Breaking News

ସୟଦ ମୁସ୍ତାକ ଅଲୀ ଟ୍ରଫି: ଓଡ଼ିଶାର ପ୍ରଥମ ବିଜୟ

ଭୁବନେଶ୍ବର: ହ୍ୟାଟ୍ରିକ୍‌ ପରାଜୟ ପରେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଓଡ଼ିଶା ପ୍ରଥମ ବିଜୟ ପାଇଛି। ମଙ୍ଗଳବାର ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍‌ରେ ଆସାମକୁ ୬୩ ରନ୍‌ରେ ଓଡ଼ିଶା ହରାଇଛି। ଓଦା ପଡ଼ିଆ ଯୋଗୁଁ ମ୍ୟାଚ୍‌କୁ ୯ ଓଭର ବିଶିଷ୍ଟ କରାଯାଇଥିଲା। ଆସାମ ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିଥିଲା…

ଉଧେଇପାରୁନି ଆଇଆଇଆଇଟି: ୧୮ ବର୍ଷ ପରେ ବି ନିୟମିତ ହେଉନାହାନ୍ତି କର୍ମଚାରୀ

ଭୁବନେଶ୍ବର: ବର୍ଷ ପରେ ବର୍ଷ ଗଡ଼ୁଛି। ଜଣଙ୍କ ପରେ ଜଣେ ନିର୍ଦ୍ଦେଶକ ବଦଳୁଛନ୍ତି। ମାତ୍ର ନିୟମିତ ହେଉନାହାନ୍ତି କର୍ମଚାରୀ। ୧୮ ବର୍ଷ ହେଲା ନିଜ ଜୀବନକୁ ପାଣି ଛଡ଼ାଇ ଶିକ୍ଷାନୁଷ୍ଠାନ ଉନ୍ନତି ପାଇଁ କାମ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଏ ଅଫିସ୍‌ରୁ ‌ସେ ଅଫିସ୍‌କୁ ଦୌଡ଼ି ଦୌଡ଼ି…

ଅପହୃତ ଯୁବକଙ୍କୁ ହତ୍ୟା ଉଦ୍ୟମ ମାମଲା: ୨ଜଣଙ୍କୁ ଉଠାଇଲା ପୁଲିସ, ୨ଜଣଙ୍କ ଆତ୍ମସମର୍ପଣ

ବାରଙ୍ଗ: ସୋମବାର ସନ୍ଧ୍ୟାରେ ମଞ୍ଚେଶ୍ବର ଥାନା ବରିମୁଣ୍ଡ ଗ୍ରାମର ସନ୍ତୋଷ କୁମାର ପଣ୍ଡାଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିନେବା ପରେ ହତ୍ୟା ଉଦ୍ୟମ କରିଥିଲେ। ଦୁର୍ବୃତ୍ତମାନେ ସନ୍ତୋଷଙ୍କୁ ଲୁହାରଡ୍‌ରେ ପିଟିପିଟି ରକ୍ତାକ୍ତ ଅବସ୍ଥାରେ କୁଆଖାଇ ନଦୀ ପଠାରେ ଫିଙ୍ଗିଦେଇଥିଲେ। ଏହି…

ନନ୍ଦନକାନନରେ ଦୌଡ଼ିବ ଚିତା: ଟନେଲ୍‌ ଆକ୍ବାରିୟମ୍‌ ନିର୍ମାଣକୁ ଗୁରୁତ୍ବ

ଭୁବନେଶ୍ବର: ବିଭିନ୍ନ ଚିଡ଼ିଆଖାନାରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଜେବ୍ରା, ଏସୀୟ ସିଂହ, ବଣ କୁକୁଡ଼ା ଓ ଚିତାବାଘ ଅଣାଯିବ। ଓଡ଼ିଶାର ଏହି ଏକମାତ୍ର ପ୍ରାଣୀ ଉଦ୍ୟାନକୁ ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବାକୁ ଟନେଲ୍‌ ଆକ୍ବାରିୟମ୍‌ ନିର୍ମାଣ, କାଞ୍ଜିଆ ହ୍ରଦର ନବୀକରଣ, ବନ୍ୟଜନ୍ତୁ…

ଉଦ୍‌ଘାଟନ ପୂର୍ବରୁ ଝଲସୁଛି ଜିଲ୍ଲା ଜଜ୍ କୋର୍ଟ

ଭୁବନେଶ୍ବର: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ୫ ତାରିଖରେ ଉଦ୍‌ଘାଟିତ ହେବ ଭୁବନେଶ୍ବର ଜିଲ୍ଲା ଜଜ୍ କୋର୍ଟର ନୂଆ କୋଠା। ଦେଶର ସର୍ବଶ୍ରେଷ୍ଠ ଜିଲ୍ଲା ଜଜ୍ କୋର୍ଟର ଏହି ନୂଆ କୋଠାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ଘାଟନ କରିବେ। ଏଥିପାଇଁ ପୂର୍ବରୁ ସମସ୍ତ ପ୍ରକାରର ପ୍ରସ୍ତୁତି…

ଘରୁ ଅଳିଆ ନେବାକୁ ୩୯ କୋଟି ଖର୍ଚ୍ଚ

ଭୁବନେଶ୍ବର: ଭୁବନେଶ୍ବରବାସୀଙ୍କ ଘରୁ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ କରିବାରେ ବର୍ଷକୁ ୪୦ କୋଟି ଖର୍ଚ୍ଚ ହେଉଛି। ଚିହ୍ନଟ ହୋଇଥିବା ୬ଟି ଏନ୍‌ଜିଓ ସଂସ୍ଥାଙ୍କୁ ୨୦୨୩-୨୪ ଆର୍ଥିକ ବର୍ଷରେ ଏ ବାବଦରେ ୩୯ କୋଟି ୬୬ଲକ୍ଷ ୫୦ ହଜାର ୩୫୯ ଟଙ୍କା ପ୍ରଦାନ କରାଯାଇଛି। ‘ଜୀବନ ବିକାଶ’…

ଶିଶୁପୁତ୍ର ସହ ନଦୀକୁ ଡେଉଁଥିଲେ ମା’: ଦେବଦୂତ ସାଜିଲେ ଦୁଇ ଯୁବକ

ବାଲିଅନ୍ତା: ଜଣେ ମା’ ତାଙ୍କ ଅଢ଼େଇ ବ‌ର୍ଷ ବୟସର ଶିଶୁପୁତ୍ର ସହ ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ସୌଭାଗ୍ୟବଶତଃ ଠିକ୍‌ ସମୟରେ ତାଙ୍କ ଉପରେ ଦୁଇ ଯୁବକଙ୍କ ନଜର ପଡ଼ିଗଲା। ସେମାନେ ମା’ ଓ ପୁଅଙ୍କୁ ନଦୀ ବ୍ରିଜ୍‌ ବାଡ଼ରୁ ଉଦ୍ଧାର କରିବାରେ ସଫଳ ହେଲେ। ଆଜି ପୂର୍ବାହ୍ଣ‌ରେ…

ନୂଆବର୍ଷରେ ଉତ୍ସବମୟ ହେବ ରାଜଧାନୀ: ସରକାର ବଦଳିବା ପରେ ନୂଆ ପରିକଳ୍ପନାରେ କାର୍ଯ୍ୟକ୍ରମ

ଭୁବନେଶ୍ବର: ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ, ଓଡ଼ିଶା ନିର୍ମାଣ କନ୍‌କ୍ଲେଭ୍‌, ଅର୍ନ୍ତଜାତୀୟ ପୁଷ୍ଟି ଶସ୍ୟ ସମ୍ମିଳନୀ, ହକି ବିଶ୍ବକପ୍‌ ଓ ଏକାମ୍ର ଉତ୍ସବ ପରି ବଡ଼ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରି ଚର୍ଚ୍ଚାରେ ଥିଲା ବିଜେଡି ସରକାର। ଏହି ସବୁ କାର୍ଯ୍ୟକ୍ରମର ପ୍ରଭାବ କ’ଣ ପଡ଼ୁଛି ତା’ ପର…

ଭୁବନେଶ୍ବର ମେଟ୍ରୋ ଟେଣ୍ଡର ବାତିଲ ଦାବିରେ ପ୍ରକଳ୍ପ କାର୍ଯ୍ୟାଳୟ ଘେରାଉ, ଟେଣ୍ଡର ବାତିଲ ନ ହେଲେ କାର୍ଯ୍ୟ ବନ୍ଦ…

ଭୁବନେଶ୍ବର: ଭୁବନେଶ୍ବର ମେଟ୍ରୋ ରେଳ ନିର୍ମାଣ ଦାୟିତ୍ବ ନେଇଥିବା ରଞ୍ଜିତ ବିଲ୍‌ଡକନ୍‌ ଟେଣ୍ଡର ବାତିଲ ଦାବିରେ ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରଣଜିତ ପାତ୍ରଙ୍କ ନେତୃତ୍ବରେ ଯୁବ କଂଗ୍ରେସ କର୍ମୀ ସହିଦନଗରସ୍ଥିତ ଭବାନୀ ମଲ୍‌ରେ ଥିବା ଭୁବନେଶ୍ବର…

ତିନିଦିନିଆ ପ୍ରବାସୀ ଓଡ଼ିଆ ଦିବସ ପାଳନ କରିବ ‘ୱାଓସୋ’

ଭୁବନେଶ୍ବର: ୱାର୍ଲଡ଼ ଓଡ଼ିଶା ସୋସାଇଟି (ୱାଓସୋ) ଆସନ୍ତା ଜାନୁଆରିରେ ଭୁବନେଶ୍ବରଠାରେ ହାଇବ୍ରିଡ ଢଙ୍ଗରେ ପ୍ରବାସୀ ଓଡ଼ିଆ ଦିବସ ପାଳନ କରିବାକୁ ଯାଉଥିବା ଜଣାଯାଇଛି। ରାଜ୍ଯ ରାଜଧାନୀରେ ଜାନୁଆରି ୮ ରୁ ୧୦ ତାରିଖ, ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରବାସୀ ଭାରତୀୟ ଦିବସ ଶେଷ…