Breaking News

୩ ହାତୀ ମୃତ୍ୟୁ ଘଟଣା: ବଦଳି ହେଲେ ରେଢ଼ାଖୋଲ ଡିଏଫଓ ଅରବିନ୍ଦ ମହାନ୍ତି

ରେଢ଼ାଖୋଲ: ହାତୀ ମୃତ୍ୟୁ ଘଟଣାରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଡିଏଫଓ ଅରବିନ୍ଦ ମହାନ୍ତିଙ୍କୁ ବଦଳି କରାଯାଇଛି। ତାଙ୍କୁ ପିସିସିଏଫ୍ ଅଫିସକୁ ବଦଳି କରାଯାଇଛି। ଏଣେ ସମ୍ବଲପୁର ଡିଏଫଓ କୁଲ‌ାଙ୍ଗେ ଗୋରଖ ଉମ୍ୟାନ୍ ଙ୍କୁ ରେଢ଼ାଖୋଲ ଡିଏଫଓ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ପୂର୍ବରୁ…

ଶିକ୍ଷା ବିକାଶ ସମିତି ଆନୁକୁଲ୍ୟରେ ପ୍ରାଦେଶିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର

ଭୁବନେଶ୍ବର: ଚଳିତ ଶିକ୍ଷା ବର୍ଷର ଆଚାର୍ଯ୍ୟ ପ୍ରଶିକ୍ଷଣ ୫ଟି ପ୍ରଶିକ୍ଷଣ କେନ୍ଦ୍ରରେ ୫ଟି ସ୍ତର ଆଧାରରେ ଡିସେମ୍ବର ୧ ତାରିଖଠାରୁ ଆରମ୍ଭ ହୋଇଯାଇଛି। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନୂଆ ବଜାର ଭଦ୍ରକଠାରେ ଶିଶୁ ବାଟିକା ପ୍ରଶିକ୍ଷଣରେ ୮୪ ଆଚାର୍ଯ୍ୟ ଆଚାର୍ଯ୍ଯା , ସରସ୍ଵତୀ ପ୍ରଶିକ୍ଷଣ…

ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀରେ ରାଷ୍ଟ୍ରପତି: ‘ଅଧିକ ଗବେଷଣା ପ୍ରାଚୀନ ଆୟୁର୍ବେଦ ପ୍ରତି ଆସ୍ଥା…

ପୁରୀ: ରୋଗୀମାନେ ଚିକିତ୍ସକଙ୍କୁ ଭଗବାନଙ୍କ ପ୍ରତୀକ ମାନନ୍ତି। ତେଣୁ ଚିକିତ୍ସକମାନେ ସେବା ଓ ସମ୍ବେଦନଶୀଳତାକୁ ପାଥେୟ କରି କାର୍ଯ୍ୟ କରିବା ଉଚିତ। ଚିକିତ୍ସକଙ୍କ ଚିକିତ୍ସା ରୋଗ ଉପଶମ କରେ ସତ, କିନ୍ତୁ ତାଙ୍କ ଉତ୍ତମ ବ୍ୟବହାର ଓ ମଧୁର ବଚନରେ ରୋଗୀ ଅନେକାଂଶରେ ସୁସ୍ଥ ହୋଇଯାଏ ବୋଲି…

ସଡ଼କ ଦୁର୍ଘଟଣାରେ ଚାଲିଗଲା ୮ ଜୀବନ: ଆଠଗଡ଼ରେ ଭ୍ୟାନ୍ ଧକ୍କାରେ ୨ କଲେଜ ଛାତ୍ର ମୃତ

ଆଠଗଡ଼/ନୂଆପଡ଼ା/ବଲାଙ୍ଗୀର/ଝାରସୁଗୁଡ଼ା: କଟକ, ନୂଆପଡ଼ା, ବଲାଙ୍ଗୀର ଓ ଝାରସୁଗୁଡ଼ା ଜିଲ୍ଲାରେ ପୃଥକ ସଡ଼କ ଦୁର୍ଘଟଣା ଘଟି ୮ ଜଣଙ୍କର ଜୀବନ ଯାଇଛି। କଟକ ଜିଲ୍ଲା ଆଠଗଡ଼ର କନ୍ଦରପୁରରେ ଏକ ପିକ୍‌ଅପ୍‌ ଭ୍ୟାନ୍ ଧକ୍କାରେ ଦୁଇଜଣ କଲେଜ ଛାତ୍ର ପ୍ରାଣ ହରାଇଛନ୍ତି। ସେମାନେ ହେଲେ ଅଂଶୁମାନ ଦାସ (୧୭) ଓ…

ଧାନବିଲ ଦଳିଦେଲେ ହାତୀ: ଡେରାସ ଫାଟକରେ ଗ୍ରାମବାସୀଙ୍କ ଧାରଣା

ମେଣ୍ଢାଶାଳ: ଆଜି ସନ୍ଧ୍ୟାରେ ଏକ ୧୮ଟିକିଆ ହାତୀପଲ ଚନ୍ଦକା କଣ୍ଟାବାଡ଼ ନିକଟସ୍ଥ ଗହୀରରେ ୬ଏକରରୁ ଅଧିକ ଧାନବିଲକୁ ଦଳିଚକଟି ନଷ୍ଟ କରିଦେଇଛନ୍ତି। ‌ହାତୀପଲକୁ ଘଉଡ଼ାଇବାରେ ବନ ବିଭାଗ ବିଳମ୍ବ କରିବାରୁ ପ୍ରଚୁର ପାଚିଲା ଧାନ ନଷ୍ଟ ହୋଇଛି। ତେଣୁ କ୍ଷତିପୂରଣ ଦାବିରେ ଆଜି ଝରବଣିଆବାସିନ୍ଦାମାନେ…

ପୋଟେରୁ ନଦୀ ଭିତରେ ମାଳମାଳ ଟ୍ରାକ୍ଟର; କୁଆଡେ ଯାଉଛି ବାଲି?

ମାଲକାନଗିରି: ଜିଲ୍ଲାରେ ଏବେ ବାଲି ମାଫିଆଙ୍କ ରାଜ। ବେଧଡ଼କ ବାଲି ଚୋରା ଚାଲାଣ ହେଉଥିବା ବେଳେ ଏହାର ଯାଞ୍ଚ ତଥା ତଦାରଖ କରିବାରେ ସଂପୃକ୍ତ ବିଭାଗ ଫେଲ ମାରିଛି। ଜିଲ୍ଲାର ସୀମାନ୍ତ ଛତିଶଗଡ଼କୁ ଲାଗି ରହିଥିବା ପଡ଼ିଆ ବ୍ଲକର ସେମିଳିବାଞ୍ଛା ପଞ୍ଚାୟତର ପୁଟୁମପାଲୀ ନିକଟରେ ରହିଥିବା ସାବେରୀ…

ମାଟି ତଳୁ ମଣିଷଙ୍କୁ ଉଦ୍ଧାର କରିବେ କୁକୁର

କଟକ: ଭାରତରେ ପ୍ରଥମ ଥର ଓଡ଼ିଶା ଅଗ୍ନିଶମ ବିଭାଗରେ ସାମିଲ ହୋଇଥିବା ୧୦ ସନ୍ଧାନୀ କୁକୁରଙ୍କ ତାଲିମ ଆରମ୍ଭ ହୋଇଛି। ଏନ୍‌ଡିଆର୍‌ଏଫ୍‌ରେ ଏହି କୁକୁରଙ୍କୁ ୫୬ ସପ୍ତାହର ତାଲିମ ପ୍ରଦାନ କରାଯାଉଛି। ଭୂସ୍ଖଳନ କିମ୍ବା ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଫସି ରହିଥିବା ମଣିଷଙ୍କୁ ଏଣିକି ଏହି…

ଆତତାୟୀର ଗୁଳିରୁ ଅଳ୍ପକେ ବର୍ତ୍ତିଲେ ବାଦଲ: ସ୍ବର୍ଣ୍ଣ ମନ୍ଦିର ପରିସରରେ ହତ୍ୟା ଉଦ୍ୟମ

ଅମୃତସର: ଶିରୋମଣି ଅକାଳୀ ଦଳ ନେତା ସୁଖବୀର ସିଂହ ବାଦଲ ଆଜି ଆତତାୟୀର ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସକାଳେ ସ୍ବର୍ଣ୍ଣ ମନ୍ଦିର ବାହାରେ ‘ସେବାଦାର’ ଦାୟିତ୍ବ ତୁଲାଉଥିବା ବେଳେ ଜଣେ ଆତଙ୍କବାଦୀ ତାଙ୍କ ଉପରକୁ ଅତି ନିକଟରୁ ଗୁଳି ଚଳାଇଥିଲା। ତେବେ ସାଦା ପୋଷାକରେ ସେଠାରେ ମୁତୟନ…

ଭାରତ-ଇସ୍ରାଏଲ ବିରୋଧରେ ଗର୍ଜିଲା ମସୁଦ ଆଝାର

ଇସଲାମାବାଦ: ସାରା ବିଶ୍ୱରେ ଆତଙ୍କବାଦର କାୟାବିସ୍ତାର କରୁଥିବା ପାକିସ୍ତାନର ଅସଲ ଚେହେରା ପୁଣି ଥରେ ପଦାକୁ ଆସିଛି। ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ ଆଝାର ୨୦ ବର୍ଷ ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ଭାଷଣରେ ଭାରତ ଓ ଇସ୍ରାଏଲ ବିରୋଧରେ ବିଷୋଦ୍‌ଗାର କରିଛି। ଭାରତର…

ମହାୟୁତି ସରକାର ଗଠନ ଆଜି: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଫଡ଼ନାବିସ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଲାଗି ରହିଥିବା ଅଚଳାବସ୍ଥାର ଆଜି ପରିସମାପ୍ତି ଘଟିଛି ଏବଂ ଆସନ୍ତାକାଲି (ଗୁରୁବାର) ମହାୟୁତି ମେଣ୍ଟର ସରକାର ଗଠନ ହେବାକୁ ଯାଉଛି। ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ ଆଜି ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରୀଷ୍ଣନ୍‌ଙ୍କୁ ମୁମ୍ବାଇ ସ୍ଥିତ…