Breaking News

ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ ଆରମ୍ଭ: ଜିଲ୍ଲାରେ ହାଇଆଲର୍ଟ, ସୀମା ସିଲ୍

ମାଲକାନଗିରି: ଆଜିଠାରୁ ଆରମ୍ଭ ହୋଇଛି ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ। ଏଥିପାଇଁ ମାଓ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ଏବଂ ବ୍ୟାନର ଲଗାଯାଇଛି। ପିଏଲ୍‌ଜିଏରେ ସାମିଲ ହୋଇ ଶତ୍ରୁଙ୍କ ସହ ଲଢ଼େଇ କରିବା ସହ ସହିଦ ହୋଇଥିବା ନକ୍ସଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଆହ୍ବାନ…

ପତ୍ନୀଙ୍କ ଗଳା କାଟି ହତ୍ୟା କଲା ସ୍ୱାମୀ: ଅଭିଯୁକ୍ତ ଅଟକ, ଘଟଣାସ୍ଥଳରେ ଏସ୍‌ପିଙ୍କ ତଦନ୍ତ

କଙ୍କଡ଼ାହାଡ଼: ଢେଙ୍କାନାଳ ମହାବିରୋଡ଼ ଥାନା ମଝିକା ଗାଁରେ ରବିବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ପାଇଁ ବିବାହ କରିଥିବା ସ୍ବାମୀ ପତ୍ନୀର ଗଳାକାଟି ହତ୍ୟା କରିଛି। ହତ୍ୟାକାରୀ ସ୍ବାମୀକୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି। ପାରିବାରିକ କଳହରୁ…

ମଞ୍ଚରେ ଜିଅନ୍ତା ଘୁଷୁରି ଖାଇବା ଘଟଣା: ଯାତ୍ରା ପରିଚାଳକ ଓ ଅଭିନେତା ଗିରଫ

ହିଞ୍ଜିଳିକାଟୁ/ଭୁବନେଶ୍ବର: ଯାତ୍ରା ପରିବେଷଣ ନାଁରେ ଚାଲିଛି ଖୋଲାଖୋଲି ଅଙ୍ଗ ପ୍ରଦର୍ଶନ। ଯାତ୍ରାରେ ନଗ୍ନତା ବଢ଼ିଚାଲିଥିବା ବେଳେ ନୃଶଂସତା ମଧ୍ୟ ଏଥିରେ ପ୍ରବେଶ କରିଛି। ବାରମ୍ବାର ଅଭିଯୋଗ ଓ ଅସନ୍ତୋଷ ପରେ ବି ନିରବ ରହିଛି ସଂସ୍କୃତି ଓ ଆଇନ ବିଭାଗ। ରାଜ୍ୟ ସରକାରଙ୍କ ପକ୍ଷରୁ…

ଜୟପୁର: ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଜୟପୁର: ପୁଣି ଭିଜିଲାନ୍ସ ଜାଲରେ ଜଣେ ଯନ୍ତ୍ରୀ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜୟପୁର ବ୍ଲକ ଓ ପୌର ପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘରେ ଭିଜିଲାନ୍ସ ଟିମ୍ ଆଜି ସକାଳୁ ଚଢ଼ାଉ କରୁଛି। ତାଙ୍କର ଭଡ଼ା ଘର ସମେତ ଆଉ କେତେକ ସ୍ଥାନରେ ବି ଏହି ଚଢ଼ାଉ ଜାରି…

ବାସୁଦେବପୁରରେ ଗୋରୁ ବୋଝେଇ ଟ୍ରକ୍ ଧରିଲା ପୁଲିସ୍, ୨ ଅଭିଯୁକ୍ତ ଅଟକ

ବାସୁଦେବପୁର: ଯେତେ ଯାହା କଲେ ବି ଥମୁନି ବେଆଇନ୍ ଗୋ ଚାଲାଣ। ବିଶେ‌ଷ କରି ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ବେଆଇନ୍ ଗୋ ଚାଲାଣ ଗାଡ଼ି ଅନେକ ସମୟରେ ଧରାପଡ଼ୁଛି।ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଏକ ଗୋରୁ ବୋଝେଇ ଟ୍ରକକୁ ଧରିଛି ପୁଲିସ୍। ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ…

ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘର ସମେତ ୬ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ

ଜୟପୁର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜୟପୁର ବ୍ଲକ ଓ ପୌର ପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘର ସମେତ ଛଅଟି ଜାଗାରେ ଭିଜିଲାନ୍ସ ଟିମ୍ ଆଜି ସକାଳୁ ଚଢ଼ାଉ କରୁଛି। ତାଙ୍କର ଭଡ଼ା ଘର ସମେତ ଛଅଟି ସ୍ଥାନରେ ବି ଏହି ଚଢ଼ାଉ ଜାରି ରହିଥିବାର ସୂଚନା ରହିଛି।…

ନିଶାସକ୍ତ ଚାଳକ ନେଲା ସିକ୍ୟୁରିଟି ଗାର୍ଡଙ୍କ ଜୀବନ, ଅଭିଯୁକ୍ତ ଅଟକ, ଟ୍ରକ୍ ଜବତ

ବଲାଙ୍ଗୀର: ବିଳମ୍ବିତ ରାତିରେ ବଲାଙ୍ଗୀର ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ଗହଣା ଦୋକାନକୁ ୧୨ ଚକିଆ ଟ୍ରକ୍ ମାଡ଼ିଯିବାରୁ ସୁରକ୍ଷା କର୍ମୀଙ୍କ ଜୀବନ ଚାଲିଯାଇଛି। ଟ୍ରକ୍ ଚାଳକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା କାରଣରୁ ଏଭଳି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ…

ଆମେରିକାରେ ନର୍ଗୀସ ଫକ୍ରିଙ୍କ ଭଉଣୀଙ୍କ ବିରୋଧରେ ହତ୍ୟା ଅଭିଯୋଗ

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ ସିଟିରେ ନିଜ ପୂର୍ବତନ ପ୍ରେମିକଙ୍କ ଘରେ ସାଂଘାତିକ ଅଗ୍ନିକାଣ୍ଡ ଘଟାଇବା ସହ ଅଭିନେତ୍ରୀ ନର୍ଗୀସ ଫକ୍ରିଙ୍କ ଭଉଣୀ ଆଲି ଫକ୍ରିଙ୍କ ବି‌ରୋଧରେ ହତ୍ୟା ଅଭିଯୋଗ ଆସିଛି। ଓକିଲମାନେ ଅଭିଯୋଗ କରିଛନ୍ତି ଯେ ନଭେମ୍ବର ୨୩ ତାରିଖରେ ୪୩ ବର୍ଷୀୟା ଆଲିଆ ତାଙ୍କ…

ଚିନ୍ମୟ ଦାସଙ୍କ ପାଇଁ ଲଢୁଥିବା ଓକିଲଙ୍କୁ ବାଂଲାଦେଶରେ ଆକ୍ରମଣ ଅଭିଯୋଗ

ଢାକା: ବାଂଲାଦେଶର ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗତ ସପ୍ତାହରେ ଗିରଫ କରାଯାଇଥିଲା। ଏବେ ତାଙ୍କ ପକ୍ଷରୁ ଲଢୁଥିବା ଓକିଲଙ୍କୁ ଆକ୍ରମଣ କରାଯାଇଛି ବୋଲି ଅଭିଯୋଗ ଆସିଛି। ସେ ତାଙ୍କ ଘରେ ଥିବା ବେ‌ଳେ ଇସଲାମବାଦୀମାନେ ଅତି ନିର୍ମମ ଭାବରେ…

ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ପରେ ନିଷ୍ପତ୍ତି: ଆସନ୍ତା ସପ୍ତାହରେ ସମ୍ବିଧାନ ଉପରେ ବିତର୍କ

ନୂଆଦିଲ୍ଲୀ: ସମସ୍ତ ଲୋକସଭା ଏବଂ ରାଜ୍ୟସଭା ସାଂସଦମାନେ ଆସନ୍ତା ସପ୍ତାହରେ ସମ୍ବିଧାନ ଉପରେ ବିତର୍କ ପାଇଁ ରାଜି ହୋଇଛନ୍ତି। ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ସହ ସର୍ବଦଳୀୟ ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି। ଡିସେମ୍ବର ୧୩ ଓ ୧୪ ତାରିଖରେ ଲୋକସଭାରେ ସମ୍ବିଧାନ ଉପରେ ବିତର୍କ…