Breaking News

୧୪୪୦ବୋତଲ କଫ ସିରଫ ଜବତ, ୫ ଗିରଫ

ସମ୍ବଲପୁର,୬/୧୨ : ସମ୍ବଲପୁର ଧନୁପାଲି ପୋଲିସ ଦ୍ବାରା ବ୍ଯାପକ ପରିମାଣର କଫ୍ ସିରଫ ଜବତ । ୧୪୪୦ବୋତଲ କଫ ସିରଫ ସହ ଗୋଟିଏ କାର୍, ସ୍କୁଟି ଓ ୧୦ ହଜାର ଟଙ୍କା ଜବତ ହୋଇଛି । ଏହି ଘଟଣାରେ ୫ ଜଣ ଗିରଫ ହୋଇଛନ୍ତି । କୋରେକ୍ସ ସବୁ କଲିକତାରୁ ଆସୁଥିବାବେଳେ ବିଭିନ୍ନ ଜିଲ୍ଲାକୁ ଯାଇଥାନ୍ତା ।…

ଅଟୋ ପାର୍ଟ୍ସ ନାଁରେ ଚାଲିଛି ନକଲି ଚା’ ବେପାର, ପୋଲିସର ଚଢ଼ଉ

ଜଳେଶ୍ବର, ୬/୧୨ : ଅଟୋ ପାର୍ଟ୍ସ ନାଁରେ ଚାଲିଛି ନ କଲି ଚା ବେପାର । ଜଳେଶ୍ବର ଅଗ୍ରୱାଲା ଛକ ନିକଟରେ ପୋଲିସର ଚଢଉ । ଟାଟା କମ୍ପାନୀ ବ୍ରାଣ୍ଡକୁ ନକଲ କରି ଚିକୁ ଅଟୋ ପାର୍ଟ୍ସ ମାଲିକ ୧୫ବର୍ଷ ଧରି ଚଳାଇଛନ୍ତି ନ କଲି ବେପାର । ସମ୍ରାଟ ଗୋଲ୍ଡ, ସିଗ୍ମା ପ୍ରିମିୟମ, ଗୋଲ୍ଡ ଗାର୍ଡେନ ଫ୍ରେସ…

ପ୍ରସବ ପରେ ଲିଫ୍ଟରେ ଫଶି ଗଲା ବେକ ମହିଳାଙ୍କ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମେରଠର ଲୋହିୟାନଗର ଥାନା ଅଞ୍ଚଳସ୍ଥ ହାପୁଡ଼ ଚୁଙ୍ଗିସ୍ଥିତ କ୍ୟାପିଟାଲ ହସ୍ପିଟାଲରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଲିଫ୍ଟରେ ଫଶି ଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କିଠୋର ବହରୋଡ଼ା ଗ୍ରାମର ବାସିନ୍ଦା ଅଙ୍କୁଶ…

କନଷ୍ଟେବଳ ନିଯୁକ୍ତିରେ ବୟସ ସୀମା ୬ ବର୍ଷ କୋହଳ: ଓଡ଼ିଶା ହାଇକୋର୍ଟଙ୍କ ରାୟ

କଟକ: ଓଡ଼ିଶା ହାଇକୋର୍ଟ ଓଡ଼ିଶା ପୁଲିସ ବାହିନୀର ବିଭିନ୍ନ ବାଟାଲିୟନ୍‌ରେ ସିପାହୀ ଓ କନଷ୍ଟେବଳ ନିଯୁକ୍ତି ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏହା ଦ୍ବାରା ଆଶାୟୀଙ୍କୁ ବୟସ ସୀମାରୁ ବଡ଼ ଆଶ୍ୱସ୍ତି ମିଳିଛି। ସିପାହୀ ଓ କନଷ୍ଟେବଳ ପଦବୀ ପାଇଁ ଥିବା ଧାର୍ଯ୍ୟ ସର୍ବାଧିକ…

ମିଳୁନି ଶବ ବ୍ୟବଚ୍ଛେଦ ରିପୋର୍ଟ, ହଇରାଣ ହେଉଛନ୍ତି ମୃତକଙ୍କ ପରିବାର

ବୈଶିଙ୍ଗା: ମୟୁରଭଞ୍ଜ ଜିଲ୍ଲା ମୁଖ୍ୟ ବାରିପଦା ଡାକ୍ତରଖାନାରେ ହେଉଥିବା ଶବ ବ୍ୟବଚ୍ଛେଦର ରିପୋର୍ଟ ସହଜରେ ମିଳୁନି। ବିଗତ ୬ମାସ ମଧ୍ୟରେ କେବଳ ବୈଶିଙ୍ଗା ଅଞ୍ଚଳରୁ ଏବେ ପାଖାପାଖି ୩୦ରୁ ଅଧିକ ରିପୋର୍ଟ ମିଳି ନ ଥିବା ବେଳେ ଏଭଳି କିଛି ଘଟଣା ଅଛି, ଯେଉଁମାନଙ୍କର ରିପୋର୍ଟ ବର୍ଷେରୁ ଅଧିକ…

ପୋଲାଭରମ୍ ପ୍ରସଙ୍ଗରେ ରାଜ୍ୟ ସରକାର ନୀରବ କାହିଁକି: କଂଗ୍ରେସ

ଭୁବନେଶ୍ବର: ପୋଲାଭରମ୍ ପ୍ରସଙ୍ଗ ନେଇ କଂଗ୍ରେସ ପକ୍ଷରୁ ସରକାରଙ୍କୁ ପ୍ରଶ୍ନ କରାଯାଇଛି। ବିଧାନସଭାରେ ମୁଲତବୀ ପ୍ରସ୍ତାବ ଅଗ୍ରାହ୍ୟ ହେବାରୁ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ପୋଲାଭରମ୍‌ ପ୍ରସଙ୍ଗରେ ଓଡ଼ିଶା ବୁଡୁଥିବାବେଳେ, ଆନ୍ଧ୍ରପ୍ରଦେଶ ହସୁଛି । କିନ୍ତୁ ଓଡ଼ିଶା ସରକାର…

ହାଇୱା ଧକ୍କାରେ ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର

ପିପିଲି: ନିମାପଡ଼ା ରଟିଲୋ ଛକରେ ହାଇୱା ଧକ୍କାରେ ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର ହୋଇଥିବାର ଖବର ମିଳିଛି। ମୃତା ହେଲେ ସଂଯୁକ୍ତା ଲେଙ୍କା(୫୮)। ସେ ସିଡିପିଓ କାର୍ଯ୍ୟାଳୟରେ କାର୍ଯ୍ୟରତ। ତାଙ୍କ ଘର ପିପିଲି ଥାନା ଅନ୍ତର୍ଗତ ପାଇକ ସାହିରେ ବୋଲି ଜଣାଯାଇଛି। ଦମ୍ପତି ବାଇକ୍ ଯୋଗ‌େ…

ଗ୍ୟାସ ପାଇପ୍ ଲାଇନରେ କାମ କରୁଥିବାବେଳେ ଖସିପଡ଼ିଲେ ଶ୍ରମିକ, ଚାଲିଗଲା ଜୀବନ

କୁଜଙ୍ଗ: ଗ୍ୟାସ ପାଇପ୍ ଲାଇନରେ କାମ କରୁଥିବାବେଳେ ଖସିପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କଟକ- ପାରାଦୀପ ରାସ୍ତା କୁଜଙ୍ଗଠାରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତକ ହେଲେ ପରିମଳ ଗାୟନ। ତାଙ୍କର ବୟସ ୨୨ ବର୍ଷ। ସେ କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ନୂଆଗଡ଼ ପଞ୍ଚାୟତ ବିଜୟଚାନ୍ଦପୁରର ବାସିନ୍ଦା।…

କର୍ମ ନିୟୋଜନ ପୋର୍ଟାଲରେ ୧୨ ଲକ୍ଷ ପଞ୍ଜୀକରଣ, ନିଯୁକ୍ତି ପାଇଛନ୍ତି ମାତ୍ର ୨୨୭୪

ଭୁବନେଶ୍ବର: ଓଡ଼ିଶାର କର୍ମ ନିୟୋଜନ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି ୧୨ ଲକ୍ଷ, ହେଲେ ନିଯୁକ୍ତି ପାଇଛନ୍ତି ମାତ୍ର ୨୨୭୪। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ। ୧୦ ବର୍ଷରେ ୧୮ ଲକ୍ଷ ୪୨ ହଜାର ୬୭ ଜଣଙ୍କୁ ତାଲିମ ଦେଇଥିଲେ…

କନୌଜଠାରେ ବଡ଼ ଧରଣର ଦୁର୍ଘଟଣା: ଚାଲିଗଲା ୮ ଜୀବନ

କନୌଜ: ଉତ୍ତରପ୍ରଦେଶର କନୌଜଠାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ ୱେରେ ଘଟିଥିବା ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଦୁର୍ଘଟଣାରେ ଏକାଧିକ ଲୋକ ଆହତ ହେଇଥିବା ନେଇ ଖବର ଆସିଛି । ବସରେ ୪୦ ଜଣ ଯାତ୍ରୀ ଥିଲେ, ତେବେ…