୍ଡପରେ ଆୟୋଜିତ ୧୮ ତମ ଦେବଦାସୀ ଅନ୍ତଃରାଷ୍ଟୀୟ ନୃତ୍ୟ ମହୋତ୍ସବ ଓ ନବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ଦ୍ୱିତୀୟ ସନ୍ଧ୍ୟାରେ ଶାସ୍ତ୍ରୀୟ ନୃତ୍ୟର ସମାହାର ଦେଖିବାକୁ ମିଳିଥିଲା। ଚେନ୍ନାଇର ଶୈଳଜା ଓ ଡ. ଦିଲୀପଙ୍କ କୁଚିପୁଡ଼ି ନୃତ୍ୟ,…

ଆରମ୍ଭହେଲା ଓଡ଼ିଶା ଖଦିମେଳା: ୧୦ ରୁ ୧୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ପ୍ରଦର୍ଶନୀ

ଭୁବନେଶ୍ୱର: ସ୍ୱଦେଶୀ, ସ୍ୱରାଜ ଓ ସ୍ୱାବଲମ୍ବନର ପ୍ରତୀକ ଖଦି। ଦାରିଦ୍ର‌୍ୟ ଦୂରୀକରଣ ଓ ସ୍ଥାନୀୟ ଅର୍ଥନୀତିକୁ ମଜଭୁତ କରିବା ପାଇଁ ଅମୋଘ ଅସ୍ତ୍ର ହେଉଛି ହସ୍ତତନ୍ତ। ଏହାର ସଂରକ୍ଷଣ ଓ ବହୁଳ ପ୍ରଚାର ପ୍ରସାର ସହ ଖଦି ବୁଣାକାରଙ୍କୁ ଆର୍ଥିକ ସଶକ୍ତ କରିବା ବର୍ତ୍ତମାନର ଆହ୍ୱାନ। ଖାରବେଳ…

ସୁରେନ୍ଦ୍ର ମହାନ୍ତି ଓଡ଼ିଆ ଅସ୍ମିତାର ଅନ୍ୟତମ ପ୍ରତୀକ: ସୌମ୍ୟରଂଜନ

ଭୁବନେଶ୍ୱର: ସୁରେନ୍ଦ୍ର ମହାନ୍ତି ଏକ ଅଦ୍ଭୁତ ପ୍ରତିଭାର ଅଧିକାରୀ ଥିଲେ। ସାମ୍ବାଦିକତା, ସାହିତ୍ୟ ଓ ରାଜନୀତି- ଏହି ତିନିଟି କ୍ଷେତ୍ରରେ ଓଡ଼ିଶାର ଜନମାନସକୁ ପ୍ରଭାବିତ କରିଥିଲେ। ଏବେ ଓଡ଼ିଆ ଅସ୍ମିତା କଥା କୁହାଯାଉଛି। ସୁରେନ୍ଦ୍ର ମହାନ୍ତି ମଧ୍ୟ ଓଡ଼ିଆ ଅସ୍ମିତାର ଅନ୍ୟତମ ପ୍ରତୀକ। ଆମେ…

ସ୍କୁଲ ରୂପାନ୍ତରଣର ଅସଲ ରୂପ… ଖର୍ଚ୍ଚ ୫୨୭ କୋଟି, ୫୦୦ ଶ୍ରେଣୀଗୃହ ବାକି

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ବିଦ୍ୟାଳୟ ରୂପାନ୍ତରଣ ପାଇଁ ୫୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଏବେ ବି ବିଭିନ୍ନ ବିଦ୍ୟାଳୟରେ ୫୦୦ଟି ଶ୍ରେଣୀଗୃହର ଆବଶ୍ୟକତା ଥିଲେ ମଧ୍ୟ ତାହା ନିର୍ମାଣ ହୋଇପାରିନାହିଁ। ଶ୍ରେଣୀଗୃହ ନିର୍ମାଣକୁ ପ୍ରାଥମିକତା ଦିଆନଯାଇ ରଙ୍ଗମରା, ଘାସ…

ପେଟ୍ରୋଲ ପମ୍ପ୍‌ରେ ନିୟୋଜିତ ହେବେ କଏଦୀ: ୧୫ ପମ୍ପ୍‌ରେ କାମ କରିବେ ୧୦୦

ଭୁବନେଶ୍ବର: କଏଦୀମାନେ ପେଟ୍ରୋଲ୍‌ ପମ୍ପରେ ନିୟୋଜିତ ‌ହେବେ। କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ଆସାମୀ ଭାବେ କାରାବାସ ଭୋଗୁଥିବା କଏଦୀମାନଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଯେଉଁ କଏଦୀମାନଙ୍କ ଆଚରଣ ଓ ବ୍ୟବହାରରେ ବ୍ୟାପକ ସୁଧାର ଆସିଥିବା ପରିଲକ୍ଷିତ ହୋଇଥିବ,…

ପୁଣି ବିଧାନସଭାରେ ଉଠିଲା ମିସନ ଶକ୍ତି ପ୍ରସଙ୍ଗ

ଭୁବନେଶ୍ବର: ଏମ୍‌ବିକେ, ସିଆର୍‌ପି ଓ ବ୍ୟାଙ୍କ ମିତ୍ରମାନଙ୍କୁ ବକେୟା ଦରମା ପ୍ରଦାନ ଓ ଚୁକ୍ତିର ନବୀକରଣ ପ୍ରସଙ୍ଗ ଆଜି ପୁଣି ବିଧାନସଭାରେ ଉଠିଛି। ଏହି ପ୍ରସଙ୍ଗ ଉଠାଇ ପ୍ରଶ୍ନକାଳରେ ବିଜେଡି ଓ କଂଗ୍ରେସ ସଭ୍ୟମାନେ ହୋହଲ୍ଲା କରିବାରୁ ବାଚସ୍ପତି ଗୃହକୁ ଏକ ଘଣ୍ଟା ମୁଲତବୀ ରଖିଥିଲେ।…

୧୭ରୁ ରତ୍ନଭଣ୍ଡାର ମରାମତି: ଦ୍ବିତୀୟ ଭୋଗମଣ୍ଡପ ଶେଷ ପରେ ମରାମତି

ପୁରୀ: ଡିସେମ୍ବର ୧୭ରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି। ୧୬ ତାରିଖରେ ସଂକ୍ରାନ୍ତି ପଡ଼ୁଥିବାରୁ ଛତିଶାନିଯୋଗ ପରାମର୍ଶକ୍ରମେ ଆସନ୍ତା ୧୭ ତାରିଖରୁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ୩ ମାସ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀମନ୍ଦିର…

ବଦଳିବ ରାଜଧାନୀର ଚେହେରା: ଗ୍ରେଟର୍‌ ଭୁବନେଶ୍ବର ପାଇଁ ନକ୍ସା ପ୍ରସ୍ତୁତ

ଭୁବନେଶ୍ୱର: ରାଜଧାନୀର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି। ସହରରେ ଏକାଧିକ ସଡ଼କ, ଫ୍ଲାଏଓଭର, ରେଳ ଓଭରବ୍ରିଜ୍‌, ରିଙ୍ଗ୍‌ରୋଡ୍‌ ନିର୍ମାଣ ଯୋଜନା ହୋଇଛି। ଗାଡି ଚଳାଚଳ ଓ ଟ୍ରାଫିକ୍‌ ସମସ୍ୟା ଦୂର କରିବାକୁ ପୂର୍ତ୍ତ ବିଭାଗ ଏବଂ ଗୃହ…

ସୋର-କୁପାରୀ ରାସ୍ତାରେ ଓଲଟିଲା ଅବକାରୀ ବିଭାଗ ଗାଡ଼ି, ଡ୍ରାଇଭର ଓ ଏଏସଆଇ ଗୁରୁତର

ସୋର: ବାଲେଶ୍ବର ଜିଲ୍ଲା ସୋର-କୁପାରୀ ରାସ୍ତାର ପିତାକାଳିଆ ଛକ ନିକଟରେ ଖଇରା ଅବକାରୀ ବିଭାଗ ଗାଡ଼ି ଭାରସାମ୍ୟ ହରାଇ ନୟନ ଝୋଡ଼ିକୁ ଓଲଟି ପଡ଼ିଛି। ଗତକାଲି ଅପରାହ୍ନରେ ଆସାମୀଙ୍କୁ ସୋର କୋର୍ଟକୁ ଚାଲାଣ କରି ଗାଡ଼ିଟି ଖଇରା ଅଭିମୁଖେ ଫେରିବା ସମୟରେ ଏହି ଦୁର୍ଘଟଣାଟି ଘଟିଛି। ଗାଡ଼ିର ଆଗ ସିଟରେ…