Breaking News

ଏନକାଉଣ୍ଟର ନୁହେଁ ୭ ନକ୍ସଲଙ୍କୁ ବିଷ ଦିଆଯାଇଥିଲା: ୯ରେ ତେଲେଙ୍ଗାନା ବନ୍ଦ ଡାକରା

ମାଲକାନଗିରି: ମାଓ ସଂଗଠନର ତେଲେଙ୍ଗାନା ଏରିଆ କମିଟି ତରଫରୁ ପ୍ରେସ ବିଜ୍ଞପ୍ତି ପ୍ରଦାନ କରାଯାଇ କୁହାଯାଇଛି ଯେ ଗତ ୧ ତାରିଖ ଦିନ ସୀମାନ୍ତରେ ହୋଇଥିବା ଏନକାଉଣ୍ଟର ମିଥ୍ୟା ଥିଲା। ସୂଚନାକୁ ଆଧାର କରି ତେଲେଙ୍ଗାନା ଗ୍ରେହାଉଣ୍ଡ ପୁଲିସ ଡିସେମ୍ବର ୧ ତାରିଖରେ ମୁଲୁଗୁ ଜିଲ୍ଲାର ଚାଲୁଚା…

ବିଧାନସଭାରେ ପୋଲାଭରମ୍ ଝଡ଼: ପ୍ରଥମାର୍ଦ୍ଧରେ ଅଚଳାବସ୍ଥା

ଭୁବନେଶ୍ବର: ବିଧାନସଭାରେ ଆଜି ପୋଲାଭରମ୍ ଝଡ଼ ବହିଛି। କଂଗ୍ରେସ ସଭ୍ୟମାନେ ପୋଲାଭରମ୍ ପ୍ରସଙ୍ଗରେ ହୋହଲ୍ଲା କରିବାରୁ ପ୍ରଥମାର୍ଦ୍ଧରେ ଆଦୌ ଗୃହ କାର୍ଯ୍ୟ ହୋଇପାରି ନଥିଲା। ଗୃହ ବାହାରେ ତିନି ଦଳ ପରସ୍ପରକୁ ଆକ୍ଷେପ କରିଥିଲେ। ଆଜି କଂଗ୍ରେସ ପକ୍ଷରୁ ପୋଲାରମ୍ ପ୍ରସଙ୍ଗରେ ମୁଲତବୀ…

ବିଶ୍ବବିଦ୍ୟାଳୟ‌ରେ ବର୍ଷକୁ ଦୁଇଥର ନାମଲେଖା: ଚିଠା ପ୍ରସ୍ତାବ ଜାରି କରି ମତାମତ ଲୋଡ଼ିଲା ୟୁଜିସି

ଭୁବନେଶ୍ବର: ବିଶ୍ବବିଦ୍ୟାଳୟଗୁଡ଼ିକରେ ବର୍ଷକୁ ଦୁଇଥର ନାମଲେଖା କରାଯିବ। ଜୁଲାଇ/ଅଗଷ୍ଟ ମାସରେ ଗୋଟିଏ ଏବଂ ଜାନୁଆରି/ଫେବ୍ରୁଆରିରେ ଦ୍ବିତୀୟ ନାମଲେଖା ହେବ। ୟୁଜିସି ନିୟମାବଳୀ ଅନୁଯାୟୀ ବିଶ୍ବବିଦ୍ୟାଳୟର ଏକାଡେମିକ୍‌ ଓ ଭିତ୍ତିଭୂମି, ଛାତ୍ରଛାତ୍ରୀ-ଶିକ୍ଷକ ଅନୁପାତ, ଶିକ୍ଷକ-ଅଣଶିକ୍ଷକ…

ଗ୍ୟାସ୍‌ ଚାମ୍ବର୍‌ରେ ଖସି ଶ୍ରମିକଙ୍କ ମୃତ୍ୟୁ: ଠିକାଦାରଙ୍କୁ ଦାୟୀ କଲେ ମୃତକଙ୍କ ପରିବାର

କୁଜଙ୍ଗ: କଟକ-ପାରାଦୀପ ରାଜ୍ୟ ରାଜପଥର କୁଜଙ୍ଗ ଥାନା ତାଳଦଣ୍ଡା ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଯାଇଥିବା ରନ୍ଧନ ଗ୍ୟାସ ଲାଇନ୍‌ର ଏକ ଭଲବ୍‌ ପଏଣ୍ଟ୍‌ ଚାମ୍ବର ମଧ୍ୟକୁ ଖସିପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକଜଣକ ହେଉଛନ୍ତି ପରିମଳ ଗାୟନ (୨୨)।…

ଗୋପାଳପୁର-ରାୟଗଡ଼ା-ଜୟପୁର ଅର୍ଥନୈତିକ କରିଡର୍‌ କରିବ ଆଦାନୀ: ରାଜ୍ୟ ସରକାରଙ୍କୁ ଦେଲା ପ୍ରସ୍ତାବ

ଭୁବନେଶ୍ବର: ରାଜ୍ୟ‌ରେ ବନ୍ଦର ଓ ଖଣି ପ୍ରକଳ୍ପ ହାତେଇବା ପରେ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନି ଆଦାନୀ ଗ୍ରୁପ୍ ରାଜ୍ୟରେ ଆଉ ଏକ ବଡ଼ ପ୍ରକଳ୍ପ କରିବାକୁ ଯୋଜନା ରଖିଛି। ରାଜ୍ୟରେ ଗୋପାଳପୁର-ରାୟଗଡ଼ା-ଜୟପୁର ଅର୍ଥନୈତିକ କରିଡର ବିକାଶ କରିବାକୁ ଏହା ରାଜ୍ୟ ସରକାରଙ୍କୁ ପ୍ରସ୍ତାବ…

ଦାଦନ ରୋକିପାରୁନି ମନରେଗା: ଶ୍ରମିକଙ୍କ ୮ କୋଟିର ପାଉଣା ବକେୟା

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଦାଦନ ରୋକିବାକୁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ତେବେ ସରକାରୀ ଯୋଜନାର ସୁଫଳ ଲୋକଙ୍କୁ ମିଳି ପାରୁନଥିବାରୁ ଦାଦନ ସମସ୍ୟା ହ୍ରାସ ପାଉନାହିଁ। ମନରେଗା ଯୋଜନାରେ କାମ କରି ମଧ୍ୟ ପାଉଣା ପାଉ ନଥିବାରୁ ଶ୍ରମିକମାନେ କାମ ପାଇଁ ଅନ୍ୟ ରାଜ୍ୟକୁ…

ଯୋଗାଯୋଗ ପାଇଁ ଶବ୍ଦ ଏକମାତ୍ର ମାଧ୍ୟମ ନୁହେଁ:ଧର୍ମେନ୍ଦ୍ର

ଭୁବନେଶ୍ୱର: ବଧିର ପିଲାଙ୍କ ଦକ୍ଷତା ପ୍ରଶିକ୍ଷଣ, ମାନସିକ ସ୍ୱାସ୍ଥ୍ୟ, ଶ୍ରେଣୀଭିତ୍ତିକ ପାଠ୍ୟଖସଡ଼ା ତଥା ଯୋଗାଯୋଗ କ୍ଷେତ୍ରରେ ସହାୟକ ଲକ୍ଷ୍ୟରେ ପିଏମ୍‌ ଇ-ବିଦ୍ୟା ଡିଟିଏଚ୍‌ ୨୪ ଘଣ୍ଟିଆ ଚ୍ୟାନେଲ ନମ୍ବର-୩୧ର ଶୁଭାରମ୍ଭ ହୋଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ବେଙ୍ଗାଲୁରୁରେ ସନ୍ଥଙ୍କ ପ୍ରତିମୂର୍ତ୍ତି ବିକୃତ କଲେ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ସିଦ୍ଧଗଙ୍ଗା ମଠର ଲିଙ୍ଗାୟତ ସାଧୁ ଶିବକୁମାର ସ୍ୱାମୀଙ୍କ ପ୍ରତିମୂର୍ତ୍ତିକୁ କଳା ବୋଳି ବିକୃତ କରାଯାଇଛି। ଅଭିଯୁକ୍ତ ୩୭ ବର୍ଷୀୟ ଡେଲିଭରି ବୟ ଶ୍ରୀକୃଷ୍ଣଙ୍କୁ ପୁଲିସ ଗିରଫ କରିଛି। କିନ୍ତୁ ଏହି କାର୍ଯ୍ୟ ପାଇଁ ତାଙ୍କ ସ୍ପଷ୍ଟୀକରଣ ଉଭୟ ପୁଲିସ ଓ…

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ଦୁର୍ଘଟଣା, ୮ ମୃତ

କାନପୁର: ଉତ୍ତରପ୍ର‌ଦେଶ କନୌଜ ଜିଲ୍ଲାର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ଆଜି ଅପରାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୮ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୪୦ ଜଣ ଆହତ ହୋଇଛନ୍ତି। ପୁଲିସ ସୂଚନାନୁଯାୟୀ ଆଜି ଏକ ଡବଲ୍‌ ଡେକର ବସ୍‌ ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ବେଳେ ରାସ୍ତାକଡ଼…

ଏମ୍‌ଏସ୍‌ପିକୁ ଆଇନଗତ ସ୍ବୀକୃତି ଦାବି: କଂଗ୍ରେସ ସାଂସଦଙ୍କ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଏମଏସପି ( ସର୍ବନିମ୍ନ ସହାୟକ ମୁଲ୍ୟ)କୁ ଆଇନଗତ ସ୍ବୀକୃତି ଦେବା ଦାବିରେ ଆଜି କଂଗ୍ରେସ ସାଂସଦମାନେ ସଂସଦ ଭବନ ପରିସରରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଆନ୍ଦୋଳନରତ ସାଂସଦମାନେ ହାତରେ ଧରିଥିବା ବ୍ୟାନରରେ ‘ଏ ଲିଗାଲ୍‌ ଗ୍ୟାରେଣ୍ଟି ଫର୍‌ ଏମଏସପି ଫର…