Breaking News

ଚିନ୍ମୟ ଦାସଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ନାମିତ କଲା ବାଂଲାଦେଶ

ଢାକା: ଗତ ମାସରେ ପୁଲିସ୍‌ ଓ ହିନ୍ଦୁ ସନ୍ୟାସଙ୍କ ମଧ୍ୟରେ ସଂଘର୍ଷ ଘଟଣାରେ ଚିନ୍ମୟ ଦାଙ୍କ ଏବଂ ତାଙ୍କ ଶତାଧିକ ଅନୁଗାମୀଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଥିଲା। ଏବେ ଚିନ୍ମୟ ‌ଦାସଙ୍କୁ ଦେଶଦ୍ରୋହ ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଚିହ୍ନଟ କରାଯାଇଛି। ଏବେ ସୁଦ୍ଧା ଏହି ମାମଲାରେ ଜଡ଼ିତ…

ସିରିଆରେ ଅସଦ୍‌ ଶାସନର ଅନ୍ତ: ଦମାସ୍କସ୍‌ ବିଦ୍ରୋହୀଙ୍କ ଦଖଲରେ

ଦମାସ୍କସ୍‌: ସିରିଆରେ ୨୪ ବର୍ଷ ଧରି ଚାଲିଥିବା ବଶର ଅଲ୍‌ ଅସଦ୍‌ଙ୍କ ଶାସନର ଆଜି ଅନ୍ତ ଘଟିଛି। ୧୩ ବର୍ଷ ଧରି ଚାଲିଥିବା ଗୃହଯୁଦ୍ଧର ନିର୍ଣ୍ଣାୟକ ପରିଣାମ ସ୍ବରୂପ ସିରିଆକୁ ବିଦ୍ରୋହୀମାନେ ନିଜ ଦଖଲକୁ ନେବାରେ ସକ୍ଷମ ହୋଇଛନ୍ତି। ରାଷ୍ଟ୍ରପତି ଅସଦ୍‌ ଇସ୍ତଫା ଦେବା ସହ ଦେଶ ଛାଡ଼ି…

ପଞ୍ଜାବ ଚାଷୀଙ୍କ ଆନ୍ଦୋଳନ, ସୁପ୍ରିମ୍‌କୋର୍ଟରେ ଶୁଣାଣି ଆଜି

ନୂଆଦିଲ୍ଲୀ: ବିଭିନ୍ନ ଦାବି ନେଇ ଦିଲ୍ଲୀ ଅଭିମୁଖେ ପଦଯାତ୍ରା ଆନ୍ଦୋଳନରେ ବାହାରିଥିବା ଚାଷୀଙ୍କୁ ଆଜି ପୁଲିସ ଶମ୍ଭୁ ସୀମାରେ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରି ଅଟକାଇଥିବା ବେଳେ ଚାଷୀମାନେ ଦିନକ ପାଇଁ ଯାତ୍ରା ସ୍ଥଗିତ ରଖିଛନ୍ତି। ଅନ୍ୟପକ୍ଷରେ ଆସନ୍ତାକାଲି (ସୋମବାର)…

ସିରିଆରେ ଭାରତୀୟ ସୁରକ୍ଷିତ: ଦୂତାବାସ ସହାୟତା ଜାରି

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ସିରିଆର ରାଜଧାନୀ ଦମାସ୍କସ୍‌ରେ ଥିବା ଭାରତୀୟ ଦୂତାବାସ ଏବେ ବି କାର୍ଯ୍ୟକ୍ଷମ ରହିଛି ଏବଂ ଏହା ସମସ୍ତ ଭାରତୀୟ ନାଗରିକଙ୍କ ସହ ଯୋଗାଯୋଗରେ ରହିଛି। ସିରିଆରେ ଥିବା ସମସ୍ତ ଭାରତୀୟ ନାଗରିକ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଦୂତାବାସ…

ସୋରସ୍‌ଙ୍କ ସହ କଂଗ୍ରେସର ଘନିଷ୍ଠ ସଂପର୍କ: ବିଜେପି

ନୂଆଦିଲ୍ଲୀ: ଭାରତ ବିରୋଧରେ ଲଗାତାର ଷଡ୍‌ଯନ୍ତ୍ର କରୁଥିବା ବିଶ୍ବର ଅନ୍ୟତମ ବିଲିୟନେୟାର ତଥା ‘ଓପନ୍‌ ସୋସାଇଟି’ର ଅଧ୍ୟକ୍ଷ ଜର୍ଜ ସୋରସ୍‌ଙ୍କ ସହ କଂଗ୍ରେସ ପାର୍ଟିର ଘନିଷ୍ଠ ସଂପର୍କ ରହିଛି ବୋଲି ଆଜି ବିଜେପି ଦାବି କରିଛି। ସୋରସ୍‌ଙ୍କ ପାଣ୍ଠିରେ ଚାଲିଥିବା ଏନ୍‌ଜିଓ…

ମହାରାଷ୍ଟ୍ର ବିଧାନସଭା: ନିର୍ଦ୍ବନ୍ଦ୍ବରେ ବାଚସ୍ପତି ନିର୍ବାଚିତ ହେଲେ ରାହୁଲ ନାର୍ଭେକର

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଭାବେ ବିଜେପି ବିଧାୟକ ରାହୁଲ ନାର୍ଭେକର ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସୋମବାର ଏନେଇ ଆନୁଷ୍ଠାନିକ ଘୋଷଣା କରାଯିବ। ବିରୋଧୀ ମହା ବିକାଶ ଅଘାଡି (ଏମ୍‌ଭିଏ) ଏହି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବାକୁ ମନା କରିଦେବା ପରେ ଏଭଳି…

୧୯୯୭ ହାଜତ ନିର୍ଯାତନା ମାମଲା: ଗିରଫ ଆଇପିଏସ୍‌ ସଞ୍ଜୀବ ଭଟ୍ଟ ଖଲାସ

ପୋରବନ୍ଦର: ୧୯୯୭ରେ ହାଜତ ନିର୍ଯାତନା ମାମଲାରେ ଗୁଜରାଟର ପୂର୍ବତନ ଆଇପିଏସ୍‌ ଅଧିକାରୀ ସଞ୍ଜୀବ ଭଟ୍ଟଙ୍କୁ ନିମ୍ନ ଅଦାଲତ ଆଜି ନିର୍ଦ୍ଦୋଷ ଘୋଷଣା କରିଛି। ପୋରବନ୍ଦର ଅତିରିକ୍ତ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍‌ ମୁକେଶ ପାଣ୍ଡ୍ୟା ମାମଲାର ବିଚାର କରି ଆଜି ଚୂଡ଼ାନ୍ତ ରାୟ ପ୍ରକାଶ…

ଢାକାରେ ଭାରତ ବିରୋଧୀ ବିକ୍ଷୋଭ

ଢାକା: ତ୍ରିପୁରା ଅଗରତାଲାସ୍ଥିତ ବାଂଲାଦେଶର ସହକାରୀ ରାଷ୍ଟ୍ରଦୂତ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାରେ ଆଜି ବାଂଲାଦେଶ ଜାତୀୟତାବାଦୀ ପାର୍ଟି (ବିଏନ୍‌ପି) ପକ୍ଷରୁ ବାଂଲାଦେଶ ରାଜଧାନୀ ଢାକାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଜି ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଏନ୍‌ପି‌ର…

ଲାଟୁର୍‌ର ୧୦୦ କୃଷକଙ୍କ ଜମିକୁ କବ୍‌ଜା ପାଇଁ ୱକଫ୍‌ ନୋଟିସ

ଲାଟୁର (ମହାରାଷ୍ଟ୍ର): ଉତ୍ତରପ୍ରଦେଶ, ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ ପରେ ବର୍ତ୍ତମାନ ମହାରାଷ୍ଟ୍ରର ଲାଟୁର୍‌ର ଶତାଧିକ କୃଷକଙ୍କ ଚାଷ ଜମିକୁ ନିଜର ବୋଲି ଦାବି କରି ୱକଫ୍‌ ବୋର୍ଡ ନୋଟିସ୍‌ ଜାରି କରିଛି। ଦୁଇ ମାସ ପୂର୍ବେ ଲାଟୁର ତାଲେଗାଓଁର ୧୦୩ଜଣ କୃଷକ ୱକଫ୍‌ର ନୋଟିସ୍‌…

ପୁଲିସ କାର୍ଯ୍ୟାନୁଷ୍ଠାନରେ ୯ ଚାଷୀ ଆହତ: ପଦଯାତ୍ରା ଦିନକ ପାଇଁ ସ୍ଥଗିତ

ନୂଆଦିଲ୍ଲୀ: ପଞ୍ଜାବ ଚାଷୀଙ୍କ ଦିଲ୍ଲୀ ପଦଯାତ୍ରା ଅଭିଯାନକୁ ଆଜି ପୁଲିସ ଶମ୍ଭୁ ସୀମାରେ ପୁଣି ଅଟକାଇଛି। ଚାଷୀମାନେ କୌଣସି କଟକଣା ନ ମାନି ଆଗକୁ ବଢ଼ିବାରୁ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ଚାଷୀଙ୍କୁ ଘଉଡ଼ାଇବା ପାଇଁ ଲୁହବୁହା ଗ୍ୟାସ ଓ ପାଣି ମାଡ଼ କରାଯିବାରୁ ୯ ଜଣ ଚାଷୀ…