Breaking News

ଆଇଫୋନ୍ ଉତ୍ପାଦନ: ଚୀନ୍ ସମକକ୍ଷ ହେବ ଭାରତ

ନୂଆଦିଲ୍ଲୀ: ବିଶ୍ବର କାରଖାନା ଭାବେ ପରିଚିତ ଚୀନ୍‌କୁ ଭାରତ କଡ଼ା ପ୍ରତିଦ୍ବନ୍ଦ୍ବିତା ଦେଉଛି। ବିଶେଷ କରି ଫୋନ୍ ଉତ୍ପାଦନ କ୍ଷେତ୍ରରେ ଏହା ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଆପଲ୍‌ କମ୍ପାନିର ଆଇଫୋନ୍ ଉତ୍ପାଦନରେ ଭାରତ ପାଞ୍ଚ ବର୍ଷ ଭିତରେ ଚୀନ୍ ସମକକ୍ଷ ହୋଇଯିବ ବୋଲି ଆକଳନ କରାଯାଇଛି।…

ଓଡ଼ିଶାରେ ମନରେଗା ଏମିତି: କାମ କଲେ, ପଇସା ମିଳିଲାନି

ନୂଆଦିଲ୍ଲୀ: ‌ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ କାମ କରୁଥିବା ସବୁ ଶ୍ରମିକଙ୍କୁ ଠିକ୍ ସମୟରେ ମଜୁରି ମିଳୁନାହିଁ। ଶ୍ରମିକ କାମ କରୁଛନ୍ତି, କିନ୍ତୁ ପାଉନାହାନ୍ତି ମଜୁରି। ଏମିତି ରାଜ୍ୟରେ ଚାଲଛି ମନରେଗା। ଓଡ଼ିଶା ସମେତ ୧୩ଟି ରାଜ୍ୟରେ ଶ୍ରମିକମାନେ…

କନିଷ୍ଠ ଏସିଆ କପ୍‌ ହକି: ପାକିସ୍ତାନକୁ ହରାଇ ଭାରତ ପୁଣି ବିଜେତା

ମସ୍କଟ: ଭାରତ ଲଗାତାର ତୃତୀୟ ଏବଂ ମୋଟ ଉପରେ ପଞ୍ଚମ ଥର ଲାଗି କନିଷ୍ଠ ଏସିଆ କପ୍‌ ହକିରେ ବିଜେତା ହୋଇଛି। ଫାଇନାଲ୍‌ରେ ଭାରତ ୫-୩ ଗୋଲ୍‌ରେ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ପରାସ୍ତ କରିଛି। ଗତ ଦୁଇ ସଂସ୍କରଣରେ ମଧ୍ୟ ପାକିସ୍ତାନକୁ ହରାଇ ଭାରତ ଟ୍ରଫି କରାୟତ୍ତ କରିଥିଲା। ବୁଧବାର…

୧୯ ବର୍ଷରୁ କମ୍ ଏସିଆ କପ୍: ଚମକିଲେ ସୂର୍ଯ୍ୟବଂଶୀ, ସେମିରେ ଭାରତ

ସାରଜା: ଆଇପିଏଲ୍ ନିଲାମରେ ୧କୋଟିରୁ ଅଧିକ ଟଙ୍କାରେ ବିକ୍ରି ହୋଇ ଚର୍ଚ୍ଚାରେ ରହିଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ସାରା ବିଶ୍ବର ନଜର ଥିଲା। ହେଲେ ୧୯ବର୍ଷରୁ କମ୍ ଏସିଆ କପ୍ ଦଳରେ ସାମିଲ ହୋଇ ଭାରତର ଗତ ଦୁଇ ମ୍ୟାଚ୍‌ରେ ସେ ପୂରା ବିଫଳ ହୋଇ ଘୋର ଟାହିଟାପରାର ସମ୍ମୁଖୀନ…

ଧୋନିଙ୍କ ସହ ୧୦ବର୍ଷ ଧରି ‌କଥା ହୋଇ ନାହାନ୍ତି ଭଜି

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ଥିବା ଖଟାମିଠା ସଂପର୍କ ବିଷୟରେ କେତେକ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି ଟର୍ବାନେଟର ହରଭଜନ ସିଂହ। ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି ଯେ ଧୋନିଙ୍କ ସହ ଗତ୧୦ ବର୍ଷ ହେବ ମୁଁ କଥା ହୋଇନି।…

ଆଡିଲେଡ୍‌ରେ ‘ଗୋଲାପି’ ପରୀକ୍ଷା: ଅଷ୍ଟ୍ରେଲିଆ ଗଡ଼ ଦଖଲ ପାଇଁ ଭାରତ ପ୍ରସ୍ତୁତ

ଆଡିଲେଡ୍: ଆଡିଲେଡ୍‌ରେ ଶୁକ୍ରବାରଠାରୁ ଆରମ୍ଭ ହେବ ବର୍ଡର-ଗାଭାସ୍କର୍ ଟ୍ରଫିର ଦ୍ବିତୀୟ ଟେଷ୍ଟ୍। ଦିବା-ରାତ୍ର ଭିତ୍ତିର ଏହି ମ୍ୟାଚ୍ ଗୋଲାପି ବଲ୍‌ରେ ଖେଳାଯିବ। ବହୁ ପ୍ରତୀକ୍ଷିତ ଗୋଲାପି ଟେଷ୍ଟ୍ ଲାଗି ଭାରତ ବି ପୂରା ପ୍ରସ୍ତୁତ ରହିଛି। ତେବେ ଗୋଲାପି ବଲ୍‌ରେ ଅଷ୍ଟ୍ରେଲିଆ ସବୁବେଳେ…

ଏମ୍‌ସ ଭୁବନେଶ୍ବରରେ ଫୋର୍‌ଡି ସ୍ପାଇନ୍‌, ଗେଟ୍‌ ଆନାଲିସିସ୍ ଲ୍ୟାବ୍ ଉଦ୍‌ଘାଟିତ

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ପୂର୍ବ ଭାରତରେ ପ୍ରଥମ ତଥା ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଫୋର୍‌ଡି ସ୍ପାଇନ୍‌ ଓ ଗେଟ୍‌ ଆନାଲିସିସ୍ ଲ୍ୟାବ୍ ଉଦ୍‌ଘାଟିତ ହୋଇଯାଇଛି। ଶାରୀରିକ ଚିକିତ୍ସା ଏବଂ ପୁନର୍ବାସ ବିଭାଗ (ପିଏମଆର) ପକ୍ଷରୁ ଅର୍ନ୍ତଜାତୀୟ ଦିବ୍ୟାଙ୍ଗ ଦିବସ ଅବସରରେ…

ଅସ୍ତବ୍ୟସ୍ତ କରୁଛି ଟିଟିଏସ୍‌ ଦୁର୍ଗନ୍ଧ: ମନ୍ତ୍ରୀଙ୍କ ମୁହଁରେ ମିଛ କୁହାଇଲେ

ଚନ୍ଦ୍ରଶେଖରପୁର: ସୈନିକ ସ୍କୁଲ ପଛ ପାର୍ଶ୍ବ ତଥା ଗାଡ଼କଣରେ ଥିବା ଟେମ୍ପରାରି ଟ୍ରାଞ୍ଜିଟ୍‌ ଷ୍ଟେସନ(ଟିଟିଏସ୍‌)ରେ ସୃଷ୍ଟି ହୋଇଥିବା ଆବର୍ଜନାରେ ୧୦ ଖଣ୍ଡ ଗାଁ ଲୋ‌କେ ଅଣନିଶ୍ବାସୀ ହୋଇଗଲେଣି। ମାସ ପରେ ମାସ ବିତୁଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉ ନାହିଁ। ଲୋକେ କବାଟ କିଳି ଘର ଭିତରେ…

ଓୟୁଏଟି ସମାବର୍ତ୍ତନ ଉତ୍ସବ ଆଜି: ଆସିବେ ରାଷ୍ଟ୍ରପତି, ସଜେଇ ହୋଇଛି କ୍ୟାମ୍ପସ୍‌

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ର ୪୦ତମ ସମାବର୍ତ୍ତନ ଉତ୍ସବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। କ୍ୟାମ୍ପସକୁ ରଙ୍ଗିନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି।…

ନିରାମୟ ଯୋଜନା ବନ୍ଦ କରିଦେବେ! କ୍ୟାପିଟାଲ ହସ୍ପିଟାଲକୁ କମୁଛି ଔଷଧ ଯୋଗାଣ

ଭୁବନେଶ୍ବର: ଗରିବ କଲ୍ୟାଣକାରୀ ଯୋଜନା ‘ନିରାମୟ’ରେ ଔଷଧ ଯୋଗାଣ କମିବାରେ ଲାଗିଛି। ଏଥିରେ କ୍ୟାପିଟାଲ ହସ୍ପିଟାଲ ଭୟଙ୍କର ପ୍ରଭାବିତ ହୋଇଛି। ଏଠାରେ ଅନେକ ଜରୁରୀ ଔଷଧ ସରିଗଲାଣି। ଔଷଧ ଆସୁ ନଥିବାରୁ ପ୍ରତ୍ୟେକ ଦିନ ରୋଗୀ ଫେରୁଛନ୍ତି। କେବଳ ଫେରୁ ନାହାନ୍ତି ବରଂ ବାହାରେ କିଣି…