Breaking News

ଦୁର୍ବଳ ହେଉଛି ଗଭୀର ଅବପାତ ତାମିଲନାଡ଼ୁକୁ ନାହିଁ ବାତ୍ୟା ଭୟ

ଭୁବନେଶ୍ବର: ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ଧୀରେ ଧୀରେ ଉପକୂଳ ମୁହାଁ ହେଉଛି। ଘଣ୍ଟା ପ୍ରତି ୧୦ କିମି ‌ବେଗରେ ଆଗକୁ ବଢ଼ିବା ସହ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଏହା ନାଗାପ୍ପଟ୍ଟିନମ୍‌ଠାରୁ ୩୪୦ କିମି, ପୁଡ଼ୁଚେରୀଠାରୁ ୪୧୦ କିମି ଓ ଚେନ୍ନାଇଠାରୁ ୪୭୦ କିମି ଦୂରରେ ରହିଛି।…

ନୂଆବର୍ଷରୁ ଭୁବନେଶ୍ୱରରୁ ୫ ସହରକୁ ବିମାନସେବା

ଭୁବନେଶ୍ୱର: ଓଡ଼ିଶାର ବିମାନଯାତ୍ରୀମାନଙ୍କ ପାଇଁ ଖୁସି ଖବର ଆସିଛି। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (ବିପିଆଇଏ) ଖୁବ୍ ଶୀଘ୍ର ନୂଆ ସହର ସହିତ ସଂଯୋଗ ବିସ୍ତାର କରିବାକୁ ଯାଉଛି। ଜାନୁଆରୀ ୨୦୨୫ରେ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ଘରୋଇ ବିମାନ…

ଓଡ଼ିଶା ଦ୍ରବ୍ୟ ଓ ସେବା କର ଦ୍ବିତୀୟ ସଂଶୋଧନ ବିଲ୍‌ ପାରିତ

ଭୁବନେଶ୍ବର: ଆଜି ବିଧାନସଭାରେ ଓଡ଼ିଶା ଦ୍ରବ୍ୟ ଓ ସେବା କର (ଦ୍ବିତୀୟ ସଂଶୋଧନ) ବିଲ୍‌, ୨୦୨୪ ପାରିତ ହୋଇଛି। ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବିଲ୍‌କୁ ଉପସ୍ଥାପନ କରିଥିବାବେଳେ ଏହା ଉପରେ ଆଲୋଚନା ପରେ ବାଚସ୍ପତି ସୁରମା ପାଢ଼ୀ ଏହାକୁ ବାଚନିକ…

ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଗସ୍ତ: ରାଜଧାନୀରେ ୧ଟା ଯାଏ ସ୍କୁଲ୍

ଭୁବନେଶ୍ବର: ଆଜି ରାଜଧାନୀରେ ବିଦ୍ୟାଳୟଗୁଡ଼ିକ ଅପରାହ୍ଣ ୧ଟା ଯାଏ ଚାିଲିବ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଠିକ୍ ସେହିପରି ଆଜିଠାରୁ ଡିସେମ୍ବର ୧ ତାରିଖ ଯାଏ ମୋ ବସ୍ ଚଳାଚଳରେ ବି କଟକଣା ଲଗାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭୁବନେଶ୍ବର…

ତେଜରାତି ଦୋକାନରୁ ଚୋରି ପରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ସୋର: ସିଙ୍ଗାଖୁଣ୍ଟା ବଜାରରେ ଥୁବା ଏକ ତେଜରାତି ଦୋକାନରୁ ଚୋରି କରିବା ପରେ ଦୋକାନରେ ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ। ସିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜଡ଼ିହା ଗ୍ରାମର ଉପେନ୍ଦ୍ର ଦୀକ୍ଷିତ ଦୀର୍ଘଦିନ ଧରି ଏହି ବଜାରରେ ଏକ ବଡ଼ ତେଜରାତି ଓ ଭେରାଇଟି ଷ୍ଟୋର କରିଛନ୍ତି। ପ୍ରତିଦିନ ଭଳି ଗତକାଲି…

ହସ୍ପିଟାଲରୁ ଲାପ୍‌ଟପ୍‌ ଚୋରି: ଏନ୍‌ଟିପିସି ମେଡିକାଲ କଲେଜ ମ୍ୟାନେଜର ଗିରଫ

ରାଉରକେଲା: ଲାପ୍‌ଟପ୍‌ ଚୋରି ଘଟଣାରେ ସୁନ୍ଦରଗଡ଼ ଏନ୍‌ଟିପିସି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ମ୍ୟାନେଜର ରଶ୍ମିରଞ୍ଜନ ସାହୁଙ୍କୁ ଛତିଶଗଡ଼ର ରାୟପୁର ପୁଲିସ ଗିରଫ କରିଛି। ରାୟପୁର ପୁଲିସଟିମ୍‌ ସୁନ୍ଦରଗଡ଼ ଟାଉନ ପୁଲିସ ସହାୟତାରେ ମେଡିକାଲ ପରିସରରୁ ରଶ୍ମିରଞ୍ଜନକୁ ଉଠାଇ ନେଇଥିଲା। ଗତକାଲି…

ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ: ମୃତକଙ୍କ ପରିବାର ପକ୍ଷରୁ ସହାୟତା ଦାବି

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ରାଣୀମୁଣ୍ଡା ଗ୍ରାମରେ ଟ୍ରାକ୍ଟର ଓଲଟି ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଘଟଣାରୁ ପ୍ରକାଶ ଯେ ଗୁରୁବାର ଅପରାହ୍ନ ୪ ଘଣ୍ଟା ସମୟରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ଚାଷ ଜମିରୁ ଧାନ ଆଣୁଥିବା ବେଳେ ଓଡ଼ି ୨୬ ଇ ୪୫୯୦ ଟ୍ରାକ୍ଟର ଓଲଟି…

ଆଇଏନ୍‌ଏସ୍‌ ଅରିଘାତରୁ ପରମାଣୁ ଶକ୍ତିସମ୍ପନ୍ନ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ନୌସେନା ଆଜି ୩୫୦୦ କିମି ‌ରେଞ୍ଜ୍‌ର ଏକ ପରମାଣୁ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର କେ-୪ର ସଫଳ ପରୀକ୍ଷଣ କରିଛି। ନିକଟରେ ନୌସେନାରେ ସାମିଲ ହୋଇଥିବା ଆଇଏନ୍‌ଏସ୍‌ ଅରିଘାତରୁ ଏହି ସଫଳ ପରୀକ୍ଷଣ କରାଯାଇଛି। ବଙ୍ଗୋପ ସାଗରରେ ହୋଇଥିବା ଉକ୍ତ ପରୀକ୍ଷଣ…

ଅପହୃତ ବାଳକ ୩୦ ବର୍ଷ ପରେ ପରିବାରକୁ ଫେରିଲା, ରାନସମ କଲ୍, ନୀରବତା ଓ ଚମତ୍କାର

ନଏଡା: ଭାଗ୍ୟର ଖେଳ କାହାକୁ ଜଣା ନ ଥାଏ। ୧୯୯୩ରେ ନଏଡାରୁ ଅପହୃତ ଜଣେ ବାଳକ କ୍ରୀତଦାସ ଭାବେ ୩୦ ବର୍ଷ ଧରି ପଶୁ ଚରାଇବା ପରେ ଜଣେ ବ୍ୟବସାୟୀଙ୍କ ଦ୍ବାରା ଉଦ୍ଧାର ହୋଇ ପରିବାରକୁ ଫେରିପାରିଛନ୍ତି। ଏକ ଚମତ୍କାର ଯୋଗୁଁ ଭୀମ ସିଂହ ଏବେ ଘରେ ଅଛନ୍ତି। ଦୁର୍ଗମ ଜୈସଲମେର ଗାଁର ଏକ ପଶୁ ଫାର୍ମରେ…

ଇସ୍କନ’କୁ ନିଷିଦ୍ଧ କରିବାକୁ ମନାକଲେ ଢାକା ହାଇକୋର୍ଟ

ଢାକା: ବାଂଲାଦେଶରେ ଇସ୍କନର କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଢାକା ହାଇକୋର୍ଟ ଗୁରୁବାର ନିଜ ପକ୍ଷରୁ ଏକ ଆଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ସୁପ୍ରିମ୍‌କୋର୍ଟର ଓକିଲ ମହମ୍ମଦ ମୋନିର ଉଦ୍ଦିନ ଇସ୍କନର କାର୍ଯ୍ୟକଳାପ ସମ୍ପର୍କରେ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଦାଖଲ କରି…