Breaking News

୧୦ ଦିନ ଧରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଅଡ଼ୁଆ ତୁଟୁନି: ବୈଠକ ବାତିଲ କଲେ ସିନ୍ଦେ

ନୂଆ‌ଦିଲ୍ଲୀ: ମହାରାଷ୍ଟ୍ରରେ ମହାୟୁତି ମେଣ୍ଟକୁ ବିପୁଳ ବିଜୟ ମିଳିବାର ଆଜିକୁ ଠିକ୍‌ ୧୦ ଦିନ ହୋଇଗଲା। ୧୦ ଦିନ ବିତିଯାଇଥିଲେ ବି ମହାରାଷ୍ଟରେ ଏଯାବତ୍‌ ସରକାର ଗଠନ ହୋଇପାରିନି। ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ଅଡ଼ୁଆ ତୁଟି ପାରୁନି। ଗୋଟିଏ ପଟେ ବିଜେପି ଶପଥ ଗ୍ରହଣ…

କର୍ଣ୍ଣାଟକ ବିଜେପିରେ କନ୍ଦଳ, ରାଷ୍ଟ୍ରୀୟ ନେତୃତ୍ୱର ହସ୍ତକ୍ଷେପ

ବେଙ୍ଗାଲୁରୁ: ବରିଷ୍ଠ ବିଜେପି ବିଧାୟକ ବସନଗୌଡ଼ା ପାଟିଲ ୟତନାଲ ଓ ରାଜ୍ୟ ବିଜେପି ମୁଖ୍ୟ ବିୱାଇ ବିଜୟେନ୍ଦ୍ରଙ୍କ ମଧ୍ୟରେ ଝଗଡ଼ା ଯୋଗୁ କନ୍ଦଳ ଦେଖାଦେଇଛି। ବିଜେପିର ରାଷ୍ଟ୍ରୀୟ ନେତୃତ୍ୱ ଏଥିରେ ହସ୍ତକ୍ଷେପ କରିଛନ୍ତି। ଦୁଇ ନେତାଙ୍କ ଭିତରେ କନ୍ଦଳ ଦଳ ମଧ୍ୟରେ ଆଭ୍ୟନ୍ତରୀଣ ଫାଟ ସୃଷ୍ଟି…

ଆନ୍ଦୋଳନରତ ଚାଷୀ ନେତାଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ସାଧାରଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରନାହିଁ

ନୂଆଦିଲ୍ଲୀ: ଶମ୍ଭୁ ଓ ଖାନାଉରି ସୀମାରେ ଆନ୍ଦୋଳନରତ ଚାଷୀ ନେତାଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ କଠୋର ଚେତାବନୀ ଦିଆଯାଇଛି। ଆନ୍ଦୋଳନ ସମୟରେ ସାଧାରଣ ଲୋକ ଯେଭଳି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେନେଇ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ଫେବ୍ରୁଆରି ୧୩ ତାରିଖରୁ…

‘ସିନ୍ଧୁଦେଶ’ ମୁକ୍ତି ଆନ୍ଦୋଳନ ତେଜିଲା

ହାଇଦ୍ରାବାଦ(ପାକିସ୍ତାନ): ସ୍ବତନ୍ତ୍ର ବାଲୁଚିସ୍ତାନ ରାଷ୍ଟ୍ର ଗଠନ ପାଇଁ ଆନ୍ଦୋଳନ ଚାଲିଥିବା ବେଳେ ସ୍ବତନ୍ତ୍ର ସିନ୍ଧୁଦେଶ ନିମନ୍ତେ ଆନ୍ଦୋଳନ ଆରମ୍ଭ ହୋଇଛି। ଆଜି ସିନ୍ଧୁ ଜାତୀୟ ସାଂସ୍କୃତିକ ଦିବସରେ ସ୍ବତନ୍ତ୍ର ରାଷ୍ଟ୍ର ଗଠନ ପାଇଁ ଦାବି କରାଯାଇଛି। ଆଜି ସିନ୍ଧୁ ସାଂସ୍କୃତିକ ଦିବସ…

ଚାକିରିରେ ଯୋଗଦେବା ପୁର୍ବରୁ ଦୁର୍ଘଟଣାରେ ଚାଲିଗଲା ଯୁବ ଆଇପିଏସ୍‌ଙ୍କ ଜୀବନ

ବେଙ୍ଗାଲୁରୁ: ୨୦୨୩ ବ୍ୟାଚ୍‌ କର୍ଣ୍ଣାଟକ କ୍ୟାଡରର ୨୬ ବର୍ଷୀୟ ଯୁବ ଆଇପିଏସ୍‌ ଅଫିସର୍‌ ହର୍ଷ ବର୍ଦ୍ଧନ ରବିବାର ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ନିକଟରେ ତାଙ୍କର ଟ୍ରେନିଂ ଶେଷ ହୋଇଥିଲା। ହାସନ ଜିଲ୍ଲାରେ ପ୍ରଥମ ପୋଷ୍ଟିଂରେ ଯୋଗ ଦେବାପାଇଁ ପୁଲିସ ଗାଡ଼ିରେ ଯାଉଥିଲେ। କିନ୍ତୁ…

ଫୁଟ୍‌ବଲ୍‌ ମ୍ୟାଚ୍‌ ବେଳେ ଦଳାଚକଟା, ୫୬ ମୃତ

କୋନାକ୍ରି: ଏକ ଅଭାବନୀୟ ଘଟଣାକ୍ରମେ ଆଫ୍ରିକାର ଦକ୍ଷିଣ ଗିନିରେ ଫୁଟ୍‌ବଲ୍‌ ମ୍ୟାଚ୍‌ ‌ବେଳେ ଦଳାଚକଟା‌ରେ ୫୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବହୁ ଛୋଟ ପିଲା ଥିବା ଜଣାପଡ଼ିଛି। ରବିବାର ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାର ତଦନ୍ତ ପାଇଁ ସ୍ଥାନୀୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।…

ଗୀତ ମୋ ବାପା ଗାଇଲେ, ଚର୍ଚ୍ଚା ଶାହରୁଖଙ୍କର ହେଉଛି: ଅଭିଜିତଙ୍କ ପୁଅ

ମୁମ୍ବାଇ: ଗାୟକ ଦୁଆ ଲିପା ଶନିବାର ମୁମ୍ବାଇରେ ଏକ ଲାଇଭ୍ କନସର୍ଟ କରିଥିଲେ। ଏହି କନସର୍ଟକୁ ନେଇ ପୂର୍ବରୁ ବହୁତ ଚର୍ଚ୍ଚା ହୋଇଥିଲା। କିନ୍ତୁ କନସର୍ଟରେ ଯେତେବେଳେ ଦୁଆ 'ଲେଭିଟେଟିଙ୍ଗ' ଓ 'ୱ ଲଡକି ଜୋ' ଗୀତର ମାସ୍ଅପ ଗାଇଥିଲେ ସେତେବେଳେ ଉପସ୍ଥିତ ଲୋକେ ଖୁସିରେ ଝୁମି ଉଠିଥିଲେ। ଏହା…

ଡିୟୁଟିର ପ୍ରଥମଦିନରେ ପ୍ରାଣହରାଇଲେ ଆଇପିଏସ ଅଧିକାରୀ

ନୂଆଦିଲ୍ଲୀ: କର୍ଣ୍ଣାଟକର ହାସନ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ଆଇପିଏସ ଅଧିକାରୀ ଚାକିରି ପାଇବା ପରେ ପ୍ରଥମଦିନ ଡିୟୁଟିରେ ଯୋଗ ଦେବାକୁ ଯାଉଥି‌ବା ବେଳେ ସଡ଼କ ଦୁର୍ଘଟଣାର ଶିକାର ହେବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ ଆଇପିଏସ ଅଧିକାରୀଙ୍କ ନାମ ହର୍ଷବର୍ଦ୍ଧନ…

ରାଜନୀତିରେ ସମସ୍ତେ ଅସନ୍ତୁଷ୍ଟ : ନୀତୀନ ଗଡ଼କରୀ

ନାଗପୁର: ରାଜନୀତି ହେଉଛି ଅସନ୍ତୁଷ୍ଟ ଲୋକମାନଙ୍କ ସାଗର, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ଅସନ୍ତୁଷ୍ଟ ଏବଂ ବର୍ତ୍ତମାନର ପଦଠାରୁ ଉଚ୍ଚ ପଦ ପାଇଁ ଇଚ୍ଛା କରନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ସୋମବାର କହିଛନ୍ତି। '୫୦ ଗୋଲ୍ଡେନ୍ ରୁଲ୍ସ ଅଫ୍ ଲାଇଫ୍' ଶୀର୍ଷକ ପୁସ୍ତକ ଉନ୍ମୋଚନ ଅବସରରେ…

୫ ମାସରେ ୯୦ ସରକାରୀ ବାବୁଙ୍କ ବିରୋଧରେ ମାମଲା

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ୫ ମାସ ମଧ୍ୟରେ ୯୦ ଜଣ ସରକାରୀ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି। ବିଜେଡି ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନର ଉତ୍ତରରେ…