Breaking News

ବିଧାନସଭା ଘେରିଲା ୱାର୍ଡମେମ୍ବର ମହାସଂଘ

ଭୁବନେଶ୍ବର: ୫ ଦଫା ଦାବିରେ ଓଡ଼ିଶା ରାଜ୍ୟ ୱାର୍ଡମେମ୍ବର ମହାସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହାସଂଘର ଦାବିଗୁଡ଼ିକ ହେଲା ପାରିତୋଷିକ ହିସାବରେ ସେମାନଙ୍କୁ ମାସିକ ୬୦୦୦ ଟଙ୍କା ପ୍ରଦାନ କରିବା ଓ ମାସିକ ୩୦୦୦ ଟଙ୍କା ପେନସନ୍‌ ଦିଆଯିବାର ବ୍ୟବସ୍ଥା କରିବା…

ପୂର୍ବତଟ ରେଳପଥକୁ ଶ୍ରୀହୀନ କରିବାକୁ ଷଡ଼୍‌ଯନ୍ତ୍ର: ଆଇଏନ୍‌ଟିୟୁସି

ଭୁବନେଶ୍ବର: ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ରାଜ୍ୟର ବିଜେପି ସରକାରରେ ଓଡ଼ିଆ ଅସ୍ମିତା ଉପରେ ଆକ୍ରମଣ ଆରମ୍ଭ ହୋଇଛି। ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ଛିଡ଼ା ହୋଇଥିବା ପୂର୍ବତଟ ରେଳପଥର ସବୁଠୁ ଲାଭଜନକ ଅଙ୍ଗ ୱାଲଟିୟର ଡିଭିଜନକୁ କାଢ଼ି ନିଆଯିବା ସହ ଏହାକୁ…

ଦୁଇ ଧାନଚୋରଙ୍କୁ ସାତବେଣ୍ଟିଆ କଲେ ଗ୍ରାମବାସୀ: ଚୂନ କାଳି ବୋଳି ଜୋତାମାଳ ପକାଇ ଗାଁ ବୁଲାଇଲେ

ତେଲକୋଇ: ଧାନଚୋରି ଅଭିଯୋଗରେ ଦୁଇଜଣ ଯୁବକଙ୍କୁ ଗ୍ରାମବାସୀ ଧରି ସାତବେଣ୍ଟିଆ କରିଛନ୍ତି। ମୁହଁରେ ଚୂନ, କାଳି ବୋଳି, ବେକରେ ଜୋତାମାଳ ପକାଇ ଗାଁ ବୁଲାଇଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଭୀମକାଣ୍ଡ ପଞ୍ଚାୟତ ଅନ୍ତର୍ଗତ ଡିମିରିମୁଣ୍ଡା ଗାଁରେ। ଗତକାଲି ରାତିରେ…

ଗାଁ ମୁଖିଆଙ୍କୁ ହଟାଇବାକୁ କେନ୍ଦ୍ର କରି ଛକାପଞ୍ଝା: ଗ୍ରାମସଭାରେ ଛୁରାମାଡ଼, ଜଣେ ଗିରଫ

ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅଧୀନ ସୁନାପୁର ଗ୍ରାମ ପୁଣି ଅଶାନ୍ତ ‌ହୋଇଉଠିଛି। ମନମୁଖି ଚଳାଇଥିବା ଗାଁ ମୁଖିଆଙ୍କୁ ବଦଳାଇବାକୁ କେନ୍ଦ୍ର କରି ଦୁଇ ପ୍ରମୁଖ ରାଜନୈତିକ ଦଳ ସମର୍ଥିତ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ଛକାପଞ୍ଝା ଉଗ୍ର ରୂପ ନେଇଛି। ଗତକାଲି ରାତିରେ ଗାଁ ମୁଖିଆ…

ଚାଷୀଙ୍କୁ ଭୟଭୀତ କରାଉଛନ୍ତି ସରକାର: ବିରୋଧୀ

ଭୁବନେଶ୍ବର: ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ବିରୋଧୀ ଦଳ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି। ଏ ସରକାର ଜୁମ୍‌ଲା ସରକାର ବୋଲି ଆକ୍ଷେପ କରିବା ସହ ଚାଷୀଙ୍କୁ ସଚେତନ ନକରାଇ ଭୟଭୀତ କରାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ବିରୋଧୀଙ୍କ ଏହି ଅଭିଯୋଗର ଜବାବ ରଖିଛନ୍ତି ଶାସକ ଦଳର…

ଡାକ୍ତର ଅଭାବକୁ ନେଇ ବିଧାନସଭାରେ ଉଦ୍‌ବେଗ: ୫ ହଜାର ଡାକ୍ତର, ୩ ହଜାର ପାରା ମେଡିକାଲ କର୍ମଚାରୀ ନିଯୁକ୍ତ ହେବେ

ଭୁବନେଶ୍ବର: ଡାକ୍ତର ଅଭାବକୁ ନେଇ ଆଜି ବିଧାନସଭାର ପ୍ରଶ୍ନକାଳରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ବିଧାୟକମାନେ ନିଜ ନିଜ ଅଞ୍ଚଳରେ ଡାକ୍ତର ଅଭାବ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୁଣି କିଛି ଜାଗାରେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲେ ବି ସେମାନଙ୍କୁ ଲମ୍ବା ସମୟ ପାଇଁ…

ଲୋୟର୍‌ ପିଏମ୍‌ଜିରେ ଗର୍ଜିଲେ ଜିପିଏଲ୍‌ଏଫ୍ କର୍ମୀ: ଗୃହରେ ଉଠିଲା ସିଆର୍‌ପି, ଏମ୍‌ବିକେଙ୍କ ଆନ୍ଦୋଳନ ପ୍ରସଙ୍ଗ

ଭୁବନେଶ୍ବର: ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କର ୯ ମାସର ଦରମା ପ୍ରଦାନ ସହ ୧୦ ଦଫା ଦାବିରେ ଆଜି ବିଧ‌ାନସଭା ସମ୍ମୁଖରେ ଗର୍ଜିଛନ୍ତି ଅଲ୍‌ ଓଡ଼ିଶା ଜିପିଏଲ୍‌ଏଫ୍ କର୍ମୀ ମହାସଂଘ। ଆଜି ପୂର୍ବାହ୍ନରେ ହଜାରହଜାର ସଂଖ୍ୟା‌ରେ ମିସନ ଶକ୍ତି ବିଭାଗ ସହ ଜଡ଼ିତ ମହିଳାମାନେ ମାଷ୍ଟରକ୍ୟାଣ୍ଟିନ…

ଭିତରକନିକା ଲୁଣା ଜଙ୍ଗଲକୁ ବିପଦ ଜଳବାୟୁ ପରିବର୍ତ୍ତନ: ଜଙ୍ଗଲ ଭିତରକୁ ମାଡ଼ିଗଲାଣି ସମୁଦ୍ର

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟାରୁ ଏକକୂଳା ଯାଏଁ ୧୨ କିଲୋମିଟର ଅଞ୍ଚଳରେ ସମୁଦ୍ର କୂଳ ଲଂଘିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଉପକୂଳର ସୁରକ୍ଷା କବଚ ଭିତରକନିକା ଲୁଣା ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହୋଇଛି। ବାତ୍ୟା ‘ଦାନା’ ପରଠୁ ଦେଢ଼ମାସ ଭିତରେ ୨ହଜାରରୁ ଅଧିକ ଗଛକୁ…

ପାଦଚଲା ଲୋକ ଓ ଗାଡ଼ି ଉପରେ ଚଢ଼ିଗଲା ବସ୍‌: ୬ ମୃତ, ୪୯ ଆହତ

ମୁମ୍ବାଇ: ସୋମବାର ରାତିରେ ମୁମ୍ବାଇର କୁର୍ଲା ଅଞ୍ଚଳରେ ଏକ ଦୁର୍ଘଟଣା ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୪୯ ଜଣ ଆହତ ହୋଇଛନ୍ତି। ଏକ ବସ୍‌ଟି କିଛି ପାଦଚଲା ଲୋକ ଓ ଛୋଟ ଗାଡ଼ି ଉପରେ ଚଢ଼ିଯିବାରୁ ଏହି ଦୁର୍ଘଟଣା ଘଟିିଛି। ପୁଲିସର ସୂଚନାନୁସାରେ ଏହି ଘଟଣା ବସ୍‌ଟି…

ମୋଦୀ ସରକାର ଆଗତ କରିପାରନ୍ତି ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ବିଲ୍

ନୂଆଦିଲ୍ଲୀ: ପାର୍ଲାମେଣ୍ଟର ଚଳିତ ଅଧିବେଶନରେ ମୋଦୀ ସରକାର ଆଗତ କରିପାରନ୍ତି ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ବିଲ । ଆଉ ଏହାକୁ ଆଲୋଚନା ପାଇଁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇପାରେ । ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ନେଇ ରାମନାଥ କୋବିନ୍ଦ ଆଣିଥିବା ରିପୋର୍ଟକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ…