Breaking News

କାହିଁକି ବଦଳିଲା ନିଷ୍ପତ୍ତି? ମାର୍ସାଲ ଆଇନ ଘୋଷଣା କରିବାର କିଛି ଘଣ୍ଟା ପରେ ନିର୍ଦ୍ଦେଶ ପ୍ରତ୍ୟାହାର କଲେ ଦ. କୋରିଆ…

ନୂଆଦିଲ୍ଲୀ,୦୪/୧୨: ଦେଶରେ ମାର୍ସାଲ ଲ ଅର୍ଥାତ୍‌ ସାମରିକ ଆଇନ ଘୋଷଣା କରିବାର ଛଅ ଘଣ୍ଟା ମଧ୍ୟରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ ୟେଓଲ ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିଛନ୍ତି। ରାଷ୍ଟ୍ରପତି ୟେଓଲ ଭୋର୍‌ ୪.୩୦ ମିନିଟରେ ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ, 'କିଛି ସମୟ ପୂର୍ବରୁ…

ଇସ୍ରୋ ଲଞ୍ଚ୍‌ କରିବ ‘ପ୍ରୋବା-୩’, ଅପରାହ୍ନ ୪ଟା ୮ ମିନିଟ୍‌ରେ ଶ୍ରୀହରିକୋଟାରୁ ହେବ ଉତ୍‌କ୍ଷେପଣ

ନୂଆଦିଲ୍ଲୀ ୦୪/୧୨: ଆଜି ସନ୍ଧ୍ୟା ୪ଟା ୮ ମିନିଟ୍‌ରେ ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍‌ଏ)ର ପ୍ରୋବା-୩ ମିଶନ ଲଞ୍ଚ୍‌ କରିବ ଇସ୍ରୋ (ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ) । ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍‌ ସେଣ୍ଟର୍‌ର ଲଞ୍ଚ୍‌ ପ୍ୟାଡ୍‌୧ରୁ ପିଏସ୍‌ଏଲ୍‌ଭି-ଏକ୍ସଏଲ୍‌ ରକେଟ୍‌ରେ ମିଶନ…

ନିର୍ବାଚନ କମିଶନର ଚୟନ ସହ ଜଡ଼ିତ ଆବେଦନ ଶୁଣାଣିରୁ ପଛକୁ ହଟିଲେ ସିଜେଆଇ; ମାମଲାର ଶୁଣାଣି କରିବେ ନୂତନ ଖଣ୍ଡପୀଠ

ନୂଆଦିଲ୍ଲୀ,୦୪/୧୨: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସହ ଜଡ଼ିତ ବିବାଦର ଶୁଣାଣିରୁ ନିଜକୁ ଦୂରେଇ ରଖିଛନ୍ତି। ବର୍ତ୍ତମାନ ଏହି ମାମଲାର ଶୁଣାଣି ୬ ଜାନୁଆରୀ ୨୦୨୫ ରୁ ଆରମ୍ଭ ହେବ ଏବଂ ଏହାର ଶୁଣାଣି ଏକ ନୂଆ…

ଆଜି ଭାରତୀୟ ନୌସେନା ଦିବସ, ପୁରୀରୁ ବିଶ୍ବ ଦେଖିବ ନୌବାହିନୀର ପରାକ୍ରମ

ନୂଆଦିଲ୍ଲୀ,୦୪/୧୨: ଜଳପଥରେ ଶତ୍ରୁକୁ ଚମକା ଦେଉଥିବା ସେହି ରିୟଲ ହିରୋଙ୍କୁ ସମ୍ମାନ ଦେବା ପାଇଁ ପ୍ରତିବର୍ଷ ଡିସେମ୍ବର ୪ ତାରିଖକୁ ଭାରତୀୟ ନୌସେନା ଦିବସ ଭାବେ ପାଳନ କରାଯାଏ । ସମଗ୍ର ଦେଶରେ ଏହି ଦିନଟିକୁ ବେଶ୍ ଉତ୍ସାହର ସହ ପାଳନ କରାଯାଏ । କରାଚି ଉପରେ ଆକ୍ରମଣ ସ୍ମୃତିରେ ଆଜିର…

ନୌସେନା ଦିବସ ପାଇଁ ପୁରୀରେ ସ୍ୱତନ୍ତ୍ର ସୁରକ୍ଷା ବଳୟ, ଦାୟିତ୍ୱରେ ୮୫ ପ୍ଲାଟୁନ ଫୋର୍ସ

ପୁରୀ, ୦୪/୧୨ : ନୌସେନା ଦିବସରେ କୌଣସି ପ୍ରକାର ବିଶୃଙ୍ଖଳା ନହେବା ନିମନ୍ତେ ପୁରୀ ସହରରେ ସ୍ୱତନ୍ତ୍ର ସୁରକ୍ଷା ବଳୟ ତିଆରି କରିଛି ପୁଲିସ ପ୍ରଶାସନ । ଏହି ଦିବସ ଅବସରରେ ପୁରୀ ସମୁଦ୍ର ଓ ବେଳାଭୂମିରେ ପ୍ରାୟ ୪ ଟ୍ୟାଙ୍କ, ୧୫ଟି ଯୁଦ୍ଧ ଜାହାଜ, ୩୦ଟି ଯୁଦ୍ଧ ହେଲିକ୍ୟାପ୍ଟର, ୫ଟି ଯୁଦ୍ଧ…

ପାସ୍‌ଧାରୀଙ୍କ ପାଇଁ ପୃଥକ୍‌ ସ୍ଥାନରେ ପାର୍କିଂ ବ୍ୟବସ୍ଥା, ତାଳବଣିଆ ଓ ଷ୍ଟର୍ଲିଂ ଛକରେ ରହିବ ସାଧାରଣ ଦର୍ଶକଙ୍କ ଗାଡ଼ି

ପୁରୀ, ୦୪/୧୨ : ନୌସେନା ଦିବସ ଦେଖିବା ପାଇଁ ପୁରୀରେ ଲକ୍ଷାଧିକ ଦର୍ଶକଙ୍କ ଭିଡ଼ ଜମିବାର ଆକଳନ କରାଯାଇଛି । ତେଣୁ ସେଥିପାଇଁ ସ୍ୱତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା ଜାରି କରାଯାଇଛି । ଭୁବନେଶ୍ୱର, କୋଣାର୍କ ଓ ବ୍ରହ୍ମଗିରି ପାଶ୍ୱର୍ରୁ ଆସୁଥିବା ଦର୍ଶକଙ୍କ ପାଇଁ ପୃଥକ୍‌ ସ୍ଥାନରେ ପାର୍କିଂ…

ତାଳବଣିଆ ଓ ରେଳ ଷ୍ଟେସନ୍‌ରୁ ମିଳିବ ସଟଲ ସର୍ଭିସ୍‌, ଟାଉନ୍‌ ହଲ୍‌ ଛକରୁ ସମୁଦ୍ର କୂଳ ଆଡକୁ ଛଡ଼ାଯିବନି କୌଣସି ଗାଡି

ପୁରୀ, ୦୪/୧୨ : ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀରେ ବ୍ୟାପକ ବ୍ୟବସ୍ଥା। ତାଳବଣିଆ ଓ ରେଳ ଷ୍ଟେସନ୍‌ଠାରୁ ମିଳିବ ସଟଲ ସର୍ଭିସ୍‌ । ତାଳବଣିଆଠାରୁ ଟାଉନ୍‌ ବସ୍‌ ଓ ତିନି ଚକିଆ ଗାଡ଼ି ମଙ୍ଗଳା ମନ୍ଦିର, ଶ୍ରୀକ୍ଷେତ୍ର କଲୋନୀ, ରାମ ମନ୍ଦିର ଛକଠାରେ ପହଞ୍ଚିବ । ସେଠାରୁ ୱାଟର୍‌ ୱାକ୍ସ ରୋଡ୍‌,…

ନୌସେନା ଦିବସ ପାଇଁ ପୁରୀରେ ବ୍ୟାପକ କଟକଣା, ଦର୍ଶକଙ୍କ ପାଇଁ ବେଳାଭୂମିରେ ୪୦ ଗେଟ୍‌

ପୁରୀ, ୦୪/୧୨ : ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ଅନୁଷ୍ଠିତ ନୌସେନା ଦିବସ ପାଇଁ ପୁରୀରେ ବ୍ୟାପକ କଟକଣା କରାଯାଇଛି । ସିଟି ରୋଡ ୟୁଥ୍‌ ହଷ୍ଟେଲ୍‌ ଛକଠାରୁ ସୁଭାଷ ବୋଷ୍‌ ଛକ ଏବଂ ଭିଆଇପି ରୋଡର ପୁରୁଣା ସଦର ଥାନା ଛକରୁ ସୁଭାଷ ବୋଷ୍‌ ଛକ ଦେଇ ଆଚାର୍ଯ୍ୟ ହରିହର ଛକ ଯାଏଁ ସାଧାରଣ ଲୋକ ପ୍ରବେଶ…

ଅବକାରୀ ବିଭାଗ ପକ୍ଷରୁ ବଡ଼ଧରଣର ଚଢାଉ, ବିପୁଳ ପରିମାଣର ଦେଶୀ ମଦ- ପୋଚ ଜବତ

ଆଠଗଡ଼,୦୪/୧୨: ଆଠଗଡ଼, ବାଙ୍କୀ , ନରସିଂହପୁର ଏବଂ କଟକ ଅବକାରୀ ବିଭାଗ ପକ୍ଷରୁ ବଡ଼ଧରଣର ମିଳିତ ଚଢ଼ାଉ। ୧୭୫୦ ଲିଟର ଚୋରା ଦେଶୀ ମଦ ଜବତ ସହ ୧୬୯୦୫ ଲିଟର ପୋଚ ନଷ୍ଟ କରାଯାଇଛି। ଏଥିସହ ଜଣେ ଗିରଫ ହୋଇଥିବା ସୂଚନା । ତେବେ ଗିରଫ ଜଣକ ହେଲେ ତିଗିରିଆ ଥାନା ପଣସପାଟଣା ଗ୍ରାମର ସଞ୍ଜୟ…

ଘର ଭଡ଼ାକୁ କେନ୍ଦ୍ର କରି ୨ ଯୁବତୀଙ୍କୁ ନିର୍ଘାତ ମାଡ଼, ଚୁଟି ଘୋଷାଡ଼ି କାଠ ଫାଳିଆରେ ପିଟିଲେ ମାଲିକଙ୍କ ସମେତ ୨ ପୁଅ

ଭୁବନେଶ୍ୱର, ୦୪/୧୨ : ଘର ଭଡ଼ାକୁ କେନ୍ଦ୍ର କରି ହଷ୍ଟେଲ ମାଲିକ ଓ ଭଡ଼ାଟିଆ ଯୁବତୀଙ୍କ ଭିତରେ ତୁମୁଳକାଣ୍ଡ ଘଟିଛି । ହଷ୍ଟେଲ ମାଲିକ ଓ ତାଙ୍କର ୨ ପୁଅ ମିଶି ୨ଜଣ ଯୁବତୀଙ୍କୁ ନିର୍ଘାତ ମାଡ଼ ମାରିଛନ୍ତି । ଉଭୟଙ୍କୁ କାଠ ଫାଳିଆ ଓ ଟାୟାରରେ ପିଟିଛନ୍ତି । ଅନ୍ୟ ଜଣେ ଯୁବତୀଙ୍କ ଚୁଟି ଘୋଷାଡି଼ବା…