Breaking News

ବୈବାହିକ ବିବାଦ ସଂପର୍କିତ ମାମଲା: ସ୍ବାମୀଙ୍କ ପୁରୁଷତ୍ବ ପରୀକ୍ଷା ହେବ

କଟକ: ଏକ ବୈବାହିକ ବିବାଦ ସଂପର୍କିତ ମାମଲାରେ ସ୍ବାମୀଙ୍କ ପୁରୁଷତ୍ବ ପରୀକ୍ଷା କରାଯିବା ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ପୁରୁଷତ୍ବ ପରୀକ୍ଷାର ସମ୍ମୁଖୀନ ହେବା ଲାଗି ମେଡିକାଲ ବୋର୍ଡ ନିକଟରେ ହାଜର ହେବା ପାଇଁ ପରିବାର ଅଦାଲତ ଦେଇଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରି ସ୍ବାମୀ ଦାୟର…

ବିଲକୁ ଯାଉଥିଲେ ମହିଳା: କଚାଡ଼ିଦେଲା ଦନ୍ତା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ବାଘୁଆବୋଲ ଗ୍ରାମର ଟଙ୍କଧର ସାହୁଙ୍କ ପତ୍ନୀ ମନ୍ଦୋଦରୀ ସାହୁ(୪୮) ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ଆଜି ସକାଳ ୭ ଟାରେ ମନ୍ଦୋଦରୀ ଅନ୍ୟଜଣଙ୍କ ସାଙ୍ଗରେ ବାଇକ ପଛରେ ବସି ବିଲକୁ ଯାଉଥିଲେ। ଯିବାବାଟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ।…

ପାଚେରି ଭୁଶୁଡ଼ି ଶ୍ରମିକ ମୃତ: କ୍ଷତିପୂରଣ ପ୍ରସଂଗ ନେଇ ଓଏଚ୍‌ଆରସିରେ ମାମଲା

କଟକ: କଟକରେ ଡ୍ରେନ ମରାମତି କାର୍ଯ୍ୟ ବେଳେ ଏକ ପାଚେରି ଭୁଶୁଡି ଜଣେ ଶ୍ରମିକଙ୍କ ମୃତ୍ୟୁ ହେବା ଓ ଅନ୍ୟ ଶ୍ରମିକ ଆହତ ହେବା ଘଟଣାରେ କ୍ଷତିପୂରଣ ଓ କାର୍ଯ୍ୟାନୁଷ୍ଠାନ ପ୍ରସଂଗ ନେଇ ନେଇ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ମାମଲା ରୁଜୁ ହୋଇଛି। ହାଇକୋର୍ଟର ଆଇନଜୀବୀ ଶିବଶଙ୍କର…

ସିରିଆରୁ ସ୍ଥାନାନ୍ତର ହେଲେ ୭୫ ଜଣ ଭାରତୀୟ

ନୂଆଦିଲ୍ଲୀ: ବଶାର ଅଲ-ଅସଦଙ୍କୁ କ୍ଷମତାଚ୍ୟୁତ କରିବା ପରେ ସିରିଆ ଏବେ ଇସଲାମିକ ବିଦ୍ରୋହୀ ସଙ୍ଗଠନ ହୟାତ ତାହିର ଅଲ-ଶାମ ବା ଏଚଟିଏସ ର କବଜାରେ ରହିଛି । ଅଲ-ଅସଦ ପରାସ୍ତ ହେବାର ଦୁଇ ଦିନ ପରେ ମଙ୍ଗଳବାର ଦିନ ୭୫ ଜଣ ଭାରତୀୟ ନାଗରିକଙ୍କୁ ସିରିଆରୁ ସ୍ଥାନାନ୍ତର କରାଯାଇଛି। ସମସ୍ତ…

ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଅନସ୍ଥା ନୋଟିସ୍‌: ସଂସଦୀୟ ଇତିହାସରେ ପ୍ରଥମ

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ବିରୋଧୀଦଳମାନେ ମଙ୍ଗଳବାର ନୋଟିସ୍ ଦେଇଛନ୍ତି। ଏହା ଭାରତର ସଂସଦୀୟ ଇତିହାସରେ ପ୍ରଥମ ଘଟଣା ହୋଇଥିବା ବେଳେ ଏହି ନୋଟିସ୍‌ ପଛରେ ୭୦ ସାଂସଦଙ୍କ ସମର୍ଥନ ରହିଥିବା କୁହାଯାଇଛି। ଅଗଷ୍ଟରେ ବଜେଟ୍…

ନୈରାଶ୍ୟଜନକ ଆଚରଣ: ବାଚସ୍ପତି, ସଂସଦ ଅଚଳାବସ୍ଥା ନେଇ ବିରୋଧୀଙ୍କୁ ଚେତାବନୀ

ନୂଆଦିଲ୍ଲୀ: ବ୍ୟବସାୟୀ ଜର୍ଜ ସୋରୋସଙ୍କ ପାଣ୍ଠିରେ ଚାଲୁଥିବା ମିଡିଆ ହାଉସ୍ ଓ ଥିଙ୍କ୍ ଟ୍ୟାଙ୍କ୍ ସହ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସମ୍ପର୍କ ଥିବା ଅଭିଯୋଗକୁ ନେଇ ଶାସକ ବିଜେପି ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ହଟ୍ଟଗୋଳ ଚାଲିବା ପରେ ମଙ୍ଗଳବାର ସଂସଦକୁ ନିର୍ଦ୍ଧାରିତ ସମୟର କିଛି ଘଣ୍ଟା…

ନୀତୀଶଙ୍କ ‘ମହିଳା ସମ୍ବାଦ ଯାତ୍ରା’ ଲାଲୁଙ୍କ ଟିପ୍ପଣୀ ‌ନେଇ ବିବାଦ ତେଜିଲା

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି (ରାଷ୍ଟ୍ରୀୟ ଜନତା ଦଳ ) ସଭାପତି ଲାଲୁ ପ୍ରସାଦ ଯାଦବ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପ୍ରସ୍ତାବିତ ରାଜ୍ୟୱାରୀ ଯାତ୍ରା ‘ମହିଳା ସମ୍ବାଦ ଯାତ୍ରା’କୁ ନେଇ ଏକ ବିବାଦୀୟ ଟିପ୍ପଣୀ ଦେଇଛନ୍ତି। ଲାଲୁଙ୍କ ଟିପ୍ପଣୀ…

ରାହୁଲଙ୍କ ନେତୃତ୍ବ ନେଇ ଇଣ୍ଡି ମେଣ୍ଟ ଫାଟ ବଢ଼ିଲା: ଅଧିକ ନେତା ମମତାଙ୍କୁ ସମର୍ଥନ କଲେ

ନୂଆଦିଲ୍ଲୀ: ଇଣ୍ଡି ମେଣ୍ଟ‌ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ଆର୍‌ଜେଡି ପ୍ରତିଷ୍ଠାତା ତଥା ମେଣ୍ଟର ବରିଷ୍ଠ ନେତା ଲାଲୁ ପ୍ରସାଦ ଯାଦବ ଆଜି କହିଛନ୍ତି, ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ବିରୋଧୀ ମେଣ୍ଟର ନେତୃ୍ତ୍ବ ନେବା ଉଚିତ ଏବଂ କଂଗ୍ରେସ…

ମୁମ୍ବାଇ ବେଷ୍ଟ୍‌ ବସ୍‌ ଦୁର୍ଘଟଣା: ଦୁର୍ଘଟଣା ନା’ ଅନ୍ୟ କିଛି

ମୁମ୍ବାଇ: ସୋମବାର କୁର୍ଲାରେ ଯେଉଁ ବସ୍‌ ଦୁର୍ଘଟଣା ହୋଇଥିଲା ତାହାକୁ ନେଇ ପୁଲିସର ସନ୍ଦେହ ହୋଇଛି। କାରଣ ବସ୍‌ ଡ୍ରାଇଭର ପ୍ରଥମେ ଗୋଟିଏ ଗାଡ଼ିକୁ ଧକ୍କା ଦେବାପରେ ଏହା ୩୦୦ ମିଟର ପର୍ଯ୍ୟନ୍ତ ୫୦ରୁ୬୦ ଟି ଗାଡ଼ିକୁ ଧକ୍କା ଦେଇ ଚାଲିଥିଲା। ଶେଷରେ ସେ ଗାଡ଼ିକୁ ନେଇ ଏକ ଆପାର୍ଟମେଣ୍ଟ୍‌…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ୍‌ଏମ୍ କ୍ରିଷ୍ଣାଙ୍କ ପରଲୋକ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ଏସ୍‌ଏମ୍‌ କ୍ରିଷ୍ଣାଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ଭାରତର ବୈଦେଶିକ ନୀତି ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କ୍ରିଷ୍ଣାଙ୍କର ଦୀର୍ଘ…