Breaking News

ସୋସିଆଲ ମିଡିଆ ବଢ଼ାଉଛି ଛାଡ଼ପତ୍ର, ଫ୍ୟାମିଲି କୋର୍ଟରେ ରେକର୍ଡ ୯ ହଜାର ମାମଲା

ନୂଆଦିଲ୍ଲୀ ୦୯/୧୨: ଭୋପାଳର ଏକ ଫ୍ୟାମିଲି କୋର୍ଟ ନଭେମ୍ବର ୨୮ ତାରିଖରେ ଏକ ଦମ୍ପତିଙ୍କୁ ପାରସ୍ପରିକ ସହମତିରେ ଛାଡ଼ପତ୍ର ଲାଗି ଅନୁମତି ଦେଇଥିଲେ । ସେମାନେ ୧୨ ବର୍ଷ ପୂର୍ବରୁ ବିବାହ କରିଥିବାବେଳେ ସେମାନଙ୍କର ଏକ ପୁଅ ବି ଅଛି । ତେବେ ସୋସିଆଲ ମିଡିଆ ରିଲ୍ସ ସେମାନଙ୍କର ଛାଡ଼ପତ୍ରର କାରଣ…

ନୂଆ ଲୁକ୍‌ରେ ରାହୁଲ ଗାନ୍ଧୀ, ଆତ୍ମରକ୍ଷା ପାଇଁ ଶିଖିଲେ ମାର୍ସଲ ଆର୍ଟ

ଜୟପୁର ୦୯/୧୨: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ଦିନିକିଆ ଗସ୍ତରେ ଜୟପୁରରେ ପହଞ୍ଚିଥିଲେ । ଏହି ଅବସରରେ ସେ ଖେଡ଼ାପତି ବାଲାଜୀ (ସାମୋଦ)ରେ କଂଗ୍ରେସର ‘ନେତୃତ୍ୱ ସଙ୍ଗମ’ ତାଲିମ ଶିବିରରେ ସାମିଲ ହୋଇଥିଲେ । ୮ ଦିନ ଧରି ଚାଲିଆସୁଥିବା ଏହି ଶିବିରର ସକାଳ ଅଧିବେଶନରେ…

ମୁଁ କାଲି କୁରୁକ୍ଷେତ୍ରରେ ଥିଲି, ମୋତେ ସଞ୍ଜୟଙ୍କ କଥା ମନେ ପଡିଲା, କାହିଁକି ଏମିତି କହିଲେ ରାଜ୍ୟସଭା ଅଧ୍ୟକ୍ଷ

ନୂଆଦିଲ୍ଲୀ,୦୯/୧୨: ଗୋଟିଏ ସପ୍ତାହ ହେବ ହାଉସ୍ ଚାଲିପାରୁନାହିଁ । ସଂସଦ ଶୀତଅଧିବେଶନର ଆଜି ୧୧ତମ ଦିନରେ ଉଭୟ ଗୃହରେ ଜୋରଦାର ହଙ୍ଗାମା ହୋଇଥିଲା । ଲୋକସଭା ଆରମ୍ଭ ହେବା କ୍ଷଣି ମୁଲତବୀ ହୋଇଥିଲା । ସେହିପରି ରାଜ୍ୟସଭାରେ ମଧ୍ୟ ପ୍ରବଳ ହୋ ହାଲ୍ଲା, କଥାକାଟି ଦେଖିବାକୁ ମିଳିଥିବା…

ଚିନ୍ତା ବଢ଼ାଉଛି ଏଆଇ- ଡିପ୍‌ଫେକ୍‌: ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସେବାକୁ ବଡ଼ ରିସ୍କ, ପାରମ୍ପରିକ ସିଷ୍ଟମକୁ ମାତ୍‌ ଦେଉଛି…

ନୂଆଦିଲ୍ଲୀ ୦୯/୧୨: ସାଇବର ଅପରାଧ ଏବେ ଚିନ୍ତା ବଢ଼ାଇଛି । ଏ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଡିପ୍‌ଫେକ୍‌ ବ୍ୟବହାର ବଢ଼ିଛି । ୨୦୨୫ରେ ଏଭଳି ଟୁଲ୍‌ ବ୍ୟବହାର ସାଇବାର ଅପରାଧିଙ୍କୁ ଆହୁରି ଶକ୍ତିଶାଳୀ କରିବା ନେଇ ଆଶଙ୍କା କରାଯାଇଛି । ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସେବା ଭଳି…

ଭାରତ ସଫଳତାର ୩ ମନ୍ତ୍ର, ରିଫର୍ମ, ପର୍ଫମ ଓ ଟ୍ରାନ୍ସଫର୍ମ

ଜୟପୁର,୦୯/୧୨: ବର୍ତ୍ତମାନ ବିଶ୍ବ ନିବେଶକ ଭାରତକୁ ନେଇ ଉତ୍ସାହିତ । ରିଫର୍ମ, ପର୍ଫମ ଓ ଟ୍ରାନ୍ସଫର୍ମ ମନ୍ତ୍ରକୁ ନେଇ ଭାରତର ଯେଉଁ ବିକାଶ କରିଛି ତାହା ସବୁ କ୍ଷେତ୍ରରେ ନଜର ଆସୁଛି । ଭାରତର ସଫଳତା ଗଣତନ୍ତ୍ର, ଡେମୋଗ୍ରାଫି, ଡିଡିଟାଲ ଡାଟା ଏବଂ ବିତରଣର ବାସ୍ତବିତ ଚିତ୍ର ପ୍ରଦର୍ଶିତ…

ରାଜଧାନୀରେ କୋଟିଏ ଟଙ୍କାର ଟେଣ୍ଡର ଫିକ୍ସିଂ ମାମଲାର ଖୋଲିବ ଗୁମର: ୩ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବ…

ଭୁବନେଶ୍ୱର,୦୯/୧୨: କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ (ପିଏସ୍‌ୟୁ) ବ୍ରିଜ୍‌ ଆଣ୍ଡ ରୁଫ୍‌ କୋ (ଇଣ୍ଡିଆ) ପ୍ରାଇଭେଟ୍‌ ଲି.ରେ କୋଟିଏ ଟଙ୍କା ମୂଲ୍ୟର ଟେଣ୍ଡର ଫିକ୍ସିଂ ମାମଲାରେ ସିବିଆଇ ରବିବାର ୩ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ବ୍ରିଜ୍‌ ଆଣ୍ଡ ରୁଫ୍‌ କୋ. ସଂସ୍ଥାର ଗ୍ରୁପ୍‌ ଜେନେରାଲ…

କ୍ୱାର୍ଟର୍ସ ଛାଡୁ ନାହାଁନ୍ତି ୧୪ ପୂର୍ବତନ ବିଧାୟକ, ମାନସ କୁମାର ଦତ୍ତଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, ୦୯/୧୨ : କ୍ଵାର୍ଟର୍ସ ଛାଡୁ ନାହାଁନ୍ତି ୧୪ ପୂର୍ବତନ ବିଧାୟକ। ବିଜେପି ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର ଏବେବି ୧୪ ଜଣ ପୂର୍ବତନ ବିଧାୟକ ସରକାରୀ କ୍ୱାର୍ଟର୍ସରେ ରହୁଛନ୍ତି। ପୂର୍ବତନ ବିଧାୟକ ଅମର ଶତପଥୀ, ମହେଶ ସାହୁ,…

୫ ବର୍ଷରେ ଅନଲାଇନ୍ ଟ୍ରେଡିଂ ଠକେଇର ଶିକାର ହୋଇଛନ୍ତି ୫୯,୪୩୭

ଭୁବନେଶ୍ଵର, ୦୯/୧୨ : କାଳ ସାଜୁଛି ଅନଲାଇନ୍ ଟ୍ରେଡିଂ। ଅଧିକ ଟଙ୍କା ପାଇବା ଆଶାରେ ଏବେ ଅଧିକାଂଶ ଯୁବବର୍ଗ ଅନଲାଇନ୍ ଟ୍ରେଡିଂ ଆପଣାଉଛନ୍ତି। ହେଲେ ଏହି ଅନଲାଇନ୍ ଟ୍ରେଡିଂରେ ସର୍ବସ୍ଵ ହରାଇ ଜୀବନ ହାରୁଛନ୍ତି। ଗତ ୫ ବର୍ଷ ମଧ୍ୟରେ ଅନଲାଇନ୍ ଟ୍ରେଡିଂ ଠକେଇର ଶିକାର ହୋଇଛନ୍ତି ୫୯ ହଜାର ୪୩୭…

୧୪ ଲିଟର ଦେଶୀ ମଦ ଜବତ, ମହିଳା ଗିରଫ

ଆଠଗଡ,୦୯/୧୨: ଦେଶୀ ମଦ ରାନ୍ଧୁଥିବା ବେଳେ ଝାଜିଆ ଗ୍ରାମରେ ବଡ଼ମ୍ବା ପୋଲିସ ପକ୍ଷରୁ ଚଢ଼ାଉ । ଚଢାଉରେ ୪୦ ଲିଟର ପୋଚ ଏବଂ ୧୪ ଲିଟର ଦେଶୀ ମଦ ଜବତ ହେବା ସହ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଏହି ଦେଶୀ ମଦର ଆନୁମାନିକ ମୂଲ୍ୟ ୧୦ ହାଜର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି । କଟକ…

ରାଜ୍ୟ ବାହାର ରଙ୍ଗକାରଙ୍କ ହାତରେ ଦାୟିତ୍ୱ, ଛାଞ୍ଚରେ ଆଙ୍କୁଛନ୍ତି ଚିତ୍ର: ଓଡ଼ିଆ ଶିଳ୍ପୀଙ୍କୁ ଖୋଜୁନାହାନ୍ତି ସରକାର

ଭୁବନେଶ୍ୱର,୦୯/୧୨: ସକାଳ ପ୍ରାୟ ୧୦ଟା । ନଅ’ତାଲା ଅଫିସ ସମ୍ମୁଖରେ କେତେକ ରଙ୍ଗକାର କାନ୍ଥରେ ଚିତ୍ର ଆଙ୍କୁଥିଲେ । ଚିତ୍ରଗୁଡ଼ିକ ଆଦିବାସୀ ଘର ଶୈଳୀର ଥିଲା । ତେବେ ଦେଖିବାର କଥା ଥିଲା, ସେମାନେ ହାତରେ ନୁହେଁ, ବରଂ ଟେରାକୋଟା ଛାଞ୍ଚ ଦେଇ ଚିତ୍ର ଆଙ୍କୁଥିଲେ । ବଙ୍ଗଳା ଓ ହିନ୍ଦୀ…